ଓଡିଶା

odisha

ETV Bharat / videos

ପୂର୍ବତନ CJI ଦୀପକ ମିଶ୍ରଙ୍କ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ, ୧ ଲକ୍ଷର ଅର୍ଥରାଶି ସହ ସମ୍ମାନିତ ହେବେ ସାହିତ୍ୟ ସାଧକ

By ETV Bharat Odisha Team

Published : 4 hours ago

କଟକ: ଓଡି଼ଆ ସାହିତ୍ୟ ସାଧକମାନଙ୍କୁ ପ୍ରେରଣା ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ । ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସାଧକଙ୍କୁ ସମ୍ମାନିତ କରିବା ଲାଗି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ 'ଜଷ୍ଟିସ ଦୀପକ ମିଶ୍ର ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ତାଙ୍କ ପରିବାର ଏଭଳି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିପାଇଁ ଜଷ୍ଟିସ ମିଶ୍ରଙ୍କ ପରିବାର ତରଫରୁ ପ୍ରଦତ୍ତ ଅର୍ଥରାଶିରୁ ଏହି ସମ୍ମାନ ଓଡ଼ିଆ ସାହିତ୍ୟକୁ ବିଶେଷ ଅବଦାନ ଦେଇଥିବା ଜଣେ ସାରସ୍ୱତ ସାଧକ ବା ସାଧିକାଙ୍କୁ ପ୍ରଦାନ କରାଯିବ । ସମ୍ମାନ ବାବଦରେ ୧ ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ରଫଳକ, ଉତ୍କଳ ସାହିତ୍ୟ ସମାଜର ସ୍ମାରକୀଚିହ୍ନ ଓ ଉତ୍ତରୀୟ ସମ୍ମାନ ପ୍ରଦାନ କରାଯିବ । 

ଏହା ବି ପଢନ୍ତୁ...40 ବର୍ଷର ସାଧନା, ଶାସ୍ତ୍ର ଅଧ୍ୟୟନ ପରମ୍ପରା ବଞ୍ଚାଇ ରଖିବାରେ ନିମଗ୍ନ ନାରାୟଣ

ପ୍ରତିବର୍ଷ ମାର୍ଚ୍ଚ ମାସରେ ଆୟୋଜିତ ସ୍ୱତନ୍ତ୍ର ସାରସ୍ବତ ଉତ୍ସବ ଜଷ୍ଟିସ ଦୀପକ ମିଶ୍ର ସାରସ୍ବତ ସମ୍ମାନ ସମାରୋହ"ରେ ଏକମାତ୍ର ସମ୍ମାନ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ । ଶତାୟୁ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ୧ଲକ୍ଷ ଟଙ୍କା ଅର୍ଥରାଶି ଥାଇ ସମ୍ମାନ ପ୍ରଣୟନ କରାଯାଇଥିବା କହିଛି ଉତ୍କଳ ସାହିତ୍ୟ ସମାଜ । ଜଷ୍ଟିସ ଦୀପକ ମିଶ୍ର ଉପସ୍ଥିତିରେ ତାଙ୍କର କଟକ କନିକା ଛକ ସ୍ଥିତ ବାସଭବନରେ ଜଷ୍ଟିସ ମିଶ୍ରଙ୍କ ପରିବାର ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନ ଓ ସମାବେଶ ପାଇଁ ଆବଶ୍ୟକୀୟ ଅର୍ଥରାଶିକୁ ଗ୍ରହଣ କରିଥିଲେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜର ଉପଦେଷ୍ଟା ଡକ୍ଟର ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details