ଓଡିଶା

odisha

ETV Bharat / videos

'NDA ସରକାର ୧୦ବର୍ଷ ଶାସନରେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ଆସିଛି' - Congress Targets BJP and BJD - CONGRESS TARGETS BJP AND BJD

By ETV Bharat Odisha Team

Published : May 28, 2024, 10:39 PM IST

Kendrapada Congress Targets BJP and BJD: କେନ୍ଦ୍ରାପଡା: ଆଜି ଅପରାହ୍ନରେ କେନ୍ଦ୍ରାପଡା କଜଳା ସ୍ଥିତ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଯେଉଁଠାରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୂର୍ବତନ ସାଂସଦ ପ୍ରାର୍ଥୀ ଡଃ ହମିଦ ହୁସେନ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଥିଲେ । ଚଳିତ ନିର୍ବାଚନରେ INDI ଆଲିଆନ୍ସ ରେକର୍ଡ ବହୁମତ ପାଇ କେନ୍ଦ୍ରରେ ସରକାର ଗଠନ କରୁଛି ବୋଲି ହମିଦ କହିଛନ୍ତି । କେନ୍ଦ୍ରରେ NDA ସରକାର ୧୦ ବର୍ଷ ଶାସନ ସମୟରେ ଶତ୍ରୁ ଦେଶର ସୀମା ମଧ୍ୟରେ ପ୍ରବେଶ କରି ସେମାନଙ୍କ ଆଧିପତ୍ୟ ଜାହିର କରିଛନ୍ତି । ତେବେ ଏହି ୧୦ ବର୍ଷରେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ଆସିଛି ବୋଲି ସେ କହିଛନ୍ତି ।

ଦେଶରେ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ବଢିଥିବା ବେଳେ କେନ୍ଦ୍ରର ବିଜେପି ସରକାର ଏଗୁଡ଼ିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସ ପ୍ରବକ୍ତା ଡଃ ହୁସେନ । ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେଡି ଏକ ଦୁର୍ନୀତିଗସ୍ତ ସରକାର ସାରା ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଚଳାଇଥିବା ସେ କହିଛନ୍ତି । ଏହାସହ ନେତାଙ୍କୁ ଇଡି ଏବଂ ସିବିଆଇ ଭୟ ରହିଥିବା କାରଣରୁ ସଂସଦରେ ବିଭିନ୍ନ ସମୟରେ ବିଜେଡି ବିଜେପିକୁ ସମର୍ଥନ କରୁଥିବା ସେ କହିଛନ୍ତି । ସେହିପରି କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀନୀ ଡଃ ସିପ୍ରା ମଲ୍ଲିକ ୨୦୦୯ ମସିହାରୁ କେନ୍ଦ୍ରାପଡା ବିଧାୟକ ଥିବା ବେଳେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ସ୍ମାର୍ଟ ସହର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ନିଆଳିରେ କଂଗ୍ରେସ ପ୍ରାର୍ଥିନୀ ଗୀତାଞ୍ଜଳି ମଲ୍ଲିକଙ୍କ ରୋଡ ସୋ' - Niali Assembly Constituency 

ଜଳସେଚନ ଓ ଜଳ ନିଷ୍କାସନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ହେଲେ ଏହାକୁ ବିଜେଡି ସରକାର ଗ୍ରହଣ କରିନଥିଲା ବୋଲି ଅଭିଯୋଗ କରିଛନ୍ତି ସିପ୍ରା । କେନ୍ଦ୍ରାପଡା ଜିଲ୍ଲାର ପରିଚୟ ବଳଦେବଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏ ସରକାର କେବଳ ପ୍ରତିଶୃତି ଦେଇ ଫେଲ ମାରିଥିବା କହିଛନ୍ତି । ଅନ୍ୟପଟେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା, କେନ୍ଦ୍ରାପଡା ଜିଲ୍ଲାରେ କୃଷି ଭିତ୍ତିକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ଦାବି ରହିଥିବା ବେଳେ ଏହାକୁ ବିଜେଡି ସରକାର ଅଣଦେଖା କରୁଥିବାରୁ ଏଥର ଲୋକେ ପରିବର୍ତ୍ତନ ମୁହାଁ ହୋଇ କଂଗ୍ରେସ ଦଳକୁ ଭରଷା କରିବେ ବୋଲି କହିଛନ୍ତି ପ୍ରାର୍ଥୀନୀ ସିପ୍ରା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details