ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / videos

ହାତ ବାଜିଲେ ସିଝିଯିବ ! ମାଟି ତଳୁ ବାହାରୁଛି ଟକମକ ଫୁଟୁଥିବା ତତଲା ପାଣି - Hot water Coming Out Of Ground

ନିଆଳି: ମାଟି ତଳୁ ବାହାରୁଛି ୯୦ ଡିଗ୍ରୀ ସେଲସିୟସର ତତଲା ପାଣି । ପାଣି ଏତେ ଗରମ ଯେ, ହାତ ମାରିଲେ ସିଝିଯିବ । ମାଟି ତଳୁ ବାହାରୁଛି ଟକମକ ହୋଇ ଫୁଟୁଥିବା ଗରମ ପାଣି । ଦେଖିବା ପାଇଁ ଲୋକଙ୍କର ଭିଡ ବି ଜମୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଜଲ୍ଲାରପୁର ପଞ୍ଚାୟତ ଟୋଲା ନିକଟ ସାରୁଅ ଗାଁରେ । ଯେଉଁଠି ଜଣେ ବ୍ୟକ୍ତିଙ୍କ ଜମିରୁ ଏଭଳି ଗରମ ପାଣି ବାହାରୁଛି । ଜମିରେ ରହିଛି ଏକ ବିଦ୍ୟୁତ୍ ଖୁଣ୍ଟ । ବିଦ୍ୟୁତ ଖୁଣ୍ଟ ନିକଟରୁ ମାଟି ତଳୁ ବାହାରୁଛି ଗରମ ପାଣି । ଚାରି ଆଡେ ବର୍ଷା ପାଣି ଜମି ରହିଥିବା ବେଳେ ଜମିରୁ ଗରମ ପାଣି ବାହାରିବା ଯୋଗୁଁ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅଛନ୍ତି । ବିଦ୍ୟୁତ ବିଭାଗ ମଧ୍ୟ ତଦନ୍ତ କରି ଫେରିଛନ୍ତି, କିନ୍ତୁ ଏହା ବିଦ୍ୟୁତ ସହିତ କୌଣସି ସମ୍ପର୍କ ନଥିବା ସେମାନେ କହିଛନ୍ତି । ଗରମ ପାଣି କେଉଁ କାରଣରୁ ବାହାରୁଛି ଏ ନେଇ ସେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ ।

ଏନେଇ ଜମି ମାଲିକ ପବିତ୍ର କୁମାର ମୁଦୁଲି କହିଛନ୍ତି, "କିଛି ଜଣା ପଡୁନି । ଆମ ଜମିରୁ ଗରମ ପାଣି ବାହାରୁଛି । ୯୦ ଡିଗ୍ରୀ ପର୍ଯ୍ୟନ୍ତ ଗରମ ପାଣି ବାହାରୁଛି । ଭୌତିକ ପରିବର୍ତ୍ତନ, ଅଲୋକିକ ଶକ୍ତି କିମ୍ବା ଅନ୍ୟ କେଉଁ କାରଣରୁ ଏଭଳି ହେଉଛି ଆମେ ଜାଣିନୁ । ପ୍ରଶାସନ ପକ୍ଷରୁ ଯଦି ସନ୍ଧାନ କରାଯାଏ ତେବେ ଏହାର କାରଣ ଜଣାପଡ଼ିବ ।"

ଏହା ମଧ୍ୟ ପଢ଼ନ୍ତୁ...ଆଶ୍ଚର୍ଯ୍ୟ: ଟମାଟୋରେ ଉଭା ହେଲେ କାଳିଆ ଠାକୁର ! - Lord Jagannath

ଏହା ମଧ୍ୟ ପଢ଼ନ୍ତୁ...ଅଲୌକିକ ଶୈବପୀଠ; ଶିବ ଲିଙ୍ଗରେ ପାଣି ଢାଳିଲେ ଆପେ ଆପେ ଉଭାନ ପାଣି ! କ'ଣ ରହିଛି କିମ୍ବଦନ୍ତୀ ? - Sikuan Famous Shiva Temple


ଇଟିଭି ଭାରତ, ନିଆଳି

ABOUT THE AUTHOR

...view details