ETV Bharat / state

ହସୁଛି କୋରାପୁଟର ସୌର ଗାଁ: ଘରେ ଘରେ ବିଜୁଳି, ନାହିଁ ବିଲ୍‌ ଟେନସନ

ଗାଁ ଲୋକଙ୍କ ମୁହଁରେ ହସ ଫୁଟାଇଲା ସୌର ଶକ୍ତି । କୋରାପୁଟର ସାହୁପୁଟ ଏବେ ସୌର ଗାଁ । ଘରେ ଘରେ ଜଳୁଛି ବିଜୁଳି । ଆଉ ରହୁନି ବିଲ୍‌ ଚିନ୍ତା ।

author img

By ETV Bharat Odisha Team

Published : 3 hours ago

ସୌର ଗାଁ
ସୌର ଗାଁ (ETV Bharat Odisha)

କୋରାପୁଟ: ଖୁଣ୍ଟ ଲାଗିଛି ଗାଁରେ ବିଜୁଳି ଅଛି । ହେଲେ ଦିନେ ଥିଲେ ଆଉ ଦିନେ ଦେଖାନାହିଁ । ଆଉ ମାସ ଶେଷକୁ ବିଲ୍‌ 200 ଟଙ୍କା ଉପରେ । ମୂଲ ଲାଗି ଚଳୁଥିବା ପରିବାର ଉପରେ ବିଦ୍ୟୁତ ବିଲ ବୋଝ । ଶେଷରେ ଗାଁଲୋକେ ଚିନ୍ତା କଲେ ଏ ସମସ୍ୟାରୁ ମୁକୁଳିବା ପାଇଁ । କଥାରେ ଅଛି ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ । ଠିକ ସେମିତି ହେଲା ଗାଁଲୋକେ ଲଗାଇଲେ ସୌର ଶକ୍ତି । ପୂରା ଗାଁ ଏବେ ସୌର ଗାଁ ଭାବେ ପରିଚୟ ଲାଭ କରିଛି । ଯାହା ଏବେ କୋରାପୁଟରେ ଚର୍ଚ୍ଚାର ବିଷୟ ପାଲଟିଛି ।

କୋରାପୁଟ ସାହୁପୁଟ ଏବେ ସୌର ଗାଁ:

ସୌର ଗାଁ (ETV Bharat Odisha)

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ତୁଷୁବା ପଞ୍ଚାୟତର ସାହୁପୁଟ ଗ୍ରାମ । ଏହି ଗାଁ ଏବେ ନୂଆ ନାଁ ପାଇଛି । ଗାଁରେ ରହୁଥିବା 25ଟା ପରିବାର ଏବେ ସୌରଶକ୍ତି ସାହାଯ୍ୟରେ ଜୀବନକୁ ଆଲୋକିତ କରିଛନ୍ତି । ତାହା ପୁଣି ଏକ ସ୍ବଚ୍ଛାସେବୀ ସଙ୍ଗଠନର ସହଯୋଗରେ । ପୂରା ଗାଁ ସୌର ଶକ୍ତି ସାହାଯ୍ୟରେ ଆଲୋକିତ ହୋଇଛି । ଏଥିସହ ଚାଷ କାର୍ଯ୍ୟ ମଧ୍ୟ ସୌର ଶକ୍ତି ସାହାଯ୍ୟରେ ହେଉଥିବା କହିଛନ୍ତି ଚାଷୀ ।

ଗାଁରେ ବିଜୁଳି ଅଛି, ଦିନେ ଥିଲେ ଆର ଦିନକୁ ନାହିଁ:

ସୌର ଗାଁ
ସୌର ଗାଁ (ETV Bharat Odisha)

ସାହୁପୁଟ ଗାଁରେ ବିଦ୍ୟୁତ ସଂଯୋଗ ଅଛି । ହେଲେ ଏଠାରେ ବିଦ୍ୟୁତ କାଟ ସମସ୍ୟାକୁ ନେଇ ଅତିଷ୍ଠ ଲୋକେ । ଗାଁରେ ଦିନେ ବିଜୁଳି ଥିଲେ ତା ପରଦିନକୁ ନଥାଏ । କେବଳ ସେତିକି ନୁହେଁ । ପ୍ରତି ମାସକୁ ବିଜୁଳି ବିଲ୍‌ 200 ଟଙ୍କାରୁ ଊର୍ଦ୍ଧ୍ବ ଆସେ । ଶେଷରେ ଲୋକେ ବିକଳ୍ପ ବ୍ୟବସ୍ଥା ବାଛିଲେ ।

ଏନେଇ ପ୍ରଗତିର ପ୍ରକଳ୍ପ ସଂଯୋଜକ ସୁବୋଧ କୁମାର ମାଝୀ କହିଛନ୍ତି କି, ‘ଲମତାପୁଟ ବ୍ଲକ ଅନ୍ତର୍ଗତ ତୁଷୁବା ପଞ୍ଚାୟତର ସାହୁପୁଟ ଗ୍ରାମ ବର୍ତ୍ତମାନ ସମ୍ପୂର୍ଣ୍ଣ ସୌର ଗ୍ରାମ ଭାବେ ପରିଚିତ । ଗ୍ରାମରେ ଥିବା ସମସ୍ତ 25ଟି ଘରେ ସୌର ଶକ୍ତି ଲାଗିଥିବା ବେଳେ ଚାଷୀଙ୍କ ବଗିଚାରେ କୂଅରୁ ପାଣି ଉଠାଇବା ପାଇଁ ବ୍ୟବହାର କରାଯାଉଛି ।’

ସହଯୋଗ କଲା ପ୍ରଗତି ସଙ୍ଗଠନ, କମିଲା ବିଜୁଳି ବିଲ୍‌:

ସୌର ଗାଁ
ସୌର ଗାଁ (ETV Bharat Odisha)

ସେହିପରି ଜଣେ ବିଦ୍ୟୁତ ଉପଭୋକ୍ତା ନରସିଂହ ସାହୁ କହିଛନ୍ତି, ‘ଗାଁରେ ସାଧାରଣ ବିଜୁଳି ଯୋଗାଣ ବ୍ୟବସ୍ଥା ଥିଲେବି ଏହାର ନିୟମିତ ଯୋଗାଣ ନଥିଲା । ପ୍ରତି ମାସ 200 ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିଲ ଆସୁଥିବା କାରଣରୁ ଆମେ ବିକଳ୍ପ ବ୍ୟବସ୍ଥାର ସନ୍ଧାନରେ ଥିଲୁ । ସୌର ଶକ୍ତିକୁ ସର୍ବୋତ୍କୃଷ୍ଟ ବିକଳ୍ପ ଭାବେ ଜାଣିବା ପରେ ମଧ୍ୟ ସୌର ଉପକରଣର ଉଚ୍ଚ ଦରଦାମ ଯୋଗୁଁ ବ୍ୟକ୍ତିଗତ ସ୍ତରରେ ସେଗୁଡିକୁ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ଠିକ ସେହି ସମୟରେ ସୌର ଶକ୍ତିର ପ୍ରଚାର ଓ ପ୍ରସାର କରୁଥିବା ସଂସ୍ଥା ପ୍ରଗତି ଗ୍ରାମବାସୀଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ । ସ୍ଥାନୀୟ ବ୍ୟାଙ୍କରେ ଗ୍ରାମବାସୀଙ୍କ ତରଫରୁ ଗ୍ୟାରେଣ୍ଟର ଭାବେ ପ୍ରଗତି ସଂଗଠନ ଠିଆ ହେବାପରେ ଗ୍ରାମବାସୀ କିଛି ଅର୍ଥ ପୈଠ କରି ବ୍ୟାଙ୍କରୁ ଘରେ ଓ ଚାଷ ଜମିରେ ସୌର ଉପକରଣ କିଣିବା ପାଇଁ ଋଣ ପାଇବାରେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ସୌର ଶକ୍ତିକୁ ବ୍ୟବହାର କରିବା ଫଳରେ କେବଳ ବିଶେଷ ଆବଶ୍ୟକତା ସମୟରେ ଗ୍ରୀଡ଼ କୋର ବିଜୁଳିକୁ ବ୍ୟବହାର କରି ବିଦ୍ୟୁତ ବିଲକୁ ପାଖାପାଖି 70ଟଙ୍କାକୁ କମି ଯାଇଛି ।’

ସୌର ଗାଁ (ETV Bharat Odisha)

ଆରାମରେ ହେଉଛି ଜଳସେଚନ, ବର୍ଷ ତମାମ ଫଳୁଛି ପନିପରିବା:

ଜଳସେଚନ ଫଳରେ ବର୍ଷତମାମ ପନିପରିବା ଚାଷ କରିପାରୁଛନ୍ତି ଚାଷୀ । ଏପରିକି ଭଲ ଭାବେ ଜଳସେଚନ ଯୋଗୁଁ ଏବେ ଖିଲି ଖିଲି ହସୁଛି ଚାଷ ଜମି । ଲଙ୍କାଠୁ ନେଇ କେତେ କଣ ଫନିପରିବା ଫଳୁଛି । ଏନେଇ ଚାଷୀ ଧନେଶ୍ବର ସାହୁ କହିଛନ୍ତି, ‘ପୂର୍ବରୁ ଅସୁବିଧା କାରଣରୁ ଜମି ଜଳସେଚିତ କରାଯାଇପାରୁନଥିଲା । ଜଳାଭାବରୁ ପଡିଆ ପଡିଥିବା ଚାଷ ଜମିରେ ବର୍ତ୍ତମାନ ସୌର ପମ୍ପ ଲଗାଇ ଜମିକୁ ଜଳସେଚନ କରାଯାଉଛି । ଏବେ ବର୍ଷ ତମାମ ବିଭିନ୍ନ ପନିପରିବା ଚାଷ କରି ଦୁଇ ପଇସା ରୋଜଗାର କରିପାରୁଛୁ ।

ସୌର ଗାଁ
ସୌର ଗାଁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଉପାନ୍ତ ଇଲାକାର ଆତ୍ମନିର୍ଭର ଦମ୍ପତି, ସଶକ୍ତ କରିଛି ସମନ୍ୱିତ କୃଷି

ଆଳୁ ଚାଷରେ ସୁନାମ ଆଣିଲା କୋରାପୁଟ, ଚାଷୀଙ୍କୁ ପ୍ରଶଂସାରେ ପୋତିଲେ ବିହାର ଚାଷୀ - Koraput Potato Farming

ସୌରଶକ୍ତିରେ ଚାଲିବ ଡାକ୍ତରଖାନା; ପ୍ରଥମ ପର୍ଯ୍ୟାୟରେ ୧୫୦ ହସ୍ପିଟାଲ ସାମିଲ - Solar Panel to install in Hospitals

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ମିଳିବ ମାଗଣା ବିଜୁଳି; 78,000 ମିଳିବ ସବସିଡି - 300 Units Free Electricity

ତାଲିମ ନେବେ ଯୁବକ:

ସୌର ଗାଁ
ସୌର ଗାଁ (ETV Bharat Odisha)

ଏନେଇ ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ କହିଛନ୍ତି, ‘ଆଗାମୀ ଦିନରେ ପ୍ରତ୍ୟେକ ପରିବାରରେ ସୌର ଶକ୍ତି ଉପକରଣର ବିସ୍ତାରକୁ ପ୍ରୋତ୍ସାହିତ ତଥା ସମର୍ଥନ କରିବା ପାଇଁ କୋରାପୁଟ ଜିଲ୍ଲାର ଯୁବକମାନେ ସୌର ଶକ୍ତି ଉଦ୍ୟୋଗୀ ଭାବେ ପ୍ରସ୍ତୁତ ହୋଇପାରିବେ ବୋଲି ଆମେ ଆଶା ରଖିଛୁ । ପ୍ରଥମ ପର୍ଯ୍ୟାୟରେ ଆଇଆଇଟିର ଏକ ଷ୍ଟାର୍ଟ ଅପ ଭାବେ ଖ୍ୟାତି ଅର୍ଜନ କରିଥିବା ‘କରମା’ର ସହଯୋଗରେ ତାଲିମ ପାଇବାକୁ 50 ଜଣ ଯୁବକଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯିବ । ବର୍ଷ ବର୍ଷ ଧରି କୃଷି ସମେତ ବିଭିନ୍ନ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାର କରିବାକୁ ଗ୍ରହଣୀୟତା ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ସୌର ଶକ୍ତି ଉପକରଣ ବିକ୍ରୟ କରୁଥିବା ଅନେକ କମ୍ପାନୀ ଏବଂ ଏଜେନ୍ସି ଗୁଡ଼ିକ ତୃଣମୂଳ ସ୍ତରରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରି ସ୍ଥାପନ ଶେଷ ହେବା ପରେ ଲୋକମାନଙ୍କ ଠାରୁ ପଳାୟନ କରିଥିଲେ । ଯେତେବେଳେ ୟୁନିଟ୍ ଗୁଡିକ କିଛି ରକ୍ଷଣାବେକ୍ଷଣ ଆବଶ୍ୟକ କରନ୍ତି ସେତେବେଳେ ଲୋକମାନେ ସେମାନଙ୍କ ଠାରୁ କୌଣସି ସେବା ପାଇନଥିଲେ । ତୃଣମୂଳ ସ୍ତରରେ ସୌର ଉଦ୍ୟୋଗୀ ସୃଷ୍ଟି କରିବାର ଏହି ନୂତନ ମିଶନ ଦ୍ବାରା ସୌର ଶକ୍ତି ଉପକରଣର ନିରନ୍ତର ବ୍ୟବହାରର ଦୀର୍ଘ ଦିନର ସମସ୍ୟା ଦୂର ହେବ। ସାହୁପୁଟ ଭଳି ଜିଲ୍ଲାରେ ଆହୁରି ଅନେକ ଗ୍ରାମକୁ ସୌର ଶକ୍ତି ସମ୍ପନ୍ନ କରିବା ପାଇଁ ଆଗକୁ ଯୋଜନା ରହିଛି।’

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.