ସ୍ପିଡ ପେଣ୍ଟିଂରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ଆୟୁଷ୍ - Maha Shivratri Greetings
Published : Mar 7, 2024, 10:57 PM IST
Maha Shivratri: ପୁରୀ: ପବିତ୍ର ଶିବରାତ୍ରି ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପ୍ଲଲୀ । ଏହି ଅବସରରେ ନିଜ କାନଭାରେ ମହାଦେବଙ୍କ ଛବି ଆଙ୍କି ସମସ୍ତଙ୍କୁ ହାଦ୍ଦିକ୍ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ପୁରୀ ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ୍ ମହାପାତ୍ର । ମହାଶିବରାତ୍ରୀକୁ ନେଇ ଦେଶର ସମସ୍ତ ଶୈବପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ଆଦିଯୋଗି ମହାଦେବଙ୍କ ପେଣ୍ଟିଂ ପ୍ରସ୍ତୁତ କରିଛନ୍ତି ଆୟୁଷ । ମହାଦେବଙ୍କ ପେଣ୍ଟିଂକୁ ୫ ଫୁଟର କାନଭାରେ ୮ ମିନିଟ୍ ମଧ୍ୟରେ ଓଲଟା ଭାବେ ପ୍ରସ୍ତୁତ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, "ଏହିଭଳି ପେଣ୍ଟିଂ ବିଭିନ୍ନ ସମୟରେ ପ୍ରସ୍ତୁତ କରେ ଏବଂ ମୋର ପେଣ୍ଟିଂ ଦ୍ବାରା କିଭଳି ଯୁବପୀଢି ଏବଂ ଶିଶୁମାନଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବ ଓ ଯୁବପୀଢି ମାନେ କିଭଳି ମୋର ଏହି ପେଣ୍ଟିଂକୁ ଦେଖି ମନୋରଞ୍ଜନ ହୋଇପାରିବେ, ସେଥିପାଇଁ ଏହା ମୋର ଛୋଟିଆ ପ୍ରୟାସ । ଏହି ସବୁ କେବଳ ପିତାମାତା, ଭଗବାନଙ୍କ ଏବଂ ଜନସାଧାରଣଙ୍କ ଆଶୀର୍ବାଦ, ଭଲପାଇବା ଯୋଗୁଁ ସମ୍ଭବ ହୋଇପାରୁଛି ।" ସେପଟେ ଏହି ଚିତ୍ରକଳା ସବୁ ମହଲରେ ପ୍ରସଂଶାର ସୁଅ ଛୁଟିଛି ।
ଏହା ମଧ୍ୟ ପଢନ୍ତୁ ....ଜାଗର ପାଇଁ ଚଳଚଞ୍ଚଳ ବାବା କପିଳାଶ ପୀଠ, ଭୋର ୩ଟା ୫୫ରେ ଉଠିବ ମହାଦୀପ