ଓଡିଶା

odisha

By ETV Bharat Odisha Team

Published : Jan 24, 2024, 9:25 AM IST

ETV Bharat / videos

ଶହୀଦଙ୍କ ପାଇଁ ‘ଶହୀଦ ସମ୍ମାନ ସମାରୋହ’, ସମ୍ମାନିତ ହେଲେ ୮ ପରିବାର ସଦସ୍ୟ

Martyr honor ceremony: ରାଉରକେଲା: ସମ୍ବର୍ଦ୍ଧିତ ହୋଇଛନ୍ତି ଶହୀଦ ପରିବାର । ରାଉରକେଲାରେ ସାମାଜିକ ସଂଗଠନ ପକ୍ଷରୁ ଶହୀଦ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୮ ଶହୀଦ ପରିବାରକୁ ସମ୍ମାନ୍ନିତ କରାଯାଇଛି । ସେନା ଓ ପୋଲିସବାହିନୀରେ କାର୍ଯ୍ୟରତ ଥାଇ ଶହୀଦ ହୋଇଥିବା ୮ ଜଣଙ୍କ ପରିବାକୁ ମେଡାଲ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ତେବେ ଜିଲ୍ଲାର ଶହୀଦ କୃଷ୍ଣା ତିର୍କୀ ,ଶହୀଦ ସୁନୀଲ କୁମାର ପାତ୍ର,ଶହୀଦ ସଞ୍ଜିତ ତିର୍କୀ, ଶହୀଦ ବିକ୍ରମ ମିଞ୍ଜ, ଶହୀଦ ରାମେଶ୍ୱର ଲାକ୍ରା,ଶହୀଦ ଡେଭିଡ କେର୍କେଟା, ଶହୀଦ ରାଜେଶ କୁମାର ଏକ୍କା ଓ ଶହୀଦ ସୁଶାନ୍ତ ଖୁଣ୍ଟିଆଙ୍କ ପରିବାରକୁ ଏବଂ ସେମାନଙ୍କ ମହାନ ଆତ୍ମାଙ୍କୁ ସମ୍ମାନିତ କରାଯାଇଛି । ଶହୀଦ ହେବା ଦେଶ ପାଇଁ କେତେ ଗର୍ବର କଥା ଏବଂ ସହିଦଙ୍କ ପାଇଁ ଦେଶ ଆଜି କେତେ ଗର୍ବିତ ସେନେଇ କହିଛନ୍ତି ଅତିଥି ବୃନ୍ଦ । ସେହିପରି ଶହୀଦଙ୍କୁ ସମ୍ମାନ ଜଣାଇ ପରିବାର ଲୋକ ମଧ୍ୟ ନିଜ ସହିଦ ପୁଅଙ୍କ ସତକାର୍ଯ୍ୟ ସମ୍ପର୍କରେ ପରିବାର ଲୋକେ ଅବଗତ କରାଇଥିଲେ । 


ଏହା ମଧ୍ୟ ପଢନ୍ତୁ- ବୀରତା ଦିବସରେ ଘେଂସ ସହିଦ ପରିବାରକୁ ଜାତୀୟ ସମ୍ମାନ ଦାବିକଲେ ସାମ୍ବାଦିକ

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details