ଓଡିଶା

odisha

ETV Bharat / videos

ନାମାଙ୍କନର ପ୍ରଥମ ଦିନରେ ସ୍ବାଧୀନ ପ୍ରାର୍ଥୀ ନିରାଶ, କାଗଜପତ୍ର ଅଭାବରୁ କାଲି ଭରିବେ ନାମାଙ୍କନ - BALASORE ASSEMBLY CONSTITUENCY - BALASORE ASSEMBLY CONSTITUENCY

By ETV Bharat Odisha Team

Published : May 7, 2024, 6:15 PM IST

Updated : May 7, 2024, 7:00 PM IST

Independent Candidate Fail To File Nomination: ବାଲେଶ୍ବର: ଆସନ୍ତା ଜୁନ ୧ ତାରିଖରେ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ । ଏଥି ପାଇଁ ଆଜି ଅର୍ଥଆତ ମେ ୭ରୁ ୧୪ ତାରିଖ ଯାଏଁ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା ।  ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ବାଲେଶ୍ବର ସଦର ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ ପାଇଁ ୧୨ ନଂ ୱାର୍ଡର କାଉନସିଲର ଅନିନ୍ଦିତ୍ୟ ପଣ୍ଡା ନିଜର ସମର୍ଥକମାନଙ୍କୁ ନେଇ ପହଞ୍ଚିଥିଲେ । ବାଲେଶ୍ଵରର ବିକାଶ ଏବଂ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ପାଥେୟ କରି ସେ ନାମାଙ୍କନ ଦାଖଲ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।  

ଏହା ମଧ୍ୟ ପଢନ୍ତୁ... ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରାର୍ଥୀପତ୍ର ଦାଖଲ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି - Balasore Election Preparation

ମାତ୍ର ନାମାଙ୍କନ ଦାଖଲ ପାଇଁ ଆବଶକୀୟ କାଗଜପତ୍ର ତାଙ୍କ ପାଖରେ ମହଜୁଦ ନ ଥିବାରୁ ସେ ଆଜି ନାମାଙ୍କନ ଦାଖଲ କରି ପାରି ନ ଥିବା ଜଣାପଡ଼ିଛି । ତାଙ୍କ ପାଖରେ ନାମାଙ୍କନ ଦାଖଲ ପ୍ରକ୍ରିୟାର ସମସ୍ତ କାଗଜ ପତ୍ର ନଥିବାରୁ ତାଙ୍କୁ ସେସବୁ ଯୋଗାଡ଼ କରି ଆଣିବାକୁ କୁହାଯାଇଥିଲା । ଏଥିପାଇଁ ଆଜି ସେ ନିରାଶ ହୋଇ ଫେରି ଯାଇଛନ୍ତି । ଆସନ୍ତା କାଲି ସମସ୍ତ କାଗଜ ପତ୍ର ଯୋଗାଡ଼ କରି ସେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ତାଙ୍କ ପାଖରେ ତିନି ମାସ ଭିତରେ ବ୍ୟାଙ୍କ ଆକାଉଣ୍ଟ ଏବଂ ରିସେଣ୍ଟ ପାସ ପୋର୍ଟ ସାଇଜ ଫଟୋ ନଥିବାରୁ ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇନଥିବା ଜଣାପଡ଼ିଛି । ଆବଶ୍ୟକ କାଗଜପତ୍ର ସମ୍ପର୍କରେ ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସୂଚନା ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି ।  

ଅନ୍ୟପଟେ ସଦର ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ ଠାରୁ ଆରମ୍ଭ ପରିମଳ ବ୍ୟବସ୍ଥା ପରି କୌଣସି କ୍ଷେତ୍ରରେ ବିକାଶ ହୋଇନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହାସହ ସେ 10 ହଜାରରୁ ଅଧିକ ଭୋଟ ପାଇବା ନେଇ ଆଶାବାଦୀ ରହିଛନ୍ତି । କାଉନସିଲରରୁ ସିଧା ବିଧାୟକ ପ୍ରାର୍ଥୀ ଭାବେ ଅନିନ୍ଦିତ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଏବେ ବିଜେଡି, ବିଜେପି, କଂଗ୍ରେସ ସମେତ ସ୍ବାଧୀନ ପ୍ରାର୍ଥୀ ବିକ୍ରମ ପଣ୍ଡା ନାମାଙ୍କନ ଦାଖଲ କରିବେ । ସେହିପରି ମାନସ ଦତ୍ତ ନିଜର ନାମାଙ୍କନ ଦାଖଲ କରିଛନ୍ତି ।  ସମୁଦାୟ ପାଞ୍ଚ ଜଣ ପ୍ରାର୍ଥୀ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଉଥିବା ବେଳେ ଭୋଟର କାହାକୁ ଗ୍ରହଣ କରିବେ ତାହାହିଁ ସମୟ କହିବ ।   

ଇଟିଭି ଭାରତ, ବାଲେଶ୍ବର

Last Updated : May 7, 2024, 7:00 PM IST

ABOUT THE AUTHOR

...view details