ETV Bharat / state

ଓଡିଆ ଭଜନକୁ ଜାତୀୟ ମାନ୍ୟତା, ‘ଜଗା ତୁ ଯାଦୁଗର’କୁ ମିଳିଲା ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ - INDIAN MUSIC AWARDS 2024

ଓଡିଶାର ଆଧ୍ୟାତ୍ମିକ ଗୀତକୁ ଜାତୀୟ ମାନ୍ୟତା ହାସଲ କରିଛି । 'ଜଗା ତୁ ଯାଦୁଗର'କୁ ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Dec 1, 2024, 8:43 AM IST

ଭୁବନେଶ୍ବର: ଓଡିଆ ଭଜନକୁ ଜାତୀୟ ସ୍ତରରେ ସମ୍ମାନ । କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡିଆ ଆଧ୍ୟାତ୍ମିକ ଭଜନ 'ଜଗା ତୁ ଯାଦୁଗର'କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାଣ୍ଡ ଫିନାଲେରେ ଓଡିଆ ପୁଅ ତଥା ‘ଜଗା ତୁ ଯାଦୁଗର'ର କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ସାମିଲ ହୋଇ ପୁରସ୍କାର ଗ୍ରହଣ କରିଥିଲେ । ଜାତୀୟ ସ୍ତରରେ ଓଡିଆ ଭଜନକୁ ସ୍ୱୀକୃତି ମିଳିବା ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଥିବା ବେଳେ ଏହା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଭଲ ଖବର । ପୁରସ୍କାର ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ତିଆରି ହୋଇଥିବା ଏହି ଭାବଭକ୍ତି ଭରା ଭଜନକୁ ସଙ୍ଗୀତ ଲେଖକ ରାମକୃଷ୍ଣ ବାରିକ ଲେଖିଥିବା ବେଳେ ଏହାର କଣ୍ଠଦାନ ନିଜେ ଅଭିଜିତ୍ ମିଶ୍ର କରିଥିଲେ । ‘ଜଗା ତୁ ଯାଦୁଗର’ ଗୀତ କିଛି ଦିନ ତଳେ ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ ପାଇଁ ଚୟନ ହୋଇଥିଲା । ଶୁକ୍ରବାର ରାତିରେ ମୁମ୍ବାଇ ଠାରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏ ସମ୍ମାନ ସବୁ ମହାପ୍ରଭୁଙ୍କର ବୋଲି ଗୀତର ଲେଖକ ରାମକୃଷ୍ଣ ଏବଂ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ କହିଛନ୍ତି ।

Jaga Tu Jadugara
Jaga Tu Jadugara (ETV BHARAT ODISHA)
INDIAN MUSIC AWARDS 2024 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅଭିନେତା ଶରଦ କପୁରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, ମାମଲା ରୁଜୁ

ଏହା ମଧ୍ୟ ପଢନ୍ତୁ-ଏହି ଫିଲ୍ମ ସହ ହେବ 2024ର ଅନ୍ତ, ଡିସେମ୍ୱରରେ ରିଲିଜ ଏହି ଓଲିଉଡ-ବଲିଉଡ ମୁଭି

କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର କହିଛନ୍ତି, '' ‘ଜଗା ତୁ ଯାଦୁଗର’ ଜଗନ୍ନାଥଙ୍କ ଏହି ଭଜନକୁ ମୁମ୍ବାଇରେ ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି । ଶୁକ୍ରବାର ରାତିରେ ଏହି ଆଓ୍ବାର୍ଡ ମୋତେ ଦିଆଯାଇଛି । ସଙ୍ଗୀତର ଚାକଚମକ୍ୟ ସହର ମୁମ୍ବାଇରେ ଓଡ଼ିଆ ଭଜନ ଗୀତକୁ ଆଓ୍ବାର୍ଡ ଦିଆଯାଇଛି । ବହୁ ବଡ ବଡ ଗୀତିକାର ଉପସ୍ଥିତ ଥିଲେ । ବଲିଉଡର କଣ୍ଠଶିଳ୍ପୀ ମାନେ ଯେଉଁ ଷ୍ଟେଜରେ ଆୱାର୍ଡ ପାଇଲେ ସେହି ଠାରେ ଓଡ଼ିଆ ଗୀତକୁ ସମ୍ମାନିତ ମଧ୍ୟ କରାଯାଇଛି । ସମସ୍ତଙ୍କୁ ଏଥି ପାଇଁ ଧନ୍ୟବାଦ । ''

Jaga Tu Jadugara
Jaga Tu Jadugara (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.