ବିଜେପି ଓ ବିଜେଡି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ - Sidharth Targets BJD and BJP
Published : May 25, 2024, 11:59 AM IST
ନିମାପଡ଼ା: ବିଜେପି ଓ ବିଜେଡି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ । ଆସନ୍ତା ଜୁନ 1ରେ ହେବାକୁ ଯାଉଛି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାନ । ବିଜେପି ଓ ବିଜେଡି ନେତାଙ୍କ ନାଁରେ ଅନେକ ସଙ୍ଗୀନ ଅପରାଧିକ ମାମଲା ରହିଥିବାବେଳେ ଦଳ ପ୍ରାର୍ଥୀ କରିବାକୁ ନେଇ ନିନ୍ଦା କରିଛନ୍ତି ସିଦ୍ଧାର୍ଥ । ସେ କହିଛନ୍ତି,"ନିମାପଡ଼ା ଭୋଟର ଏହା ବିଷୟରେ ଅବଗତ ନାହାନ୍ତି ଓ ଏଥର ନିର୍ବାଚନରେ ଭୋଟର ଆଖି ଖୋଲନ୍ତୁ । ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ।" ଏହାସହ ନିମାପଡ଼ାର ଅନେକ ସମସ୍ୟାକୁ ନେଇ କଂଗ୍ରେସ ଏଥର ନିର୍ବାଚନ ଲଢ଼ିବା ସହିତ ଜିତିବ ବୋଲି କହିଛନ୍ତି ସିଦ୍ଧାର୍ଥ ।
ଏହା ବି ପଢନ୍ତୁ...ନିମାପଡା ପାଇଁ ଇସ୍ତାହାର ଜାରି କଲେ ସିଦ୍ଧାର୍ଥ, ବିଜେଡି ଉପରେ ବର୍ଷିଲେ
ଏହାସହ ପାଣ୍ଡିଆନଙ୍କୁ ଟାର୍ଗେଟ କରି ସିଦ୍ଧାର୍ଥ କହିଛନ୍ତି, "ପ୍ରଭୁ ଜଗନ୍ନାଥଙ୍କୁ କାହିଁକି ଭିକ ମଗାଇ ଯେଉଁ ଅପମାନ କରିଛନ୍ତି ? ମୁଁ ଯଦିଓ ବାହାରୁ ଆସିଛି ତେବେ ସବୁ ଦିନ ସାଇକେଲରେ ବୁଲି 250 ଗାଁ ବୁଲିଛି ଏବଂ 20 ହଜାର ଘରକୁ ଯାଇ ଲୋକଙ୍କ କଥା ବୁଝିଛି । କାହାର କିଭଳି ଅବସ୍ଥା ସେ ଭିଡିଓ ମୁଁ ସୋସିଆଲ ମିଡିଆରେ ଦେଇଛି । ନିମାପଡ଼ା ଚାଷୀଙ୍କ ରୋଜଗାର କମି ଯାଇଛି । ଚାଷରେ କ୍ଷତି ହୋଇଥିବାବେଳେ କୌଣସି ସୁବିଧା ମିଳୁନି । ଚାଷ ଜମିରେ ପାଣି ପହଞ୍ଚୁନି, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟସେବା ନ କହିଲେ ଭଲ । ପ୍ରତି ଗାଁରୁ ପିଲାମାନେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ।"
ଇଟିଭି ଭାରତ, ନିମାପଡ଼ା