ETV Bharat / sports

'ଘଣ୍ଟାଏ ଭିତରେ ଯେତେ ରନ କରିବା କଥା କର'; ଶତକ ପରେ ଶୀଘ୍ର ଆଉଟ୍‌ ହୋଇଯିବାର କାରଣ କହିଲେ ପନ୍ତ - Rishabh Pant on Rohit Sharma

author img

By ETV Bharat Sports Team

Published : 2 hours ago

Rishabh Pant : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଆକ୍ରାମକ ଖେଳି ଶତକ ହାସଲ କରିବା ପରେ ଶୀଘ୍ର ଆଉଟ୍‌ ହୋଇଯାଇଥିଲେ ପନ୍ତ । ତେବେ ସେ କାହିଁକି ଏପରି ବଡ଼ ବଡ଼ ଶଟ୍‌ ଖେଳିବାକୁ ପ୍ରୟାସ କରିଥିଲେ ତା'ର କାରଣ ଖୋଲି କହିଛନ୍ତି । ପଢ଼ନ୍ତୁ ପୂରା ଖବର

Rishabh Pant
Rishabh Pant (ANI Photo)

ଚେନ୍ନାଇ : ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ସରିଛି । ଏହି ମ୍ୟାଚରେ ବାଂଲାଦେଶକୁ 280 ରନରେ ପରାସ୍ତ କରି ସିରିଜରେ 1-0 ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ । ଦଳଗତ ପ୍ରଦର୍ଶନ ମଧ୍ୟରେ ୱିକେଟ୍‌କିପର-ବ୍ୟାଟର ଋଷଭ ପନ୍ତ ଭାରତ ପାଇଁ ଏକ ଚମତ୍କାର ଶତକୀୟ ପାଳି ଖେଳିଥିଲେ । ଦୁର୍ଘଟଣା ଶିକାର ହୋଇ ଦୀର୍ଘଦିନର ବ୍ୟବଧାନ ପରେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟକୁ ଫେରି ପ୍ରଥମ ମ୍ୟାଚ୍‌ରେ ପନ୍ତ 109 ରନ୍‌ର ଧୂଆଁଧାର ପାଳି ଖେଳିଥିଲେ । ତେବେ ଏଭଳି ଆକ୍ରାମକ କ୍ରିକେଟ ଖେଳିବା ପଛର କାରଣ କହିଛନ୍ତି ଋଷଭ ପନ୍ତ ।

ଧୂଆଁଧାର ଶତକ ହାସଲ କରିଥିଲେ ପନ୍ତ :-

ଏହି ମ୍ୟାଚ୍‌ରେ ପନ୍ତ ତାଙ୍କ ଶତକର ନିକଟତର ହେବାପରେ ବଡ଼ ବଡ଼ ସଟ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା । ଶତକ ପରେ ମଧ୍ୟ ସେ ଦ୍ରୁତ ଗତିରେ ରନ୍ ସ୍କୋର କରିବାକୁ ଚେଷ୍ଟା କରି ଦୁଇଟି ଚୌକା ହାସଲ କରିଥିଲେ । ଏଭଳି ଆକ୍ରାମକ ଖେଳିବାକୁ ଯାଇ ସେ ଆଉଟ୍‌ ହୋଇ ଶୀଘ୍ର ପାଭିଲିୟନକୁ ମଧ୍ୟ ଫେରିଥିଲେ । ପନ୍ତ ଏଭଳି ଖେଳିବାର ଏକ ମଜାଦାର କାରଣ କହିଛନ୍ତି । ଜିଓ ସିନେମା ସହିତ ବାର୍ତ୍ତାଳାପ ସମୟରେ ତାଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ଦ୍ରୁତ ଗତିରେ ଖେଳୁଥିଲ ?

'ଘଣ୍ଟାଏ ଭିତରେ ଯାହା କରୁଛ କର' :-

ଏହାର ଜବାବରେ ପନ୍ତ କହିଛନ୍ତି, "ରୋହିତ ଭାଇ ଲଞ୍ଚବ୍ରେକ୍‌ ସମୟରେ କହିଥିଲେ, ତୁମମାନଙ୍କ ପାଖରେ ଖେଳିବାକୁ ଆଉ ଗୋଟିଏ ଘଣ୍ଟା ଅଛି, ଯାହାକୁ ଯେତେ ରନ କରିବାର ଅଛି କରିଦିଅ । ତେଣୁ ମୁଁ ଭାବିଲି ଟିକିଏ ରିସ୍କ ନେଇ ଖେଳିବି, ହୁଏତ ମୋର 150 ରନ ବି ହୋଇଯାଇପାରେ ।" ଏହା ବ୍ୟତୀତ ପନ୍ତ ବାଂଲାଦେଶର ଫିଲ୍ଡିଂ ସଜାଉଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ସେ କହିଛନ୍ତି ଯେ, ଯେତେବେଳେ ସେ ଦେଖିଲେ ଯେ ଗୋଟିଏ କ୍ଷେତ୍ରରେ ଦୁଇଜଣ ଫିଲ୍ଡର ଅଛନ୍ତି ଏବଂ ମିଡୱିକେଟରେ କେହି ବି ନାହାଁନ୍ତି, ସେତେବେଳେ ସେ ବାଂଲାଦେଶ ଫିଲ୍ଡରମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ଫିଲ୍ଡରଙ୍କୁ ମିଡୱିକେଟକୁ ଯିବା ଉଚିତ୍ ।

ପନ୍ତଙ୍କ ଚମତ୍କାର ପ୍ରତ୍ୟାବର୍ତ୍ତନ :-

ପ୍ରକାଶ ଥାଉ, ଦୁର୍ଘଟଣା ପରେ ଏହା ଋଷଭ ପନ୍ତଙ୍କର ପ୍ରଥମ ଅନ୍ତର୍ଜାତୀୟ ଶତକ ଥିଲା । କେବଳ ଏତିକି ନୁହେଁ, ଦୁର୍ଘଟଣା ପରେ ପନ୍ତଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ରେଡ୍ ବଲ୍ ମ୍ୟାଚ୍ ମଧ୍ୟ ଥିଲା । ଦୀର୍ଘ ଦିନର ଅବଧି ପରେ ଧଳା ଜର୍ସିରେ ନିଜର ପ୍ରଥମ ମ୍ୟାଚ୍‌ରେ ପନ୍ତ ବାଂଲାଦେଶୀ ବୋଲରମାନଙ୍କ ଧୁଲେଇ କରି କେବଳ 124 ବଲରେ 4ଟି ଛକା ଏବଂ 11 ଚୌକା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ତେବେ ଏହା ପରେ ସେ ଅଧିକ ସମୟ କ୍ରିଜରେ ରହିପାରିନଥିଲେ । ସମୁଦାୟ 128 ବଲ ଖେଳି 109 ରନ୍ ସ୍କୋର କରି ସେ ପାଭିଲିୟନ ଫେରିଥିଲେ । ପନ୍ତ ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ 52 ବଲରୁ 39 ରନ ସ୍କୋର କରି ଆଉଟ୍‌ ହୋଇଯାଇଥିଲେ । ପ୍ରକାଶ ଥାଉ, ମୀରପୁରରେ ବାଂଲାଦେଶ ବିପକ୍ଷରେ ପନ୍ତ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । 634 ଦିନ ପରେ ପନ୍ତ ଅନ୍ତର୍ଜାତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରି ତାଙ୍କର ପ୍ରଥମ ମ୍ୟାଚ୍‌ରେ ସେ ଏକ ଦମଦାର ଶତକ ସହ ନିଜର କମ୍‌ବ୍ୟାକ୍‌ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

Watch: ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ପନ୍ତ; ତା'ପରେ ହାସଲ କଲେ ବିସ୍ଫୋରକ ଶତକ - IND vs BAN 1st Test

ଧୂଆଁଧାର ଶତକ ସହ କମ୍‌ବ୍ୟାକ୍‌ ଘୋଷଣା କଲେ ପନ୍ତ; କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍‌ - IND vs Ban 1st Test

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.