ଓଡିଶା

odisha

ETV Bharat / videos

ଭିଜିଲାନ୍ସ ଜାଲରେ ମାଇନିଂ ଅଫିସର ପଦ୍ମନାଭ ହୋତା, ଜବତ ହେଲା ଏତିକି ସମ୍ପତ୍ତି - VIGILANCE RAID

By ETV Bharat Odisha Team

Published : Nov 28, 2024, 10:55 PM IST

କଟକ:  ମାମଲାରେ କେନ୍ଦୁଝର ଜିଲ୍ଲା ଜୁନିଅର୍ ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ନିଜ ଆୟ ଠାରୁ ୧୬୭ ପ୍ରତିଶତ ଅଧିକ ସମ୍ପତ୍ତିର ମାଲିକ ଥିଲେ ମାଇନିଂ ଅଫିସର । ତାଙ୍କ ନିକଟରୁ ୨ଟି ବେନାମୀ ଫ୍ଲାଟ୍, ୧୫ଟି ପ୍ଲଟ, ୫ ଏକରର ଗୋଟିଏ ଫାର୍ମ ହାଉସ, ୫୪ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଭିଜିଲାନ୍ସ ଜବତ କରିଥିବା ନେଇ ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ସେଲ ଏସପି ଏମ ରାଧାକୃଷ୍ଣ । 


୭ଟି ସ୍ଥାନରେ ଭିଜିଲାନ୍ସ ଟିମ ରେଡ: 

ତେବେ ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ତାଙ୍କର ୭ଟି ସ୍ଥାନରେ ଭିଜିଲାନ୍ସ ଟିମ ରେଡ କରିଥିଲା । ଏହି ସମୟରେ ଯେଉଁ କାଗଜ ପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ଚେକ କରିବା ପରେ ଜଣାପଡିଥିଲା ଯେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଛି । ଏହି ଆଧାରରେ ଆଜି ପଦ୍ମନାଭଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ଯଦି ଆବଶ୍ୟକ ପଡେ ପଦ୍ମନାଭଙ୍କୁ ରିମାଣ୍ଡରେ ଆଣି ତଦନ୍ତର ଅଗ୍ରଗତି ପାଇଁ ପଚରାଉଚରା କରିବୁ ବୋଲି ଭିଜିଲାନ୍ସ ଏସପି କହିଛନ୍ତି । ଏଥିରେ ଆଉ କାହାର କାହାର ସଂପୃକ୍ତି ରହିଛି, ଆବଶ୍ୟକ ପଡିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । 

କୋର୍ଟ ଚାଲାଣ ହେଲେ ପଦ୍ମନାଭ: 

ଏନେଇ କଟକ ଭିଜିଲାନ୍ସ ସେଲ ଏସପି ଏମ ରାଧାକୃଷ୍ଣ କହିଛନ୍ତି, "କେନ୍ଦୁଝର ଜିଲ୍ଲା ମାଇନିଂ ଅଫିସର ପଦ୍ମନାଭ ହୋତା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ଆମେ ଯାଞ୍ଚ କରିଥିଲୁ । ଯାଞ୍ଚ ବେଳେ ହିସାବ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରିବା ପରେ ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ଠାରୁ ସର୍ଚ୍ଚ ୱାରେଣ୍ଟ ଆଣିଥିଲୁ । ଗତକାଲି ୭ଟି ଜାଗାରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟକୁ ଆକଳନ କରିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ପ୍ରମାଣ ପାଇଥିଲୁ । ସେହି ଆଧାରରେ ଭିଜିଲାନ୍ସ ପିଏସ ମାମଲା ନମ୍ବର ୧୪/୨୦୨୪ ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ ।"  

ଏହା ମଧ୍ୟ ପଢ଼ନ୍ତୁ...ବନ୍ଧା ହେଲେ ଉପଜିଲ୍ଲାପାଳ, ଲାଞ୍ଚ ମାଗି ଜେଲ୍‌ ଗଲେ ଡାକ୍ତର

ଏହା ମଧ୍ୟ ପଢ଼ନ୍ତୁ...ବେଆଇନ କରତକଳରେ ଭିଜିଲାନ୍ସ ରେଡ୍, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

ଏତିକି ସମ୍ପତ୍ତିର ମାଲିକ ଥିଲେ ମାଇନିଂ ଅଫିସର:

ଭିଜିଲାନ୍ସ ସେଲ ଏସପି ଏମ ରାଧାକୃଷ୍ଣ ଆହୁରି କହିଛନ୍ତି, "ପଦ୍ମନାଭଙ୍କ ସମ୍ପତ୍ତି ହେଉଛି, ଝାରପଡ଼ା କରଡକଣ୍ଟା ମୌଜାରେ ଏକ ୪ ମହଲା ଘର, କେନ୍ଦୁଝର ଜଗନ୍ନାଥପୁରରେ ୨ ମହଲା ଘର, ନିଜ ଗାଁରେ ଏକ ଘର ଅଛି । ୫ ଏକରର ଏକ ଫାର୍ମ ହାଉସ ଅଛି । ଯେଉଁଥିରେ ସେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ୨ଟି ବେନାମୀ ଫ୍ଲାଟ ଜବତ ହୋଇଛି । ତାଙ୍କ ନାଁରେ ବିଭିନ୍ନ ଜାଗାରେ ୧୫ଟି ପ୍ଲଟ ଓ ଭୁବନେଶ୍ବରରେ ୪ଟି ପ୍ଲଟ ରହିଛି । ୫୪ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି । ଗୋଟିଏ ୪ ଚକିଆ ଓ ୨ଟି ୨ ଚକିଆ ଗାଡ଼ି ଜବତ କରାଯାଇଛି । ପାଖାପାଖି ୨୭ ଲକ୍ଷ ୪୭ ହଜାର ୯୭୭ ଚଙ୍କାର ଘର କରଣା ଜିନିଷ ମିଳିଛି । ତାଙ୍କ ଆୟ ଠାରୁ ୧୬୭ ପ୍ରତିଶତ ଅଧିକ ସମ୍ପତ୍ତି ମିଳିଥିଲା ।" 

ଇଟିଭି ଭାରତ, କଟକ

ABOUT THE AUTHOR

...view details