ETV Bharat / state

ବରଗଡ଼ରେ ଡେଙ୍ଗୁ ଆତଙ୍କ, ଆରମ୍ଭ ହେବ ସ୍ୱତନ୍ତ୍ର ଡାକ୍ତରୀ କ୍ୟାମ୍ପ

ଯୁବକଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ । ଡେଙ୍ଗୁ ଆକ୍ରାନ୍ତ ବୃଦ୍ଧିକୁ ସ୍ବାସ୍ଥ୍ୟ ବିଭାଗର ଅସ୍ବୀକାର । ସ୍ବତନ୍ତ୍ର ଡାକ୍ତରୀ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା ।

ବରଗଡ଼ରେ ଡେଙ୍ଗୁ ଆତଙ୍କ, ଆରମ୍ଭ ହେବ ସ୍ୱତନ୍ତ୍ର ଡାକ୍ତରୀ କ୍ୟାମ୍ପ
ବରଗଡ଼ରେ ଡେଙ୍ଗୁ ଆତଙ୍କ, ଆରମ୍ଭ ହେବ ସ୍ୱତନ୍ତ୍ର ଡାକ୍ତରୀ କ୍ୟାମ୍ପ (ETV Bharat Odisha)
author img

By ETV Bharat Odisha Team

Published : 8 hours ago

ବରଗଡ଼: ବ୍ୟାପୁଛି ଡେଙ୍ଗୁ । ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି 22 । ଡେଙ୍ଗୁରେ ଜଣେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଏବେ ଭୟରେ ସହରବାସୀ । ଏନେଇ ଡେମକଲୋନି ପଡ଼ାର ଶତାଧିକ ଯୁବକ ମ୍ୟୁନିସିପାଲିଟି ଅଫିସକୁ ଯାଇ ପ୍ରତିବାଦ ଜଣାଇଛନ୍ତି । ଡେମକଲୋନୀ ପଡ଼ାରେ ବ୍ୟାପକ ଆବର୍ଜନା ପଡିରହିଥିବା ବେଳେ ଏହାକୁ ଠିକ୍ ଭାବେ ପୌର ପରିଷଦ ପକ୍ଷରୁ ନିଷ୍କାସନ କରାଯାଉ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ପଡ଼ାବାସୀ ଅଭିଯୋଗ ଆଣିଛନ୍ତି ।

ନାଳ-ନର୍ଦ୍ଦମାଗୁଡିକରେ ଜମା ହେଉଥିବା ଆବର୍ଜନାକୁ ଗୁରୁତ୍ଵ ଦେଇ ସଫେଇ କରାଯାଉନଥିବାରୁ ଡେଙ୍ଗୁ ବ୍ୟାପୀବାରେ ଲାଗିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ବରଗଡ଼ ପୌର ପରିଷଦର କାଉନସିଲର ମଧ୍ୟ ସ୍ୱୀକାର କରିଛନ୍ତି ଯେ ପୌର ପରିଷଦ ପକ୍ଷରୁ ଆବଶ୍ୟକ ମୁତାବକ ସଫେଇ କର୍ମଚାରୀ ପ୍ରଦାନ କରାଯାଉନାହିଁ । ଡେଙ୍ଗୁ ଯେପରି ନ ବ୍ୟାପିବ ସେ ଦିଗରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ମାତ୍ର ଅନ୍ୟପଟେ ଖୋଦ ପୌର ପରିଷଦ କର୍ତ୍ତୃପକ୍ଷ ସଫେଇ କାର୍ଯ୍ୟକ୍ରମରେ ଅବହେଳ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।

ବରଗଡ଼ରେ ଡେଙ୍ଗୁ ଆତଙ୍କ, ଆରମ୍ଭ ହେବ ସ୍ୱତନ୍ତ୍ର ଡାକ୍ତରୀ କ୍ୟାମ୍ପ (ETV Bharat Odisha)

ଗତ ତିନି ମାସ ଭିତରେ 3 ଜଣ ଡେଙ୍ଗୁରେ ସଂକ୍ରମିତ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଆକଳନ କରାଯାଇଥିବା ବେଳେ କିନ୍ତୁ ଏହାକୁ ଖଣ୍ଡନ କରିଛି ବରଗଡ଼ ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁର ଚିହ୍ନଟ ପାଇଁ ପ୍ରଥମେ କିଟ୍‌ରେ ଟେଷ୍ଟ କରାଯାଉଛି ଏବଂ ସେଥିରେ ଫଳାଫଳ ପଜିଟିଭ୍‌ ବାହାରିଲେ ପୁଣି ଏଲିସା ଟେଷ୍ଟ କରାଯାଏ ଏବଂ ‘ଏଲିସା’ ଟେଷ୍ଟରେ ରିପୋର୍ଟ ପଜିଟିଭ୍‌ ଆସିଲେ ତାହା ଡେଙ୍ଗୁ ବୋଲି ଧରାଯାଏ । କିନ୍ତୁ ଘରୋଇ ହସ୍ପିଟାଲଗୁଡିକରେ କେବଳ କିଟ୍‌ ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଲେ, ତାହାକୁ ଡେଙ୍ଗୁ ରୋଗ ବୋଲି କହୁଛନ୍ତି ଯାହା କି ଭୁଲ ବୋଲି ବରଗଡ଼ ସ୍ୱାସ୍ଥ୍ୟ ବିଭାଗ କହିଛି । ତେବେ ଘଟଣାସ୍ଥଳକୁ ପୌର ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ତଦାରଖ କରିଥିବା ବେଳେ ଏହି ଅଞ୍ଚଳରେ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯିବା ସହିତ ଚିକିତ୍ସା ପାଇଁ କ୍ୟାମ୍ପର ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ‘ADMO’ ସାଧୁ ଚରଣ ଦାସ କହିଛନ୍ତି ।

ବରଗଡ଼ରେ ଡେଙ୍ଗୁ ଆତଙ୍କ, ଆରମ୍ଭ ହେବ ସ୍ୱତନ୍ତ୍ର ଡାକ୍ତରୀ କ୍ୟାମ୍ପ
ବରଗଡ଼ରେ ଡେଙ୍ଗୁ ଆତଙ୍କ, ଆରମ୍ଭ ହେବ ସ୍ୱତନ୍ତ୍ର ଡାକ୍ତରୀ କ୍ୟାମ୍ପ (ETV Bharat Odisha)

ଡେଙ୍ଗୁ ରୋଗ କଣ ?

ଡେଙ୍ଗୁ ଏକ ଭାଇରସ ଜନିତ ରୋଗ, ଯାହା Dengue Virus (DENV) ଦ୍ୱାରା ସୃଷ୍ଟି ହୁଏ। ଏହା ମୁଖ୍ୟତଃ ଚାରି ପ୍ରକାର ଭାଇରସ ଦ୍ୱାରା ସଂକ୍ରମିତ ହୁଏ: DENV-1, DENV-2, DENV-3, ଓ DENV-4 । ଏହି ରୋଗ କେତେକ ମାମଲାରେ ଗମ୍ଭୀର ରୂପ ଧାରଣ କରି ଡେଙ୍ଗୁ ହେମୋରାଜିକ ଫିଭର (DHF) କିମ୍ବା ଡେଙ୍ଗୁ ଶକ୍ ସିଣ୍ଡ୍ରୋମକୁ ଜନ୍ମ ଦେଇପାରେ ।

ଆସନ୍ତା ଜାଣିବା ଡେଙ୍ଗୁ କିପରି ବ୍ୟାପେ ?

ଡେଙ୍ଗୁ ସଂକ୍ରମଣର ମୁଖ୍ୟ ମାଧ୍ୟମ :

ଡେଙ୍ଗୁ ଭାଇରସ ଆକ୍ରାନ୍ତ ଏଡିସ ଏଜିପ୍ଟାଇ (Aedes aegypti) ଓ ଏଡିସ ଆଲ୍ବୋପିକ୍ଟସ (Aedes albopictus) ମଶା ଦ୍ୱାରା ସଂକ୍ରମିତ ହୁଏ । ଏହି ମଶା ଦିନରେ କାମୁଡ଼େ, ମୁଖ୍ୟତଃ ସକାଳ ଓ ସନ୍ଧ୍ୟା ସମୟରେ ଏହାର କାମୁଡିବାର ଅଧିକ ଆଶଙ୍କା ଥାଏ । ଏମିତି ମଶା ପ୍ରାୟତଃ ଜଳ ଜମା ହୋଇଥିବା ସ୍ଥାନରେ ବଂଶ ବିସ୍ତାର କରିଥିବାର ଦେଖାଯାଏ ।

ଏଡିସ ମଶା କିପରି ଡେଙ୍ଗୁ ବ୍ୟାପିଇବାରେ ସାହାଯ୍ୟ କରେ ?

ଏଡିସ ମଶାର ଜୀବନ ସୀମା ପ୍ରାୟ 3-4 ସପ୍ତାହ ହୋଇଥାଏ । ଏହି 3 ରୁ 4 ସପ୍ତାହ ଭିତରେ ଏହି ମଶା 200 ରୁ 300 ଅଣ୍ଡା ଦେଇ ବଂଶବିସ୍ତାର କରିଥାନ୍ତି ।

ଡେଙ୍ଗୁର ପ୍ରାଥମିକ ଲକ୍ଷଣ
2-3 ତିନି ଦିନ ଭୀଷଣ ଜ୍ୱର ହେବା, ଗୋଡ଼-ଦେହ ଓ ମୁଣ୍ଡବିନ୍ଦା ହେବା, ଚର୍ମରେ ସମସ୍ୟା ଦେଖାଯିବା, ମାନସିକ କ୍ଲାନ୍ତି ଓ ରକ୍ତସ୍ରାବ ହେବା ପରି ଲକ୍ଷଣମାନ ସାଧାରଣତଃ ଡେଙ୍ଗୁ ରୋଗର ପ୍ରାଥମିକ ଲକ୍ଷଣ ହୋଇଥାଏ । ଏହି ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ରକ୍ତ ନମୂନା ପରୀକ୍ଷା କରିବା ଉଚିତ ।

ଡେଙ୍ଗୁର ନିରାକରଣ ଓ ପ୍ରତିରୋଧ:ଡେଙ୍ଗୁ ପାଇଁ ସାଧାରଣତଃ କୌଣସି ନିଶ୍ଚିତ ଔଷଧ ନାହିଁ । ଆମୁକ୍ଷିକ ଚିକିତ୍ସା ଯଥା, ପର୍ଯ୍ୟାପ୍ତ ପାଣି ପିଇବା ।ପ୍ୟାରାସେଟାମଲ ଟାବଲେଟ ଦ୍ବାରା ଜ୍ୱର ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯାଏ । ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ ବୋଲି ସ୍ବସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ପ୍ରତିରୋଧୀ ପନ୍ଥା:-ଆବର୍ଜନା ଓ ଜଳ ଜମା ଥିବା ସ୍ଥାନ ସଫା କରାଯିବା ।ମଶା ପ୍ରତିରୋଧକ ସ୍ପ୍ରେ ବ୍ୟବହାର କରିବା । ପ୍ରତ୍ୟେକ ଘରରେ ମଶାରୀ ବ୍ୟବହାର କରିବା । ସମାଜରେ ସଚେତନତା କାର୍ଯ୍ୟକ୍ରମ କରିବା ଆଦି କାର୍ଯ୍ୟକ୍ରମ କରିବା ଦ୍ବାରା ଏହାକୁ ରୋକ ଲଗାଯାଇପାରିବ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.