ଓଡିଶା

odisha

By ETV Bharat Odisha Team

Published : Jan 20, 2024, 6:59 PM IST

ETV Bharat / videos

ରାମଲାଲାଙ୍କ ପ୍ରତି ଗାୟକ ଅନିଲ ବାୱରାଙ୍କ ଭକ୍ତିଭାବ, ପ୍ରସ୍ତୁତ କରୁଛନ୍ତି ଭଜନ

Musical artist Anil Bawra: ରାଉରକେଲା: ଆଉ ଦିନକ ପରେ ବିରାଜିବେ ପ୍ରଭୁ ରାମଲାଲା । ଏନେଇ ସାରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଶ୍ରଦ୍ଧାଳୁମାନେ ଭିନ୍ନ ଭିନ୍ନ ଉପାୟରେ ରାମଲାଲାଙ୍କ ପ୍ରତି ଭକ୍ତି ଭାବ ପ୍ରଦର୍ଶନ କରୁଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ କିଏ ଚିତ୍ର ସାହାଯ୍ୟରେ ତ ଆଉ କିଏ କଳାକୃତି ସାହାଯ୍ୟରେ ଭକ୍ତିଭାବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଯୋଡ଼ି ହୋଇଛି ଷ୍ଟିଲ ସିଟି ରାଉରକେଲା । ସହରର ପ୍ରସିଦ୍ଧ ଭଜନ ଗାୟକ ଅନିଲ ବାୱରା ରାମ ଭଜନ ପ୍ରସ୍ତୁତ କରୁଛନ୍ତି । ସେ ନିଜ ସୁମଧୁର କଣ୍ଠରେ ଏହି ଭଜନ ଗାଇଥିବା ବେଳେ ଷ୍ଟୁଡିଓରେ ଭଜନ ରେକର୍ଡିଂ ହେଉଛି । ଏହି ଭଜନଗୁଡ଼ିକ ହେଲା "ତୁହି ମେରେ ଲଗାନ ଲଗାୟେ ହୋ ରାମ ଜୀ" ଏବଂ "ରାମ ଆୟେଙ୍ଗେ" । ଗାୟକ ଅନିଲ ପ୍ରଭୁ ଶ୍ରୀରାମଙ୍କ ଉପରେ ପୂର୍ବରୁ ଲେଖାଯାଇଥିବା କିଛି କାବ୍ୟ ଏବଂ ନିଜସ୍ବ ଶବ୍ଦକୁ ନେଇ ମିଶ୍ରିତ କରି ତିଆରି ହେଉଛି ଭଜନ । ଚମତ୍କାର ଶବ୍ଦ ସଂଯୋଜନା ଏବଂ ଗାୟକଙ୍କ ଭାବଭରା କଣ୍ଠରେ ଭଜନ ରେକର୍ଡିଂ ଚାଲିଥିବା କହିଛନ୍ତି ରେକର୍ଡିଷ୍ଟ ଅଜୟ କୁମାର ।  

ଏହା ବି ପଢନ୍ତୁ- ଅଣଓଡ଼ିଆ ଭଜନ ଗାୟକ ଅନିଲ ବାୱରା, ୭୦୦ରୁ ଊର୍ଦ୍ଧ୍ବ ଗୀତ ଗାଇ ସାଉଁଟିଛନ୍ତି ପ୍ରଶଂସା

ABOUT THE AUTHOR

...view details