ଓଡିଶା

odisha

ETV Bharat / videos

'ବିଜେଡି ସରକାରରେ କିଛି ଲୋକ ଭୋଟ ରାଜନୀତି କରିବାକୁ ଯାଇ ଏପରି କରିଛନ୍ତି' - Bogus Ration card holders in Odisha

By ETV Bharat Odisha Team

Published : Jul 14, 2024, 9:38 PM IST

ଢେଙ୍କାନାଳ: ରାଜ୍ୟରେ 25ଲକ୍ଷ ନକଲି ରାସନ କାର୍ଡ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଗକୁ ଏମାନଙ୍କ ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, "ବିଜେଡି ସରକାର ସମୟରେ କିଛି ରାଜନୈତିକ ଲୋକ ଭୋଟ ରାଜନୀତି କରିବାକୁ ଯାଇ ଏପରି କରିଛନ୍ତି । କିନ୍ତୁ ବିଜେପି ସରକାରର ଲକ୍ଷ୍ୟ ଯୋଗ୍ୟ ଓ ଗରିବ ହିତାଧିକାରୀମାନେ ଏହି ସୁଯୋଗ ପାଆନ୍ତୁ । ପ୍ରଥମେ କେତେ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ତାର ଏକ ତାଲିକା ତୁରନ୍ତ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରଥମେ ତାଲିକା ତିଆରି ହେଉ । ଏହି ନକଲି ବା ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୦ଲକ୍ଷ ବା ଊର୍ଦ୍ଧ୍ବ ହୋଇପାରେ ।"

ଏହା ବି ପଢନ୍ତୁ- ରାସନ କାର୍ଡ ରାଜନୀତି: ଭୂତ ହିତାଧୀକାରୀଙ୍କ ତଥ୍ୟ ମାଗିଲା ବିଜେଡି, ପ୍ରତିକ୍ରିୟା ରଖିଲା ବିଜେପି

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details