ବିଜେପିକୁ ଜିତାଇଥିବାରୁ ଅନର୍ଗଳ ସଂସ୍କୃତ କହି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରତାପ ଷଡଙ୍ଗୀ - Pratap Sarangi - PRATAP SARANGI
Published : Jun 7, 2024, 9:58 AM IST
ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନରେ ବୃହତ୍ ବିଜୟ ପାଇଛି ବିଜେପି । ଏହାରି ସହିତ ଦଳ ରାଜ୍ୟରେ ପ୍ରଥମ ଥର ସରକାର କରିବାକୁ ଯାଉଛି। ବିଜେପି ପ୍ରତି ରାଜ୍ୟବାସୀଙ୍କ ଏପରି ଅକୁଣ୍ଠ ଭଲପାଇବା ଓ ସମର୍ଥନ ପାଇଁ ସଂସ୍କୃତରେ ଧନ୍ୟବାଦ ଜଣାଇଛନ୍ତି ବିଜେପିର ନବନିର୍ବାଚିତ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଏହାର ଭିଡିଓ ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଭିଡିଓରେ ପ୍ରତାପ ଅନର୍ଗଳ ସଂସ୍କୃତ କହୁଥିବା ଶୁଣିବାକୁ ମିଳୁଛି । ସେ କହିଛନ୍ତି ଯେ, ଆମ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଏହା ଐତିହାସିକ ବିଜୟ । ବିଜେପିକୁ ଜିତାଇବାକୁ ସ୍ବଂୟ ଜନତା ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାଜୟ ଅତ୍ୟନ୍ତ ରୋଚକ ବିଷୟ । ଓଡ଼ିଶାରେ ମହାପ୍ରଭୁଙ୍କ ଅପମାନ, ସତ୍ୟର କଣ୍ଠରୋଧକାରୀ, ଓଡ଼ିଆ ଅସ୍ମିତା ଅବମାନନାକାରୀ ନବୀନ ସରକାରର ପରାଜୟ ହୋଇଛି । ଏହା ସମସ୍ତଙ୍କ ପାଇଁ ଆନନ୍ଦ ବିଷୟ । ଏଥିପାଇଁ ହୃଦୟରୁ ମୁଁ ସାରା ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ।