ETV Bharat / health

ଖାଆନ୍ତୁ ଜୁଆଣି, ପିଅନ୍ତୁ ଜୁଆଣି ପାଣି, କମିବ କୋଲେଷ୍ଟ୍ରଲ, ମୋଟାପଣକୁ ବାଏ ବାଏ...

ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୁଏ ଜୁଆଣି ବା ଅଜୱାନି । ଏହା କେବଳ ଏକ ମସଲା ନୁହେଁ, ଏହାକୁ ଚୋବାଇ କିମ୍ବା ପାଣିରେ ମିଶାଇ ପିଇଲେ ସୁସ୍ଥ ରହିବେ । କେମିତି ଜାଣନ୍ତୁ

author img

By ETV Bharat Odisha Team

Published : 2 hours ago

ଖାଆନ୍ତୁ ଜୁଆଣି, ପିଅନ୍ତୁ ଜୁଆଣି ପାଣି, କମିବ କୋଲେଷ୍ଟ୍ରଲ, ମୋଟାପଣକୁ ବାଏ ବାଏ
ଖାଆନ୍ତୁ ଜୁଆଣି, ପିଅନ୍ତୁ ଜୁଆଣି ପାଣି, କମିବ କୋଲେଷ୍ଟ୍ରଲ, ମୋଟାପଣକୁ ବାଏ ବାଏ (ETV Bharat Odisha)

ହାଇଦ୍ରାବାଦ: ସାଧାରଣତଃ ଜୁଆଣି ବା ଅଜୱାନି, ରୋଷେଇ ଶାଳର ଏକ ପରିଚିତ ନାମ । ଏହାକୁ ଏକ ମସଲା ଭାବେ ଗଣାଯାଏ । ତେବେ ଏହା ଯେ, କେବଳ ଏକ ମସଲା ନୁହେଁ ଯାହା ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ବରଂ ଏହାର ଏକାଧିକ ଔଷଧୀୟ ଗୁଣ ରହିଛି, ଯାହାଦ୍ବାରା ମଣିଷକୁ ସୁସ୍ଥ ଏବଂ ଶବଳ ରଖିବାରେ ସହାୟକ ହୁଏ । ଆସନ୍ତୁ ଜାଣିବା ଜୁଆଣିର ସ୍ବାସ୍ଥ୍ୟ ସଂପର୍କିତ ଭଲ ଗୁଣ ସଂପର୍କରେ...

ଜୁଆଣିର ଘରୋଇ ଉପଚାର:

ଜୁଆଣିକୁ ଆମେ ହଜମ ବା ପାକସ୍ଥଳୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ଉପଶମ ପାଇଁ ବ୍ୟବହାର କରିଥାଉ । ପେଟ ଫୁଲାଇଦେବା, ହଜମ ନହେବା, ପେଟରେ ଯନ୍ତ୍ରଣା ହେବା ଏବଂ ଅମ୍ଳ ଅଂଶ ବଢ଼ିବା ଇତ୍ୟାଦି ପାଇଁ ଜୁଆଣି ଭଲ କାମ କରେ । ଜୁଆଣି ଖାଇବା ଦ୍ବାରା ରକ୍ତଚାପ (Blood Pressure) ହ୍ରାସ କରିବା ସହ ବ୍ରୋଙ୍କୋଡାଇଲେଟୋରି ( ଫୁସଫୁସକୁ ବାୟୁ ପ୍ରବାହକୁ ବୃଦ୍ଧି କରିବା ) ଗୁଣ ରହିଛି । ଜୁଆଣିରେ କାର୍ମିନାଟିଭ, ଆଣ୍ଟିମାଇକ୍ରୋବାୟଲ ଏବଂ ଯକୃତକୁ ସୁସ୍ଥ ରଖିବାର ଗୁଣ ରହିଛି । ଏହାକୁ ଚୋବାଇ ଖିଆଯାଇ ପାରିବ । ଏହା ସହ ଜୁଆଣି ପାଣି ପିଇଲେ ଅମ୍ଳ ହ୍ରାସ ପାଇବା ସହ ପେଟ ଯନ୍ତ୍ରଣା ହ୍ରାସ ପାଇଥାଏ । ଏହା ଏକ ଘରୋଇ ଉପଚାର । ଗରମ ପାଣିରେ କିଛି ଭଜା ଜୁଆଣି କିମ୍ବା ଗୁଣ୍ଡ ଜୁଆଣି ମିଶାଇ ପିଇଲେ, ବେଶ ଉପଶମ ମିଳିଥାଏ ।

କୋଷ୍ଠ କାଠିନ୍ୟରୁ ମୁକ୍ତି:

ବେଳେ ବେଳେ ଝାଡ଼ା ବା ମୋସନ ସଠିକ ଭାବେ ହୋଇନଥାଏ । ଏଥିପାଇଁ ଲାଟ୍ରିନରେ ଅଧିକ ସମୟ ବସିବାକୁ ପଡ଼େ । ଏହାକୁ କୋଷ୍ଠ କାଠିନ୍ୟ କୁହାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆର୍ଥ୍ରାଇଟିସ ରୋଗୀଙ୍କୁ ଜୁଆଣି ପାଉଡର ଖାଇବାକୁ ଦିଆଯାଏ । ଫଳରେ ସହଜରେ ଖାଦ୍ୟ ହଜମ ହୁଏ ଏବଂ କୋଷ୍ଠକାଠିନ୍ୟରୁ କେତେକାଂଶରେ ମୁକ୍ତି ମିଳିଥାଏ । ତେବେ ଜୁଆଣି ସମସ୍ତେ ସବୁ ସମୟରେ ଖାଇବା ପୂର୍ବରୁ ବିଭିନ୍ନ ଦିଗକୁ ଧ୍ୟାନ ଦେବା ଉଚିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାମାନେ ଗର୍ଭଧାରଣ ସମୟ ବା ଗର୍ଭାବସ୍ଥାରେ, ଡାକ୍ତରଙ୍କ ବିନା ପରାମର୍ଶରେ ଜୁଆଣି ଖାଇବା ଅନୁଚିତ । ଏହାଦ୍ବାରା ଗର୍ଭାଶୟରେ ସଂକୋଚନ ସୃଷ୍ଟି କରିପାରେ । ଯାହାଦ୍ବାରା ଗର୍ଭପାତ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ତେଣୁ ଏସବୁ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

କେଉଁ ସବୁ ନାଁରେ ଜୁଆଣି ଜଣାଶୁଣା ?

ଜୁଆଣି ବା ଅଜୱାନିକୁ ବିଭିନ୍ନ ନାମରେ ପରିଚିତ । ଯେପରି ଟ୍ରାଚିସପର୍ମ୍ ଆମ୍ମି, ବିଶପ୍ସ ୱିଡ, ଦିପ୍ୟାକା, ୟାମିନି, ୟାମନିକା, ୟଭନିକା, ଅଜମା, ଅଜମୋ, ଜେଭେନ, ଓମା, ୟୋମ, ଓମୁ, ଓମାନ, ଜନୋଡକାନ, ଓନବା ଏବଂ ଭାମୁ ।

ସଂକ୍ରମଣ ରୋକିବା କ୍ଷମତା:

ଜୁଆଣିରେ କିଛି ତୈଳ ଅଂଶ ରହିଛି, ଯାହାକି ଥାଇମୋଲ ଏବଂ କାରଭାକ୍ରୋଲ ଏବଂ ଫଙ୍ଗସ ବୃଦ୍ଧି ରୋକିବାରେ ସାହାଯ୍ୟ କରିଥାଏ । ସେହିପରି ଖାଦ୍ୟରେ ବିଷାକ୍ତତା ଏବଂ ପେଟରେ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରୁଥିବା ସମସ୍ୟାକୁ ରୋକିବାରେ ସହାୟକ ହୁଏ ଜୁଆଣି ।

ରକ୍ତଚାପ ନିୟନ୍ତ୍ରଣ:

ଜୁଆଣିର ଅନ୍ୟାନ୍ୟ ଉପକାରିତା ମଧ୍ୟ ରହିଛି । ଜୁଆଣି, ଶରୀରରେ ରକ୍ତଚାପ ( Blood Pressure)କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମୁଷାଙ୍କ ଉପରେ କରାଯାଇଥିବା ପରୀକ୍ଷାରୁ ଜଣା ପଡ଼ିଛି ଯେ, ଜୁଆଣିରେ ଥିବା ଥାଇମୋଲ ରକ୍ତରେ ଥିବା କ୍ୟାଲସିୟମ ନିୟନ୍ତ୍ରଣ ସହ ରକ୍ତଚାପ ହ୍ରାସ କରିଥାଏ ।

ହଜମ ଶକ୍ତି ବୃଦ୍ଧି କରେ:

ଜୁଆଣିରେ ଥିବା ଏନଜାଇମ୍ ପେଟରେ ଏସିଡ ପ୍ରବାହକୁ ସହଜ କରିଯାଏ । ଫଳରେ ପେଟ ଫୁଲିବା ହ୍ରାସ କରିବା ସହ ଗ୍ୟାସରୁ ମୁକ୍ତି ମିଳିଥାଏ । ଏହା ପେପ୍ଟିକ ଅଲସରକୁ ନିୟନ୍ତ୍ରଣ କରିବା ସହ ଏସୋଫ୍ୟାଗସ, ପେଟ ଏବଂ ଅନ୍ତନଳୀରେ ସୃଷ୍ଟି କ୍ଷତ ଜନିତ ଯନ୍ତ୍ରଣାରୁ ଉପଶମ ଦେଇଥାଏ ।

କୋଲେଷ୍ଟ୍ରଲରୁ ମୁକ୍ତି:

ଆଜିକାଲି କୋଲେଷ୍ଟ୍ରଲ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ହାଇ କୋଲେଷ୍ଟ୍ରଲ ସମସ୍ୟାରେ ପୀଡ଼ିତ ବ୍ୟକ୍ତି, ଜୁଆଣି ପାଣି ଏବଂ ଜୁଆଣି ପାଉଡର ଖାଇଲେ ସାମାନ୍ୟ ଉପଶମ ମିଳିଥାଏ । ଏହାଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଥାଏ । ଶରୀରର ମୋଟାପଣ କମିବା ସହ ଓଜନ ହ୍ରାସର ସହାୟକ ହୋଇଥାଏ । ଏସବୁ ଦ୍ବାରା କୋଲେଷ୍ଟ୍ରଲ ମଧ୍ଯ କମିବାକୁ ଲାଗେ ।

ଆଣ୍ଠୁ-ଗଣ୍ଠି ବିନ୍ଧା ହ୍ରାସ:

ଜୁଆଣି ଦ୍ବାରା ଆଣ୍ଠୁ-ଗଣ୍ଠି ବିନ୍ଧା ହ୍ରାସ ସହ ଥକ୍କା ପଣ ଏବଂ ଦେହ-ହାଥ ବଥା କମିଥାଏ । ଜୁଆଣିର ଭିଜାଇ ପେଷ୍ଟ ତିଆରି କରି ଲେପନ କଲେ, ଯେଉଁ ସ୍ଥାନରେ ବନ୍ଧା ଛିଟା ହେଉଥାଏ, ତାହା ହ୍ରାସ ପାଇଥାଏ । ଆଉ ଏକ ସୂଚନା ଯେ, ଗାଧୋଇବା ବେଳେ ଟବ୍ ପାଣିକୁ ଗରମ କରି ସେଥିରେ ଜୁଆଣି ପକାଇ ଗାଧେଇଲେ ଫାଇଦା ମିଳିଥାଏ ।

କାସ ପାଇଁ ରାମବାଣ:

ଜୁଆଣିର ଏକାଧିକ ସମସ୍ୟାର ସମାଧାନ ପନ୍ଥା । ଯେପରି କାସ ହେଉ କି ନିଶ୍ବାସ ପ୍ରଶ୍ବାସ ନେବା, ଜୁଆଣି ଏଥିରେ ସହାୟତା କରିଥାଏ । ଏହା ବ୍ରୋଙ୍କିୟଲ ନଳୀକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଜୁଆଣି ଦ୍ବାରା ଆସଥମା (Asthma)ରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ଉପସମ ମିଳିଥାଏ ।

ଦାନ୍ତ ବିନ୍ଧା କମ କରେ:

ଜୁଆଣିରେ ରହିଛି ଥାଇମୋଲ ଏବଂ ଅନ୍ୟାନ୍ୟ ଉପାଦାନ, ଯାହାକି ଦାନ୍ତ ବଧା ଏବଂ ବିନ୍ଧା ନିୟନ୍ତ୍ରଣ କରିବା ସହ ଉପଶମ ପ୍ରଦାନ କରିଥାଏ । ଥାଇମୋଲ , ମୁହଁ ବା ପାଟି ଭିତରେ ଥିବା ବ୍ୟାକ୍ଟରିଆ ଏବଂ ଫଙ୍ଗସ ସହିତ ଲଢ଼େଇ କରିବା ସହ ମୁଁହର ସ୍ବାସ୍ଥ୍ଯକୁ ଭଲ କରିଥାଏ ।

ଜୁଆଣିକୁ କେମିତି କରିବେ ବ୍ୟବହାର ?

  • ଜୁଆଣିକୁ ପାଣିରେ ମିଶାଇ ପାଞ୍ଚ ମିନିଟ ଫୁଟାନ୍ତୁ । ସକାଳ ଏବଂ ସଂଧ୍ୟାରେ ଜୁଆଣି ଯୁକ୍ତ ଗରମ ପାଣି ପିଇଲେ ଶରୀରରେ କୋଲେଷ୍ଟ୍ରଲ ଭାଗ କମିଥାଏ
  • ଆମେ ସାଧାରଣତଃ ରାତ୍ର ଭୋଜନ ବା Dinnerରେ ରୋଟି ଏବଂ ପରଟା ଖାଇଥାଉ । ଏହାକୁ ପ୍ରସ୍ତୁତି କରିବା ସମୟରେ ଏଥିରେ ଜୁଆଣି ମିଶାଇଲେ ହଜମ ଶକ୍ତିକୁ ସହଜ କରିଥାଏ
  • ଚିକେନ, ମଟନ, ମାଛ, ମାଂସ, ଭାତ, ଡାଲି ଏବଂ ସୁପ୍ ପ୍ରସ୍ତୁତି ବେଳେ ଏଥିରେ ଜୁଆଣି ବ୍ୟବହାର କରନ୍ତୁ
  • ଜୁଆଣିକୁ ମେଥି, ହଳଦୀ ଏବଂ ସୋରିସରେ ମିଶାଇ ଆଚାର କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥ ପ୍ରସ୍ତୁତ କରନ୍ତୁ
  • ୨୫ ଗ୍ରାମ ଜୁଆଣିକୁ ଏକ ପାଣି ଗ୍ଲାସରେ ରାତି ସାରା ଭିଜାଇ, ଏହି ପାଣିକୁ ପରଦିନ ସକାଳେ ବ୍ରସ କରିବା ପରେ ପିଅନ୍ତୁ, ଦେଖିବେ ଲାଭଦାୟକ ସାବ୍ୟସ୍ତ ହେବ

Referrence:

https://pmc.ncbi.nlm.nih.gov/articles/PMC4096002/

https://www.webmd.com/diet/health-benefits-ajwain

ସ୍ବାସ୍ଥ୍ୟ ସଂପର୍କିତ ଏସବୁ ଖବର ମଧ୍ୟ ପଢ଼ନ୍ତୁ-

ମଧୁମେହ ରୋଗୀଙ୍କ ପାଇଁ ବରଦାନ 'ବିଟ ଲୁଣ', କୋଲେଷ୍ଟ୍ରଲ ଏବଂ BP ନିୟନ୍ତ୍ରଣ, ରିପୋର୍ଟରେ ଖୁଲାସା

କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ - How to control Cholesterol

High Uric Acid level: ୟୁରିକ୍ ଏସିଡ୍ ବୃଦ୍ଧି ସମସ୍ୟାକୁ ଦୂର କରିପାରେ ଜୁଆଣି

ବିନା ଔଷଧରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ, ଜାଣନ୍ତୁ କେମିତି ? - Control Cholesterol Without Drugs

ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାଣି, ବରଫ ଭଳି ତରଳିଯିବ ଖରାପ କୋଲେଷ୍ଟ୍ରଲ - Home Remedies For Bad Cholesterol

Disclaimer: ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.