ETV Bharat / technology

ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଆଉ କିଏ ଚଲଉଥିଲେ କେମିତି ଜାଣିବେ ? - WhatsApp Security - WHATSAPP SECURITY

WhatsApp Tricks: ଦୈନନ୍ଦିନ ଜୀବନରେ ଆଜି ମନୋରଞ୍ଜନ ହେଉ କି କୌଣସି କାର୍ଯ୍ୟ ସବୁ ଲାଗି ହ୍ବାଟ୍ସଆପର ବ୍ୟବହାର କରୁଛନ୍ତି । କିନ୍ତୁ ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଖୋଲିପାରେ । ଏଥିଲାଗି ଆପଣଙ୍କୁ ସତର୍କ ହେବା ଉଚିତ । ତେବେ ଏ ନେଇ କେମିତି ଜାଣିବେ ଆମେ ଆଜି ଆପଣଙ୍କୁ କହିବୁ । ଅଧିକ ପଢନ୍ତୁ

WhatsApp Security
WhatsApp Security (ETV Bharat)
author img

By ETV Bharat Tech Team

Published : Sep 23, 2024, 2:37 PM IST

ହାଇଦ୍ରାବାଦ: ଡିଜିଟାଲ ଯୁଗରେ ହ୍ବାଟ୍ସଆପ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟକୁ ଆପଣଙ୍କ ଅଜାଣତରେ ଆଉ କେହି ବି ବ୍ୟବହାର କରିପାରେ । ଏକା ସମୟରେ ଏହା ସମ୍ଭବ । ଯଦି ଆପଣଙ୍କ ଆକାଉଣ୍ଟକୁ ଅନ୍ୟ କେହି ଚଲଉଛି, ତେବେ ଆପଣଙ୍କ କିଛି ସହଜ ଷ୍ଟେପ ଅନୁସରଣ କରି ଏହା ଜାଣିପାରିବେ । ମୁଖ୍ୟତ ଆପଣଙ୍କୁ ପ୍ରାଇଭେସି ଓ ସିକ୍ୟୁରିଟି ଚେକ୍‌ କରିବା ଆବଶ୍ୟକ ।

ଯଦି ଆପଣ କିଛି ଅଜଣା ମେସେଜ, କଣ୍ଟାକ୍ଟସ୍‌ ଦେଖୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ । ହ୍ବାଟ୍ସଆପର ସିକ୍ୟୁରିଟି ବ୍ୟବସ୍ଥା ବେଶ ଉଚ୍ଚକୋଟୀର ଥିବାରୁ ଆପଣଙ୍କ ଆକାଉଣ୍ଟ ସହିତ ଅନ୍ୟ କୌଣସି ଡିଭାଇସ ଲିଙ୍କ ଅଛି, ସେ ସମ୍ପର୍କରେ ଆପଣ ଜାଣିପାରିବେ ।

WhatsApp Security
WhatsApp Security (ETV Bharat)

Step 1: ଆପଣଙ୍କ ଡିଭାଇସରେ ହ୍ବାଟ୍ସଆପ ଖୋଲନ୍ତୁ । ଏହାପରେ ଡାହାଣ ପାର୍ଶ୍ବର ଉପରି ଭାଗରେ ଥିବା ଥ୍ରି-ଡଟ୍‌ ଅପସନ ଉପରେ ଟାପ୍‌ କରନ୍ତୁ ।

Step 2: ଏହାପରେ ଡ୍ରପଡାଉନ ମେନ୍ୟୁରେ ଆପଣଙ୍କୁ 'Linked Device' ଅପସନ ଦେଖିବାକୁ ମିଳିବ । ଏହା ଉପରେ କ୍ଲିକ କରି ଆପଣ ଆକାଉଣ୍ଟ ସହିତ ଅନ୍ୟ କୌଣସି ଡିଭାଇସ ଲିଙ୍କ ହୋଇଛି ତାହା ଆପଣ ଜାଣିପାରିବେ ।

Step 3 : Linked Device ପେଜରେ ଆପଣଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଥିବା ଡିଭାଇସଗୁଡ଼ିକ ଦୃଶ୍ୟମାନ ହେବ ।

Step 4: ସେଥିରେ ଏକାଧିକ ଡିଭାଇସ ଲିଙ୍କ ହୋଇଥିଲେ ସେଠାରେ ଆପଣଙ୍କୁ ଉକ୍ତ ଡିଭାଇସର ନାମ ସହିତ Last date ଓ ଟାଇମ ଦେଖାଇବ ।

Step 5: ତାଲିକାରେ ଥିବା ସମସ୍ତ ଡିଭାଇସକୁ ଆପଣ ଭଲ ଭାବେ ଯାଞ୍ଚ କରନ୍ତୁ । ଏହାପରେ ଉକ୍ତ ଡିଭାଇସରୁ Log out ଅପସନ ଉପରେ ଟାପ୍‌ କରି ଏହାକୁ ବନ୍ଦ କରନ୍ତୁ । ଏହାପରେ ଉକ୍ତ ବ୍ୟକ୍ତି ଜଣକ ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଆକ୍ସେସ ନିଜ ପାଖରେ ରଖିପାରିବ ନାହିଁ ।

Also Read: ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍‌ ଚାଟ୍‌ କେମିତି Hide କରିବେ; ଜାଣିପାରିବେନି କେହି - WhatsApp chats hide Tricks
WhatsApp Security
WhatsApp Security (ETV Bharat)

କିପରି ଏଥିରୁ ବର୍ତ୍ତିବେ ?

  • ନିଜ ହ୍ବାଟ୍ସଆପ ଆକାଉଣ୍ଟକୁ ସୁରକ୍ଷିତ ରଖିବାକୁ ହେଲେ ସମୟେ ସମୟେ 'Linked Device'କୁ ଯାଞ୍ଚ କରନ୍ତୁ । ଯଦି ଅନ୍ୟ ଆକାଉଣ୍ଟ ଲିଙ୍କ ହୋଇଥିବ ତେବେ ତାହା ଏଠାରେ ଦୃଶ୍ୟମାନ ହେବ ।
  • ହ୍ବାଟ୍ସଆପ ୱେବର ଆକ୍ଟିଭ ସେସସକୁ ଯାଞ୍ଚ କରନ୍ତୁ ।
  • ଆପଣଙ୍କ ପ୍ରୋଫାଇଲ ଫଟୋଠୁ ଆରମ୍ଭ କରି ମେସେଜ ଉପରେ ନଜର ରଖନ୍ତୁ । ୟଦି ଆପଣ କିଛି ପରିବର୍ତ୍ତନ ଦେଖନ୍ତି, ତେବେ ଅନ୍ୟ କେହି ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ବ୍ୟବହାର କରୁଛି ବୋଲି ଆପଣ ଜାଣିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.