କାଲି ଭୋଟ ଗଣତି, ଝାରସୁଗୁଡ଼ାରେ ପ୍ରସ୍ତୁତି ଶେଷ - Vote Counting Preparation - VOTE COUNTING PREPARATION
Published : Jun 3, 2024, 3:30 PM IST
Vote Counting Preparation: ଝାରସୁଗୁଡ଼ା: ଆସନ୍ତାକାଲି ଭୋଟ ଗଣତି । ବଢ଼େଇମୁଣ୍ଡା ସ୍ଥିତ ଇଂଜିନିୟରିଂ ସ୍କୁଲରେ ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ଗଣତି ହେବ । ଏନେଇ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନିଲ ନରଭାଣେ । ଆସନ୍ତାକାଲି (ମଙ୍ଗଳବାର) ସକାଳ ୮ଟାରୁ ଇଂଜିନିୟରିଂ ସ୍କୁଲରେ ଭୋଟ ଗଣତି ଆରମ୍ଭ ହେବ । ଜିଲ୍ଲାପାଳ କହିଛନ୍ତି, "୧୪ଟି ଟେବୁଲରେ ୧୯ଟି ରାଉଣ୍ଡରେ ଭୋଟ ଗଣତି କରାଯିବ । ପ୍ରଥମେ ପୋଷ୍ଟାଲ ବ୍ୟାଲାଟ ଭୋଟ ଗଣତି ଆରମ୍ଭ ହେବ । ଏହାପରେ ଇଭିଏମ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ସମସ୍ତ ପ୍ରକାର ଜରୁରୀକାଳୀନ ବ୍ୟବସ୍ଥା କରାଯାଇଛି । ସୁରୁଖୁରୁରେ କିଭଳି ଭୋଟ ଗଣତି ପ୍ରକ୍ରିୟା ଶେଷ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।"
ଏହା ବି ପଢନ୍ତୁ...ଭୋଟ ଗଣତି ପାଇଁ ପ୍ରସ୍ତୁତି, ବୌଦ୍ଧରେ ପୋଲିସର ଫ୍ଲାଗ ମାର୍ଚ୍ଚ
ସେପଟେ ଝାରସୁଗୁଡ଼ା ଏସପି ସ୍ମିତ ପି ପରମାର କହିଛନ୍ତି, "ଭୋଟ ଗଣତି ପାଇଁ ଝାରସୁଗୁଡ଼ା ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଆସନ୍ତାକାଲି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବ । ସେଥିପାଇଁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ତ୍ରିସ୍ତରୀୟ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗଣତି ସମୟରେ କି ଗଣତି ପରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଯେକୌଣସି ବ୍ୟକ୍ତି ଏହି ସମୟରେ ବିଶୃଙ୍ଖଳା ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଇଟିଭି ଭାରତ, ଝାରସୁଗୁଡ଼ା