କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ ନେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ - Kendrapara news
Published : Jan 31, 2024, 9:01 AM IST
New Collector of Kendrapara: କେନ୍ଦ୍ରାପଡ଼ା: ୪୮ତମ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଗତକାଲି (ମଙ୍ଗଳବାର) ମଧ୍ୟାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିବା ପରେ ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନିକ)ପିତାମ୍ବର ସାମଲ,ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ଏଥିସହ ଆଇଏଏସ ପାଇବା ପରେ ଜିଲ୍ଲାପାଳ ଭାବେ ପ୍ରଥମ ନିଯୁକ୍ତି ପାଇଁ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଜିଲ୍ଲାରେ ଯୋଗ ଦେବାପରେ ସେ ଅଧୁରା କାମକୁ ସମ୍ପୂର୍ଣ୍ଣ କରିବା,କୃଷି ପ୍ରଧାନ ଜିଲ୍ଲା ହୋଇଥିବା କାରଣରୁ କୃଷି ଉପରେ ଫୋକସ ଦେବା ସହ ବିକାଶକୁ ସମାଜର ନିମ୍ନସ୍ତରରେ ଥିବା ସାଧାରଣ ଲୋକଟିଏ ପାଖରେ ପହଞ୍ଚାଇ ସୁବିଧା ଯୋଗାଇ ଦେବାକୁ କହିଛନ୍ତି ଜିଲ୍ଲାପାଳ । ଏଥିସହ ପ୍ରଶାସନିକ ସ୍ତରରେ ଯାହା ଅଭାବ ଅସୁବିଧା ରହିଛି ତାକୁ ଖୁବ କମ ଦିନ ମଧ୍ୟରେ ପୂରଣ କରାଯିବ । ଏଥିସହ ତାଙ୍କର ପୁରା ଟିମ ଏହି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-କେନ୍ଦୁଝର ଦାୟିତ୍ବଭାର ସମ୍ଭାଳିଲେ ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ
ଇଟିଭି ଭାରତ, କେନ୍ଦ୍ରାପଡା