ଓଡିଶା

odisha

ETV Bharat / videos

କଟକରେ ଆରମ୍ଭ ହେଲା ଜାତୀୟ ଫେନ୍ସିଂ ପ୍ରତିଯୋଗିତା - Fencing championship - FENCING CHAMPIONSHIP

By ETV Bharat Odisha Team

Published : Jun 15, 2024, 1:44 PM IST

କଟକ: ଆରମ୍ଭ ହୋଇୟାଇଛି ଜାତୀୟ ମାଷ୍ଟର୍ସ ଫେନ୍ସିଂ ପ୍ରତିଯୋଗିତା । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ । 3ଟି ବର୍ଗ 10, 12 ବର୍ଷରୁ କମ ଓ ମାଷ୍ଟର୍ସ ଵର୍ଗରେ ସମସ୍ତ ମ୍ୟାଚ ଖେଳାଯିବ। ସର୍ବଭାରତୀୟ ସ୍ତରରୁ 400ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଓଡି଼ଶାରୁ 24ଜଣ ଦକ୍ଷ ଖେଳାଳି ଭାଗ ନେଇଛନ୍ତି । ଅନେକ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ କ୍ୟାମ୍ପ କରୁଥିବା ଏହି ଓଡ଼ିଆ ଖେଳାଳିମାନେ ପ୍ରତିଯୋଗିତାରେ ନିଶ୍ଚୟ ପଦକ ଜିତିବେ ବୋଲି ଆଶା ରଖିଛି ରାଜ୍ୟ ଫେନ୍ସିଂ ସଂଘ । ରାଜ୍ୟ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ଏହି ମେଗା ଆୟୋଜନର ଲକ୍ଷ୍ୟ, ରାଜ୍ୟରେ ତୃଣମୂଳ ସ୍ତରରୁ ନୂଆ ପ୍ରତିଭା ଚୟନ କରିବା । 

ଏହା ମଧ୍ୟ ପଢନ୍ତୁ-14ରୁ କଟକରେ ଜାତୀୟ ଫେନ୍ସିଂ ମୁକାବିଲା, ଯୋଗଦେବେ 400 ଖେଳାଳି - national level fencing championship

ସିନିୟର ଵର୍ଗରେ ଓଡ଼ିଶା ଦଳ ପ୍ରଦର୍ଶନ ଭଲ ରହିଥିଲା ବେଳେ ସବ ଜୁନିୟର ବୟସ ଵର୍ଗରେ କିପରି ନୂଆ ଦକ୍ଷତାବାନ ଖେଳାଳି ଚୟନ ହୋଇ ପାରିବେ ସେନେଇ ଏହି ଇଭେଣ୍ଟର ଆୟୋଜନ ହୋଇଥିବା କହିଛନ୍ତି ସଂଘ ସମ୍ପାଦକ । ଏହାସହ ରାଜ୍ୟରେ ରୀତିମତ ଢ଼ଙ୍ଗରେ କ୍ୟାମ୍ପ ଅନୁଷ୍ଠିତ ହେଉଛି ଓ କ୍ରୀଡା ହଷ୍ଟେଲ ସହାୟତାରେ ଓଡ଼ିଆ ଖେଳାଳି ଅନେକ ମାତ୍ରାରେ ଭଲ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରତିଯୋଗିତାକୁ ନେଇ ବେଶ ଆଶାବାଦୀ ରହିଛନ୍ତି ସମସ୍ତ ଖେଳାଳି । ଏହି ଜାତୀୟ ପ୍ରତିଯୋଗିତାରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଖେଳାଳି । 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details