ମହାଶିବରାତ୍ରିରେ ମହାନଦୀରୁ ମିଳିଲା ୫୦ରୁ ଊର୍ଦ୍ଧ୍ବ ନାଗ ମୂର୍ତ୍ତି - Naga idols found from river
Published : Mar 8, 2024, 11:11 PM IST
Naga idols found from mahanadi: କଟକ: ମହାନଦୀରୁ ମିଳିଲା ଦେବା ଦେବୀ ମୃତ୍ତି । କଟକ ଜିଲ୍ଲା ବାଙ୍କୀ ଯାତମୁଣ୍ଡିଆ ସୁବର୍ଣ୍ଣପୁର ପୋଲ ମହାନଦୀ ଗର୍ଭରୁ ୫୦ରୁ ଊର୍ଦ୍ଧ୍ବ ନାଗ ମୂର୍ତ୍ତି, ଶିବ ଲିଙ୍ଗ, ଦୁଇ ବୃଷଭ ମୂର୍ତ୍ତି ଉଦ୍ଧାର କରାଯାଇଛି । ମାଛ ଧରାଳିମାନେ ଡ଼ଙ୍ଗା ସାହାଯ୍ୟରେ ସମସ୍ତ ନାଗ ମୂର୍ତ୍ତିକୁ ଉଦ୍ଧାର କରିଛନ୍ତି । ସୂଚନାଯୋଗ୍ୟ ଆଜି( ଶୁକ୍ରବାର) ଦିନ ଏହି ପୋଲ ଉପରେ ଲୋକ ଯିବା ସମୟରେ ମୂର୍ତ୍ତି ଉପରେ ଲୋକଙ୍କ ନଜରରେ ଆସିବା ପରେ ଖବର ଖେଳିଯାଇଥିଲା । ସୁବର୍ଣ୍ଣପୁର ଗ୍ରାମରେ କିଛି ଲୋକ ଆଉ ଧିବର ମାଛଧରା ଡ଼ଙ୍ଗା ସାହସଯ୍ୟରେ ଉଦ୍ଧାର କରି କୂଳକୁ ଆଣିଥିଲେ ।ଏହାପରେ ପୋଲିସକୁ ଖବର ଦେଇ ଥିଲେ ଗ୍ରାମବାସୀ ।
ତେବେ ଉଦ୍ଧାରକାରୀଙ୍କ କହିବା କଥା ହେଲା, କେହି ଦୁର୍ବୃତ୍ତ ଚୋରି କରି ହେଉ ଅବା କେଉଁ ମନ୍ଦିରର ମୂର୍ତ୍ତି କେହି ନଦୀରେ ବିସର୍ଜନ କରିଦେଇଛି । ତେବେ ମହାଶିବରାତ୍ରୀରେ ମହାନଦୀରୁ ଏଭଳି ନାଗ ମୂର୍ତ୍ତି ମିିଳିବା ସ୍ଥାନୀୟ ଅଞ୍ଚରେ ସମସ୍ତଙ୍କୁ ଚକ୍କିତ କରିଛି । ଅନ୍ୟପଟେ ଜାଗର ପାଇଁ କଟକର ପ୍ରମୁଖ ଶୈବପୀଠ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲଗି ରହିଛି । ତେବେ ବାଙ୍କୀରେ ଏଭଳି ଘଟଣା ଘଟିବା ପରେ ଲୋକଙ୍କ ଭାବବେଗକୁ ଦ୍ବିଗୁଣିତ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ.....ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ
ଇଟିଭି ଭାରତ, କଟକ