ଓଡିଶା

odisha

By ETV Bharat Odisha Team

Published : May 13, 2024, 6:38 PM IST

Updated : May 13, 2024, 9:02 PM IST

ETV Bharat / videos

ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼; ଭାଙ୍ଗିଲା ଟାୱାର-ହୋର୍ଡିଂ, ୩ମୃତ, ୩୫ ଆହତ - Metal parking tower collapses

MUMBAI STORM: ମୁମ୍ବାଇ: ସ୍ବପ୍ନ ନଗରୀ ମୁମ୍ବାଇରେ ହଠାତ ପାଗରେ ପରିବର୍ତ୍ତନ । ଆକାଶରେ କଳା ବାଦଲ ସାଙ୍ଗକୁ ମାଡି ଆସିଲା ପବନ । ପ୍ରବଳ ବର୍ଷା ସାଙ୍ଗକୁ ଚତୁର୍ଦ୍ଦିଗ ଧୂଆଁମୟ ଦିଶିଲା । ଏହି ସମୟରେ ଏକ ଲୁହାର ବିଶାଳ ଟାୱାର ଭାଙ୍ଗିପଡ଼ିଛି । ଫଳରେ ଅନେକ ଯାନବାହନ ଭାଙ୍ଗିରୁଜି ଯାଇଥିବା ବେଳେ କିଛି ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ଏଯାବତ ମୃତାହତ ନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ଟାୱାର ଆଖି ପିଛୁଳାକେ ଭାଙ୍ଗି ପଡ଼ିବା ଘଟଣା ବ୍ୟସ୍ତବହୁଳ ୱାଡଲା-ଆଣ୍ଟୋପ ହିଲ୍‌ ରୋଡ ନିକଟ ବରକାତ ଅଲ୍ଲି ନାକା ନିକଟରେ ଘଟିଛି । ଏହି ଅଘଟଣ ପରେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ୨ଟି ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଭ୍ୟାନ ପହଞ୍ଚିଛି । ଏହି ଟାୱାର ଭାଙ୍ଗିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । 

ଏହା ବି ପଢନ୍ତୁ- ଚାହୁଁ ଚାହୁଁ ଭୁଶୁଡିଲା ୨୦୦ ଫୁଟର ମୋବାଇଲ ଟାୱାର, ଅଳ୍ପକେ ବର୍ତ୍ତିଲେ ୧୧ ଜଣ

ମୁମ୍ବାଇ ଘଟକୋପାରଠାରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ ଲାଗିଥିବା ଲୁହା ହୋର୍ଡିଂ ଭୁଶୁ଼ଡ଼ି ପଡ଼ିଥିଲା । ଏହି ଅଘଟଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା  । ଏହାସହ ୩୫ଜଣ ଆହତ ହୋଇଥିବା ବେଳେ ୧୦୦ରୁ ଅଧିକ ହୋର୍ଡିଂ ତଳେ ଫସି ରହିଛନ୍ତି । ଏହି ଅଘଟଣ ଅପରାହ୍ନ ସାଢେ ୪ଟା ସମୟରେ ଘଟିଥିଲା । ଘଟଣାସ୍ଥଳରେ NDRF ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛି । 

Last Updated : May 13, 2024, 9:02 PM IST

ABOUT THE AUTHOR

...view details