ପରେଡ ସମୟରେ ଅସୁସ୍ଥ ହେଲେ ଛାତ୍ର, ମହାନତା ଦେଖାଇଲେ ମନ୍ତ୍ରୀ - 78th Independence Day
Published : Aug 15, 2024, 4:15 PM IST
ପାରଳାଖେମୁଣ୍ଡି: ଜିଲ୍ଲାସ୍ତରୀୟ ପରେଡରେ ଅସୁସ୍ଥ ହେଲେ ଛାତ୍ର, ମହାନତା ଦେଖାଇଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ୭୮ତମ ସ୍ବାଧୀନତା ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ପରେଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ବାଣିଜ୍ୟ,ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସମୟରେ ଜଣେ ସ୍କୁଲ ଛାତ୍ର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହା ଦେଖି ମନ୍ତ୍ରୀ ବିଭୂତି ଜେନା ଗାଡ଼ିରୁ ଓହ୍ଲାଇ ଛାତ୍ର ନିକଟକୁ ଯାଇ ତାର ଭଲମନ୍ଦ ବୁଝିବା ସହ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ତେବେ ମନ୍ତ୍ରୀଙ୍କ ମାନବିକତାକୁ ଦେଖି ଉପସ୍ଥିତ ଲୋକେ ଖୁବ ପ୍ରସଂଶା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଇଟିଭି ଭାରତ,ଗଜପତି