ଓଡିଶା

odisha

By ETV Bharat Odisha Team

Published : Apr 12, 2024, 10:51 AM IST

ETV Bharat / videos

ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ବିକାଶ ଚାହାନ୍ତି ନାହିଁ: ଜୟ ନାରାୟଣ - Sambalpur Assembly constituency

ସମ୍ବଲପୁର: ସମ୍ବଲପୁର ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହି ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପି ଏହି ଆସନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପ୍ରସନ୍ନଙ୍କ ଉପରେ ଭରସା କରିଛି । ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି  ବିଧାୟକ ଜୟ ନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲାରେ ବିଜେଡିର ନେତୃତ୍ୱ ନାହିଁ, ସେମାନେ ନେତା ଆମଦାନୀ କରୁଛନ୍ତି ଓ ପ୍ରସନ୍ନ ଆଚାର୍ଯ୍ୟ ଜଣେ ସମ୍ବଲପୁର ବିରୋଧୀ ବ୍ୟକ୍ତି ବୋଲି କହିଛନ୍ତି ଜୟ ନାରାୟଣ । ସେ କହିଛନ୍ତି , '' ବିଜେଡି କାହାକୁ ଟିକେଟ ଦେବ, ଏଥିରେ କିଛି କହିବାର ନାହିଁ, ଏହା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର l ତେବେ ଏଥିରୁ ପ୍ରମାଣିତ ହେଉଛି ଯେ ସମ୍ବଲପୁର ଜିଲ୍ଲାରେ ବିଜେଡିର ନେତୃତ୍ୱ ନାହିଁ କି ପ୍ରାର୍ଥୀ ନାହିଁ l ସେଥିପାଇଁ ସେମାନେ ଯାଜପୁର ଓ ବରଗଡ଼ରୁ ନେତା ଆମଦାନୀ କରିଛନ୍ତି l ସମ୍ବଲପୁର ବିଧାନସଭା ସିଟ ପାଇଁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ଜଣେ ସମ୍ବଲପୁର ବିରୋଧୀ ବ୍ୟକ୍ତି, ସମ୍ବଲପୁର ଜିଲ୍ଲାକୁ ଭାଙ୍ଗି 4 ଭାଗ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେ ସମ୍ବଲପୁରର ବିକାଶର ବିରୋଧୀ l ସମ୍ବଲପୁରର ବିକାଶ ନହେବା ପାଇଁ ସେ ସବୁବେଳେ ଚେଷ୍ଟା କରନ୍ତି l ଏଥିପାଇଁ ସମ୍ବଲପୁର ଜନତା ଏହାର ଜବାବ ଦେବେ l''

ଏହା ମଧ୍ୟ ପଢନ୍ତୁ-ତେଲକୋଇରୁ ବିଜେଡି ପ୍ରାର୍ଥୀ ହେଲେ ମାଧବ ସର୍ଦ୍ଦାର, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ - Madhav Sardar get bjd ticket

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details