କୋରାପୁଟରେ ଗଡ଼ିଲା ଭୋଟର ସଚେତନତା ରଥ, ଜିଲ୍ଲାରେ ଭୋଟହାର ବୃଦ୍ଧି ଲକ୍ଷ୍ୟ - Voter Awareness Program - VOTER AWARENESS PROGRAM
Published : Apr 15, 2024, 10:17 PM IST
VOTER AWARENESS PROGRAM: କୋରାପୁଟ: ଆସୁଛି ସାଧାରଣ ନିର୍ବାଚନ, ଆରମ୍ଭ ହୋଇଛି ଭୋଟର ସଚେତନ କାର୍ଯ୍ୟକ୍ରମ । ଏହି କ୍ରମରେ ଆଜି (ସୋମବାର) କୋରାପୁଟ ସହରରେ ଗଡିଛି ଭୋଟର ସଚେତନତା ରଥ । ଆଜି ସନ୍ଧ୍ୟାରେ ଏହି ସଚେତନତା ରଥକୁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଭୋଟର ସଚେତନତା ରଥରେ ଏଲଇଡି ପରଦା ଲଗା ଯାଇଛି ଯେଉଁଥିରେ ଭୋଟର ସଚେତନତା ସମ୍ପର୍କିତ ବାର୍ତା ବିଭିନ୍ନ ଚିତ୍ତାକର୍ଷକ ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ... ଦେଓମାଳି ପର୍ବତାରୋହଣ ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ଜିଲ୍ଳାପାଳ - Voter Awareness Program
ଏହି ଏଲଲିଡି ରଥ କୋରାପୁଟ ଜିଲ୍ଲାର 14 ଗୋଟି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗସ୍ତ ଭୋଟରମାନଙ୍କୁ ସଚେତନତା କରାଇବ । ଖାସ୍ କରି ଗତ ନିର୍ବାଚନରେ କମ୍ ମତଦାନ ହୋଇଥିବା ଅଞ୍ଚଳରେ ଭୋଟଦାନର ହାର ବଢାଇବା ପାଇଁ ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷର ନିର୍ବାଚନରେ କୋରାପୁଟ ଜିଲ୍ଲାର ଭୋଟ ହାର ସର୍ବାଧିକ କରାଇବା ଉଦ୍ଦେଶ୍ୟରେ ଜିଲ୍ଲାବ୍ୟାପୀ ବିଭିନ୍ନ ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରାଯାଉଥିବା ଜିଲ୍ଳାପାଳ ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ