ଓଡିଶା

odisha

ମୁରୁଜରେ ଶ୍ରୀରାମଙ୍କ ମନଲୋଭା ପ୍ରତିକୃତି, ପ୍ରଶଂସା ସାଉଁଟୁଛନ୍ତି ସୁରଟର ଭଉଣୀ

By ETV Bharat Odisha Team

Published : Jan 20, 2024, 6:36 PM IST

Published : Jan 20, 2024, 6:36 PM IST

ଗାନ୍ଧୀନଗର: ରଙ୍ଗୋଲିରେ ତିଆରି ହୋଇଛି ଶ୍ରୀରାମଙ୍କ ଦରବାର । ସମଗ୍ର ଦେଶରେ ଅଯୋଦ୍ଧା ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସାହ ଓ ଆନନ୍ଦ । ସେପଟେ ଶ୍ରାରାମଙ୍କୁ ଏକ ବିଶାଳ ଏବଂ ଅଲୌକିକ ଉପହାର ଦେବାକୁ ପ୍ରୟାସ କରିଛନ୍ତି ସୁରାଟର ଭଉଣୀମାନେ । ଏହି ରଙ୍ଗୋଲିକୁ କତାର ଗ୍ରାମର ସ୍ଥିତ ଏକ କମ୍ୟୁନିଟି ହଲରେ ପ୍ରସ୍ତୁତ କରାଯାଇଛି । 11,111 ବର୍ଗଫୁଟରେ 40 ଜଣଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଏହି ସୁନ୍ଦର ରଙ୍ଗୋଲି । ଯାହାକୁ ପ୍ରସ୍ତୁତ କରିବା ପାଇଁ 1400 କିଲୋର ରଙ୍ଗ ମୂରୁଜର ବ୍ୟବହାର କରାଯାଇଛି । 15 ଘଣ୍ଟାର କଠିନ ପରିଶ୍ରମ ପରେ ଏହି ରାମ ଦରବାରକୁ ପ୍ରସ୍ତୁତ କରାଯାଇଛି । ରଙ୍ଗୋଲିରେ ଭଗବାନ ରାମ, ମାତା ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ସମେତ ସମ୍ପୂର୍ଣ୍ଣ ବାନରସେନାକୁ ମଧ୍ୟ ସ୍ଥାନ ଦିଆଯାଇଛି । କେବଳ ସେତିକି ନୁହେଁ ଏଠାରେ ସମ୍ପୂର୍ଣ୍ଣ ରାମ ମନ୍ଦିରର ଦର୍ଶନ ମିଳୁଛି । ତେବେ ଏହି ସୁନ୍ଦର ରଙ୍ଗୋଲିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିଯାଇଥିବା ବେଳେ ପ୍ରସ୍ତୁତ କରିଥିବା ଭଉଣୀମାନଙ୍କର ପ୍ରଶଂସା କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ.... ଅଯୋଧ୍ୟା ରାମମୟ: ପହଞ୍ଚିଲା ବିଶାଳ ଲଡୁ ଓ ତାଲା, ପାକିସ୍ତାନରୁ ଆସୁଛି ପବିତ୍ର ଜଳ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details