ଓଡିଶା

odisha

ETV Bharat / videos

ରାଜଗାଙ୍ଗପୁରରେ ଜମୁଛି ବିଜେଡି ପ୍ରଚାର - Rajgangpur Assembly Constituency - RAJGANGPUR ASSEMBLY CONSTITUENCY

By ETV Bharat Odisha Team

Published : Apr 10, 2024, 1:49 PM IST

Rajgangpur Assembly Constituency:ରାଉରକେଲା: ପାଖେଇ ଆସୁଛି ନିର୍ବାଚନ । ନେତାମାନେ ଜୋରସୋରରେ ପ୍ରଚାର ଚଲାଇଥିବା ବେଳେ ପ୍ରଚାରରେ କମ୍ପିଲାଣି ରାଜନୀତି ମୈଦାନ । ସେପଟେ ପ୍ରଚାରକୁ ଓହ୍ଲାଇଛନ୍ତି ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ ଏବଂ ବିଧାନସଭା ପ୍ରାର୍ଥୀ ଅନୀଲ ବରୁଆ । ରାଜଗାଙ୍ଗପୁରର ଘୋଘର ସ୍ଥିତ ପ୍ରସିଦ୍ଧ ବାବା ଘୋଘଡେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ ଏବଂ ବିଧାନସଭା ପ୍ରାର୍ଥୀ ଅନୀଲ ବରୁଆ । ଜିଲ୍ଲାର ବରିଷ୍ଠ ନେତା, ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ମଙ୍ଗଳା କିଷାନ ଉପସ୍ଥିତ ରହି ଉଭୟ ପ୍ରାର୍ଥୀଙ୍କ ପାଇଁ ବିଜୟର ଆଶୀର୍ବାଦ ଭିକ୍ଷା କରିଥିଲେ । ଏହା ପରେ ଘୋଘର ଗ୍ରାମରୁ ବିଜେଡିର ପ୍ରଚାର ଅଭିଯାନ ଆରମ୍ଭ କରାଯାଇଥିଲା । ଲୋକଙ୍କ ପାଖକୁ ଦୁଇ ପ୍ରାର୍ଥୀ ଯାଇ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଯୋଜନା ସହ ଉନ୍ନତିମୂଳକ କାର୍ଯ୍ୟ ଏବଂ ରାଜଗାଙ୍ଗପୁରର ଉଜ୍ଜ୍ୱଳ ଭବିଷ୍ୟତରେ ବିଜେଡି କଣ ସହଯୋଗ କରିବ ଏସବୁକୁ ନେଇ ରାଜନୀତି ମୈଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଛନ୍ତି  ।  

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟିରୁ ପ୍ରଚାର ଆରମ୍ଭ କଲେ ଢେଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି

ଇଟିଭି ଭାରତ,ରାଉରକେଲା 

ABOUT THE AUTHOR

...view details