ଓଡିଶା

odisha

ETV Bharat / videos

ଜମି ଅଧିଗ୍ରହଣକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ - COLLECTOR OFFICE GHERAO

By ETV Bharat Odisha Team

Published : Jan 8, 2025, 2:01 PM IST

ଝାରସୁଗୁଡ଼ା: ବିନା ଜନଶୁଣାଣିରେ ଜମି ଅଧିଗ୍ରହଣ ଅଭିଯୋଗ । ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ କରି ଜମି ଅଧିଗ୍ରହଣ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡା ସଦର ବ୍ଳକ ହଂସାମୁରା କଣ୍ଟାପାଲି ଗ୍ରାମର ଗ୍ରାମବାସୀ । ଏହି ସମ୍ପ୍ରସାରଣକୁ ସରକାର ସ୍ଥଗିତ କରାଯାଉ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କମ୍ପାନୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ, ଝାରସୁଗୁଡା ବ୍ଳକ ମରାକୁଟା ଠାରେ ଥିବା ଆକ୍ସନ ଇସ୍ପାତକୁ ରୁଙ୍ଗଟା କମ୍ପାନୀ ଅଧିଗ୍ରହଣ କରିଥିଲା ଏବଂ ଗତ ମାସ ଏହାକୁ ନେଇ ମରାକୁଟାଠାରେ ଏକ ଜନ ଶୁଣାଣି ମଧ୍ୟ କରିଥିଲା । ହେଲେ ଏବେ ସେହି ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ ପାଇଁ ହଂସାମୁରା କଣ୍ଟାପାଲି ଗ୍ରାମର ଜମି ମଧ୍ୟ ଅଧିଗ୍ରହଣ କରିବା ପାଇଁ ଖବର ପାଇ ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହାକୁ ବିରୋଧ କରି ଗ୍ରାମରେ ସ୍ଥାନୀୟ ଗ୍ରାମବାସୀମାନେ ଏକ ବୈଠକ କରିଥିଲେ । ଯଦି ହଂସାମୁରା କଣ୍ଟାପାଲିଠାରେ କଂପାନୀ ତାର ସମ୍ପ୍ରସାରଣ କରେ ତେବେ ଗ୍ରାମରେ ପ୍ରଦୂଷଣ ବଢ଼ିବା ସହିତ ଚାଷୀମାନେ ମଧ୍ୟ ପ୍ରଭାବିତ ହେବେ, କାରଣ ପୂର୍ବରୁ ଏହି ହଂସାମୁର କଣ୍ଟାପାଲି ଗ୍ରାମର ଚତୁରର୍ପଶ୍ଵରେ ଛୋଟ ବଡ଼ କଳ କାରଖାନା ରହିଛି । ଯାହାଦ୍ଵାରା ସ୍ଥାନୀୟ ଲୋକେ ପ୍ରଦୂଷଣର ଶିକାର ହେଉଛନ୍ତି । ସେଥିପାଇଁ ଏଠାରେ ଅନ୍ୟ କୌଣସି କାରଖାନା ହେଲେ ଚାଷ ସହିତ ପାନୀୟ ଜଳ ମଧ୍ୟ ପ୍ରଦୂଷିତ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ଏନେଇ ଝାରସୁଗୁଡ଼ା ସହକାରୀ ଜିଲ୍ଲାପାଳ ସୁନିଲ ମିଶ୍ର କହିଛନ୍ତି, "ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଦେଇଥିବା ଦରଖାସ୍ତକୁ ଆମେ ଗ୍ରହଣ କରୁଛୁ । ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଯାହା ପଦକ୍ଷେପ ଗ୍ରହଣ କରିବେ ।"
 

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣିକୁ ନେଇ ପୁଣି ତେଜିଲା ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଏହା ମଧ୍ୟ ପଢ଼ନ୍ତୁ...ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନ

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details