ରାଜ୍ୟ ବ୍ୟବସ୍ଥାର ମୁଖା ଖୋଲିବାରୁ ପ୍ରଧାନମନ୍ତ୍ରୀଙ୍କୁ ଲଗାତାର ଗାଳି ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା - Dharmendra pradhan targets bjd
Published : May 22, 2024, 8:12 AM IST
ଅନୁଗୋଳ: ଜିଲ୍ଲାକୁ ନିର୍ବାଚନୀ ପ୍ରଚାର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଅବ୍ୟବସ୍ଥା ସମ୍ପର୍କରେ ମୁଖା ଖୋଲିଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ କିଛି କଡା ଟିପ୍ପଣୀ ମଧ୍ୟ କରିଥିଲେ । ଏହାକୁ ନେଇ ବିଜେଡି ଏବେ ପ୍ରତିକ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଗୁମାସ୍ତାମାନେ ଏବେ ପ୍ରଧାନମନ୍ତ୍ରୀଙ୍କୁ ପାଣି ପିଇ ପିଇ ଗାଳି ଦେବାରେ ଲାଗିଛନ୍ତି । ହେଲେ ଏହାକୁ କ’ଣ ଜନତା ଗ୍ରହଣ କରିବେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ।
ଗତକାଲି (ମଙ୍ଗଳବାର) ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ଜରଡାରେ ଆୟୋଜିତ ଏକ ନର୍ବାଚନୀ ସଭାକୁ ସମ୍ବୋଧିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଅନୁଗୋଳ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସାଶନ ବ୍ୟବସ୍ଥାର ମୁଖା ଖୋଲି ଦେଇଥିବା ବେଳେ ଏବେ ତାଙ୍କର ଗୁମାସ୍ତାମାନେ ପ୍ରଧାନମନ୍ତ୍ରୀକୁ ପାଣି ପିଇ ପିଇ ଗାଳି ଦେଉଛନ୍ତି । ଲୋକେ ଏଥର ଭୋଟରେ ତାର ଜବାବ ଦେବେ । ରାଜ୍ୟର ସବୁ ଯୋଜନା ପାଇଁ ଟଙ୍କା ଦେଲେ ମୋଦି । ବ୍ୟାଙ୍କ କେନ୍ଦ୍ର ସରକାରଙ୍କର । ନବୀନ ବାବୁ କେବଳ ମହିଳାମାନଙ୍କୁ ଟଙ୍କା ବାଣ୍ଟୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହା ସହ ସେ ରାଜ୍ୟରେ ବିଜେପି ସରକାର ଆସିଲେ କଣ ସବୁ ବିକାଶ ମୂଳକ ଏଜେଣ୍ଡା ରହିଛି , ସେ ସମ୍ପର୍କରେ ମଧ୍ୟ ମତବ୍ୟକ୍ତ କରିଥିଲେ । ଗତକାଲିର ଏହି ସଭାରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସହ ଅନେକ ବରିଷ୍ଠ ଦଳୀୟ ନେତା ଓ କର୍ମୀ ଯୋଗଦାନ କରିଥିଲେ ।
ଇଟିଭି ଭାରତ, ଅନୁଗୋଳ