thumbnail

ଭୁଶୁଡ଼ିଲା ଖାନନଗର ପୂଜା କମିଟି ତୋରଣ, ଚାପି ହେଲା ବହୁ ଯାନବାହନ

By ETV Bharat Odisha Team

Published : 3 hours ago

DURGA PUJA GET COLLAPSED: କଟକ: ଭୁଶୁଡ଼ିଲା ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ତୋରଣ । ଦୁର୍ଗାପୂଜା ପାଇଁ ନେତାଜୀ ବସ ଟର୍ମୀନାଲ ସମ୍ମୁଖରେ ହୋଇଥିବା ଲାଇଟ ଗେଟ ତୋରଣ ହଠାତ୍ ପଡିଯାଇଥିଲା । ତୋରଣ ତଳେ ବହୁ ଯାନବାହନ ଚାପି ହୋଇ ରହିଥିଲା । ଫଳରେ ବହୁ କ୍ଷତି ଘଟିଛି । କେଉଁ କାରଣ ଯୋଗୁଁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ତୋରଣ ତଳେ ଚାପି ହୋଇ ରହିଥିବା ଯାନବାହନ ଗୁଡିକ ସ୍ଥାନୀୟ ଲୋକ ବାହାର କରିଛନ୍ତି । 

ଅନ୍ୟପଟେ ତୋରଣ ଯୋଗୁଁ ରାସ୍ତା ଜାମ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଦୁଇଟି କ୍ରେନ ସାହାର୍ଯ୍ୟରେ ତୋରଣକୁ ହଟାଯାଇ ଚାପିଥିବା ଗାଡିକୁ କଢ଼ାଯାଇଛି । କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ରହିଛି । ପୂଜା କମିଟି ସମ୍ପାଦକ ପ୍ରତାପ କୁମାର ସାହୁ କହିଛନ୍ତି," କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି । "ଅନ୍ୟପଟେ ପୂଜା ସରିବାର ଏତେ ଦିନ ପରେ ତୋରଣ କ'ଣ ପାଇଁ ରହିବ ବୋଲି ପ୍ରଶ୍ନ କରିଛନ୍ତି ସହରବାସୀ ।  

ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ

ଇଟିଭି ଭାରତ, କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.