ଓଡିଶା

odisha

କାଲି ଜନାଦେଶ: ସୁନ୍ଦରଗଡ଼ର ୭ଟି ନିର୍ବାଚନ ମଣ୍ଡଳୀରେ କିଏ ମାରିବ ମାଜି ? - Sundargarh Vote Counting

By ETV Bharat Odisha Team

Published : Jun 3, 2024, 7:39 PM IST

Heavy Fight In Sundargarh (ETV Bharat Odisha)

Sundargarh Vote Counting: ରାଉରକେଲା: ଆସନ୍ତାକାଲି ଖୋଲିବ ନେତାଙ୍କ ଭାଗ୍ୟର ପେଡି଼ । ସୁନ୍ଦରଗଡ଼ ଜିଲ୍ଲାରେ ୭ଟି ନିର୍ବାଚନ ମଣ୍ଡଳୀରେ ହେବ ଭୋଟ ଗଣତି । ଏହାକୁ ନେଇ ରାଉରକେଲା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରାଉରକେଲା ସହରର ଉଦିତନଗର ହାଇସ୍କୁଲରେ ରାଉରକେଲା, ରଘୁନାଥପାଲ୍ଲୀ ଏବଂ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଗଣତି ହେବ । ତେବେ ରାଉରକେଲା ନିର୍ବାଚନ ମଣ୍ଡଳୀର ୧୧ ବିଧାୟକ ପ୍ରାର୍ଥୀ ଏବଂ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ୮ଟି ବିଧାୟକ ପ୍ରାର୍ଥୀ ଏବଂ ବିରମିତ୍ରପୁରର ୧୩ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ରାଉରକେଲା ଏବଂ ବିରମିତ୍ରପୁର ପାଇଁ ୧୪ ଟେବୁଲ ଭୋଟ ଗଣତି ହେବ ଏବଂ କେବଳ ରଘୁନାଥପାଲ୍ଲୀରେ ୧୦ଟି ଟେବୁଲ ଗଣତି ହେବ । 

ଏହା ବି ପଢନ୍ତୁ...ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି, ଏହା ସମ୍ପୂର୍ଣ୍ଣ ନକଲି: କଂଗ୍ରେସ - Congress On Exit Polls 2024

ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ କହିଛନ୍ତି, "ଏଥର ରାଉରକେଲାରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବର୍ତ୍ତମାନ ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାୟକ ଏବଂ ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ଏହାସହ କଂଗ୍ରେସରୁ ବିରେନ୍ଦ୍ର ନାଥ ପଟ୍ଟନାୟକ ଏବଂ ରାଉରକେଲାରେ ବର୍ତ୍ତମାନ ଚର୍ଚ୍ଚାରେ ସ୍ୱାଧୀନ ପ୍ରାର୍ଥୀ ନିହାର ରାୟ ରହିଛନ୍ତି । ବଣାଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏଥର ହେବ କଡା ଟକ୍କର । CPIMର ବର୍ତ୍ତମାନ ବିଧାୟକ କଂଗ୍ରେସ ସହ ମେଣ୍ଟ କରି ଲଢୁଥିବା ଲକ୍ଷ୍ମଣ ମୁଣ୍ଡା ଏବଂ ବିଜେପିର ମହିଳା ପ୍ରାର୍ଥିନୀ ସେବତୀ ନାୟକ ରହିଛନ୍ତି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ହେଇଛନ୍ତି ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ।" ତେବେ CPIM ଗଡ଼ରେ କିଏ ମାରୁଛି ବାଜି ତାହା ଏବେ ଫୋକସରେ ରହିଛି । ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ଗତ ଥର ଭଳି ଏଥର ମଧ୍ୟ ହେବ ଜୋରଦାର ଟକ୍କର ହେବ ବୋଲି କୁହାଯାଉଛି। 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details