ବଡ଼ମ୍ବାରେ ଖୁବଶୀଘ୍ର ଗଡିବ ଟ୍ରେନ, ଘୋଷଣା କଲେ ରେଳମନ୍ତ୍ରୀ - Train will run soon in Badamba
Published : May 17, 2024, 9:47 PM IST
Train will run soon in Badamba Narsinghpur: କଟକ: ବଡ଼ମ୍ବା ନସିଂହପୁରରେ ଖୁବଶୀଘ୍ର ଗଡ଼ିବ ଟ୍ରେନ । ନିର୍ବାଚନୀ ସଭାରେ ବିଜେପି ପାଇଁ ଭୋଟ ମାଗିବା ସମୟରେ ଏଭଳି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବଡ଼ମ୍ବାରେ ଏଯାବତ ଚିନି କଳକୁ କାହିଁକି ବନ୍ଦ କରାଯାଇଛି ଓ ପାନୀୟ ଜଳ ଯୋଗାଣ ଦିଗରେ କାହିଁକି ଫେଲ ମାରିଛନ୍ତି ସରକାର ତାହାକୁ ନେଇ ପ୍ରଶ୍ନବାଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିଭଳି କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇବା ସହ କେନ୍ଦ୍ରର ସୁଭଦ୍ରା ଯୋଜନା ସମ୍ପର୍କରେ ଅଗବତ କରାଇଥିଲେ । ରାଜ୍ୟରେ ବିଜେପି ଶାସନକୁ ଆସିଲା ପରେ ଅନେକ ଯୋଜନା ଯାହା ରାଜ୍ୟ ସରକାର ସଠିକ ଢଙ୍ଗରେ ପରିଚାଳିତ କରିପାରୁନାହାନ୍ତି, ତାହାର ସଠିକ ଉପଯୋଗିତା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଆୟୋଜିତ ହୋଇଥିବା ସମାବେଶରେ ବିଧାନସଭା ଆସନ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଓ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ପାଇଁ ଭୋଟ ଭିକ୍ଷା ମଧ୍ୟ କରିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏକ ରୋଡ ସୋ'ରେ ଉଭୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।
ଇଟିଭି ଭାରତ, କଟକ