ETV Bharat / state

ଜବରଦଖଲ ଜମିରେ ଥିବା ଅଟାଳିକାରେ ଚଢିବ ବୁଲଡୋଜର: ରାଜସ୍ୱ ମନ୍ତ୍ରୀ - BULLDOZER DRIVE ON ENCROACHED LAND

ଆଜି ଗୃହରେ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପାରିତ ହେଲା ୨୦ କୋଟି ୨୨ ଲକ୍ଷ ୫୩ ହଜାର ଟଙ୍କା ।

BULLDOZER DRIVE ON ENCROACHED LAND
BULLDOZER DRIVE ON ENCROACHED LAND (ETV Bharat Odisha)
author img

By ETV Bharat Odisha Team

Published : Dec 4, 2024, 9:19 PM IST

ଭୁବନେଶ୍ବର: ଆଜି ଗୃହରେ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କଲେ ମନ୍ତ୍ରୀ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କୀୟ ଖର୍ଚ୍ଚ ଦାବି ଉପସ୍ଥାପନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପାରିତ ହେଲା ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦ କୋଟି ୨୨ ଲକ୍ଷ ୫୩ ହଜାର ଟଙ୍କା । ଏହାସହ ଅନୁସୂଚିତ ଜାତି, ଜନଜାତି ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗୃହରେ ପାରିତ ହୋଇଥିବା ବେଳେ ଅବଶିଷ୍ଟ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗୃହରେ ପାରିତ ହୋଇଛି । ସେପଟେ ଜବରଦଖଲ ଜମିରେ ଥିବା ଅଟାଳିକାରେ ବୁଲଡ଼ୋଜର ଚଢିବା ନେଇ ଗୃହରେ ବିବୃତ୍ତି ରଖିଛନ୍ତି ମନ୍ତ୍ରୀ ।

  • ଜବରଦଖଲ କୋଠାରେ ଚଢିବ ବୁଲଡୋଜର: ରାଜସ୍ବ ମନ୍ତ୍ରୀ

ଆଜି ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି," ଯେଉଁମାନେ ସରକାରୀ ଜମିକୁ ଜବରଦଖଲ କରି ବଡ଼ ଅଟ୍ଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ସେଥିରେ ବୁଲଡଜର ଚଢିବ । ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା ଘର ଦିଆଯିବ । ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବାପାଇଁ ତହସିଲଦାର ଏବଂ ବିଡ଼ିଓଙ୍କ ବୈଠକ ବସିବ । ହିତାଧିକାରୀଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ । ଏ ସରକାର ସମୟରେ ଜଣେ ହେଲେ ମଧ୍ୟ ଭୂମିହୀନ ରହିବେ ନାହିଁ । ୭୦ ପ୍ରତିଶତ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ । ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ ।"

ଏହା ମଧ୍ୟ ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ,ଅତିଥିଙ୍କ ପାଇଁ ୩୭୦୦ଟି ରୁମ ବୁକିଂ

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ରେଳ ବିକାଶ ପାଇଁ ୭୩, ୭୨୩ କୋଟି ଟଙ୍କା ମଞ୍ଜୁର

ଏହା ମଧ୍ୟ ପଢନ୍ତୁ...ବିଧାନସଭାରେ ପାଣି ପ୍ରସଙ୍ଗ: ତାରାଙ୍କ ପରିସ୍ରା ଉପାଖ୍ୟାନ, ବଦ୍ରି ଦେଲେ ବିସ୍ଫୋରକ ବୟାନ

  • ଦୁର୍ନୀତି ମୁକ୍ତ ହେବ ସବୁ ତହସିଲ ଅଫିସ:

ସେ ଆହୁରି ମଧ୍ୟ କହିଛନ୍ତି," ସବୁ ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବା ପାଇଁ ରେଜିଷ୍ଟ୍ରାର ଅଫିସକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ତା କରାଯାଇଛି । ଆଗାମୀ ଦିନରେ ଏଭଳି ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ରାଜସ୍ବ ନିରୀକ୍ଷକଙ୍କ (ଆରଆଇ) ଅଫିସରେ ଲାଗିବ । ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ RI ମଣ୍ଡଳ ଖୋଲିବ । RI-ଅମିନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିସାରିଛୁ । ରାଜସ୍ୱ ସେବା ଦେବାରେ ସ୍ମାର୍ଟ ସର୍ଭିଲାନ୍ସ କାର୍ଯ୍ୟ ଆରମ୍ଭ କରିଛୁ । ଜିଲ୍ଲା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ସିସିଟିଭି ବ୍ୟବସ୍ଥା କରିଛୁ । ଦୁର୍ନୀତିମୁକ୍ତ ରାଜସ୍ୱ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ । ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ପୂର୍ବ ସରକାର ସଫଳତାର ସହ କାର୍ଯ୍ୟ କରିଛନ୍ତି । ଆମ ସରକାରରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରୁଥିଲେ । ଗତ ୨୪ ତାରିଖରେ ବାତ୍ୟା ‘ଦାନା’ ଲ୍ୟାଣ୍ଡ କଲା, ଆମେ ବାତ୍ୟାକୁ ସଫଳତାର ସହ ମୁକାବିଲା କରିଥିଲୁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.