ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ପିଙ୍କ ବୁଥରେ ପହଞ୍ଚିଲେ ମହିଳା ଅଧିକାରୀ - ELECTION PREPARATION IN Boudh - ELECTION PREPARATION IN BOUDH
Published : May 19, 2024, 6:38 PM IST
Lok Sabha Election 2024: ବୌଦ୍ଧ: ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଯାହା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ବୌଦ୍ଧ ଜିଲ୍ଲା ପ୍ରଶାସନ । ତେବେ ଚଳିତ ବର୍ଷ ଜିଲ୍ଲାରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଚାଳିଶଟି ପିଙ୍କ ବୁଥ ବା ସଖି ବୁଥ କରାଯାଇଛି । ତେବେ ବୌଦ୍ଧରେ ସ୍ବଚ୍ଛ, ଅବାଧ ତଥା ଭୟ ମୁକ୍ତ ମତଦାନ ପାଇଁ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
ସୋମବାର ଦିନ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଚାଳିଶଟି ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୩୧ଟି ପିଙ୍କ୍ ବୁଥ ସହିତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ 9ଟି ପିଙ୍କ୍ ବୁଥ ବା ସଖି ବୁଥ ପ୍ରସ୍ତୁତ କରାଯାଇଛି । ଏହି ପିଙ୍କ୍ ବୁଥରେ ମହିଳା ପୋଲିଂ ଅଫିସରଙ୍କ ଠାରୁ ନେଇ ସୁରକ୍ଷାକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳା ହୋଇଥିବା ସୂଚନା ମିଳିଛି । ତେବେ ରବିବାର ଅପରାହ୍ନ ସୁଦ୍ଧା ସମସ୍ତ ମହିଳା ନିର୍ବାଚନ ଦାୟିତ୍ଵରେ ଥିବା କର୍ମଚାରୀ ପୋଲିଂ ବୁଥରେ ପହଞ୍ଚିଛନ୍ତି ।
ଇଟିଭି ଭାରତ, ବୌଦ୍ଧ