ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Mangala Alati - MANGALA ALATI
Published : May 22, 2024, 7:07 AM IST
Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ, ନୟନ ପଥଗାମୀ ଭବଃ ତୁମେ । ସେ ଜଗତର ନାଥ ଜଗନ୍ନାଥ । କୋଟି ଓଡିଆଙ୍କ ମଉଡମଣୀ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ନୀଳାଚଳିଆ ଠାକୁରଙ୍କ ମହିମା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ତାଙ୍କର ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ ଶ୍ରୀକ୍ଷେତ୍ରକୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ବିଶ୍ବାସ ରହିଛି ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ । ପ୍ରତିଦିନ ଶ୍ରୀମନ୍ଦିରରେ ଦେଶ ତଥା ଦେଶ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ।
ଇଟିଭି ଭାରତ, ପୁରୀ