ଓଡିଶା

odisha

ETV Bharat / videos

ବନ୍ଧୁକ ମୁନରେ ଲୁଟ୍, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ - Ornament Loot in delanga

By ETV Bharat Odisha Team

Published : Apr 4, 2024, 9:06 PM IST

Gold Jewelry Robbery : ନିମାପଡ଼ା: ସୁନା ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରେ । ଜଣେ ସୁନା ଦୋକାନୀ ପ୍ରଶାନ୍ତ ମହାପାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୩ଶହ ଗ୍ରାମ ସୁନା ଓ ୬ କିଲୋ ରୂପା ଅଳଙ୍କାର ଲୁଟି ନେଲେ ଲୁଟେରା । ଦୋକାନ ବନ୍ଦ କରି ନିଜ ବାଇକରେ ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହେଲେ ବ୍ୟବସାୟୀ । ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏଭଳି ଘଟଣା ଘଟିଛି । ତେବେ ଏହି ଘଟଣାତରେ ୪ ରୁ ୫ଜଣ ଦୁର୍ବୃତ୍ତ ସମ୍ପୃକ୍ତି ଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ବେଳେ ଜଣକୁ ଅଟକ ରଖିଥିବା ଜଣାପଡ଼ିଛି । 

ତେବେ ପୋଲିସ ସଠିକ୍ ଭାବରେ ରାତ୍ରିକାଳୀନ ପାଟ୍ରୋଲିଙ୍ଗ୍ କରୁ ନଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାତି ୮ଟା ସମୟରେ ଏଭଳି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଏବଂ ରୂପା ଲୁଟି ନେବା ଘଟଣା ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଡେଲାଙ୍ଗ ପୋଲିସ କହିଛି । 

ଏହା ମଧ୍ୟ ପଢନ୍ତୁ......ସ୍ପ୍ରେ ମାରି ମଟନ ଦୋକାନୀଙ୍କ ଠାରୁ ଲୁଟ, ପୋଲିସର ତନାଘନା ଜାରି - Loots From Mutton Seller

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details