ଓଡିଶା

odisha

ETV Bharat / videos

ଜମିଜମା ମାମଲାକୁ ନେଇ ରକ୍ତାକ୍ତ ସଂଘର୍ଷ: ପୋଲିସ ସାମ୍ନାରେ ପାଟିତୁଣ୍ଡ, ଜଣେ ଗୁରୁତର

By ETV Bharat Odisha Team

Published : 4 hours ago

ନିଆଳି: ଦୀର୍ଘ ଦିନର ଜମିଜମା ମାମଲାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ବୃଦ୍ଧ ରକ୍ତାକ୍ତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲେ ମଧ୍ୟ ପାଟିତୁଣ୍ଡ କମିନଥିଲା । ଶେଷରେ ଉଭୟ ଗୋଷ୍ଠୀଙ୍କୁ ଥାନାକୁ ପୋଲିସ ନେଇଥିବା ବେଳେ ଗୁରୁତର ଓ ଆହତଙ୍କୁ ମେଡିକାଲ ପଠାଇଛି ପୋଲିସ ।  

ଲାଗି ରହିଛି ଜମି ବିବାଦ:

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ଶ୍ରୀରାମପୁରସ୍ଥିତ ବଗପଦା ପଡା ଗ୍ରାମର ସୁକାନ୍ତ ଦାସ ଓ ବିଶ୍ବନାଥ ବେହେରାଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଛି ଜମିଜମା ମାମଲା । ଜମିଜମା ମାମଲା ବାଲିପାଟଣା ଥାନା ଠାରୁ ଆରମ୍ଭ କରି ତହସିଲ ପର୍ଯ୍ୟନ୍ତ ଯାଇଛି । ଫଇସଲା ହୋଇଛି । କିନ୍ତୁ ଉଭୟ ପରିବାର ଜମିଜମା ମାମଲାକୁ ନେଇ ଏପର୍ଯ୍ୟନ୍ତ ଜାରି ରହିଛି ପାଟିତୁଣ୍ଡ ଓ ଗଣ୍ଡଗୋଳ । ଏହାକୁ ନେଇ  ସୁକାନ୍ତଙ୍କ ପରିବାର ବିଶ୍ବନାଥଙ୍କ ଉପରେ ଆକ୍ରମଣ କରିଛନ୍ତି । ଫଳରେ ସେ ଆହତ ହୋଇଛି । ସେପଟେ ପୋଲିସ ଆସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ସାମ୍ନାରେ ମଧ୍ୟ ଉତ୍ତେଜନା ଥମି ନଥିଲା । ପରେ ପୋଲିସ ଆହତଙ୍କୁ ମେଡିକାଲ ପଠାଇବା ସହ ତଦନ୍ତ କରୁଛି ।  

ଆହତ ହୋଇଥିବା ବିଶ୍ବନାଥ ବେହେରା କହିଛନ୍ତି," ସୁକାନ୍ତ ଦାସ ଓ ତାଙ୍କ ପୁଅ ସର୍ବେଶ୍ଵର ଦାସ ଦୁହେଁ ମୋ ସାନଭାଇଙ୍କୁ ମାରିବା ପାଇଁ ଯାଉଥିଲେ । ମୁଁ ପ୍ରତିବାଦ କରିବାରୁ ମୋତେ ଶାବଳରେ ପିଟି ମୋ ମୁଣ୍ଡକୁ ଫଠାଇ ଦେଇଛନ୍ତି । ଏବଂ ମୋର ବଡ ଝିଅ ମୁଣ୍ଡକୁ ବାଡ଼େଇଛନ୍ତି । ସୁକାନ୍ତ ଦାସଙ୍କ ପରିବାର ଆମ ଜମିକୁ ମାଡି ଆସୁଛନ୍ତି, ଖୁଣ୍ଟ ଭାଙ୍ଗି ଦେଉଛନ୍ତି ପ୍ରତିବାଦ କରିବାରୁ ମାଡ ମାରୁଛନ୍ତି ଏବଂ ମିଛ କେସ କରୁଛନ୍ତି ।’

ସେହିପରି ପ୍ରତିପକ୍ଷ ସୁକାନ୍ତ ଦାସ ପୁଅ ସର୍ବେଶ୍ଵର ଦାସ କହିଛନ୍ତି, ‘ମୁଁ ଘରେ ନଥିବା ସମୟରେ ବିଶ୍ବନାଥ ବେହେରାଙ୍କ ପରିବାର ଲୋକେ ମୋ ସ୍ତ୍ରୀକୁ ମାଡ ମାରିବା ସହିତ ଡ୍ରେସ ଚିରିଛନ୍ତି । ମୋ ବାପାଙ୍କୁ ମାଡ ମାରିଛନ୍ତି । ମୋ ଝିଅ ଫୋନ କଲାପରେ ଘରେ ପହଞ୍ଚିଲି । ଆତ୍ମରକ୍ଷା କରିବା ପାଇଁ ମୁଁ ପିଟି ଦେଇଛି, ତାଙ୍କ ମୁଣ୍ତ ଫାଟି ଯାଇଛି । ଡିମାରକେସନ ହୋଇଛି ସେମାନେ ଖୁଣ୍ଟ ଘୁଞ୍ଚାଉଛନ୍ତି ଆମ ସହିତ ଗଣ୍ଡଗୋଳ କରୁଛନ୍ତି ।’

ଏହା ମଧ୍ୟ ପଢନ୍ତୁ:

ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ; କର୍ଫ୍ୟୁ ଲାଗୁ ପରେ 6 ଗିରଫ - Communal Clash in gudupokari

ମତୋ କଲେଜ ପ୍ରତିଷ୍ଠା ଦିବସ; ଅତିଥି ଚୟନ ନେଇ ତୀବ୍ର ବିବାଦ, 163 ଧାରା ଜାରି, 15 ପ୍ଲାଟୁନ ଫୋର୍ସ ମୁତୟନ - Prohibitory Orders to Prevent Clash

ଜଙ୍ଗଲ ଜମିକୁ ନେଇ ଗାଁ ପାଲଟିଲା ରଣକ୍ଷେତ୍ର, ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ - Group Clash Over Land Dispute

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details