ETV Bharat / technology

ଡିସେମ୍ବରରେ ଲଞ୍ଚ୍‌ ହେବାକୁ ଯାଉଛି ଏହି SUV କାର; ଦାମ କେତେ ଓ ଫିଚର କଣ - UPCOMING SUV CAR LAUNCH IN DECEMBER

ସରିଆସୁଛି ବର୍ଷ 2024 । ଶେଷ ମାସ ଡିସେମ୍ବରରେ କମ୍ପାନୀ କିଛି SUV (ସ୍ପୋର୍ଟ ୟୁଟିଲିଟି ଭେହିକଲ) କାର ଲଞ୍ଚ କରିବାକୁ ଯାଉଛନ୍ତି । ସେଗୁଡ଼ିକ କଣ କଣ ଜାଣନ୍ତୁ...

Upcoming SUV car launching in December
Upcoming SUV car launching in December (Credit- X/Honda/Toyota/Kia)
author img

By ETV Bharat Tech Team

Published : Dec 1, 2024, 9:12 AM IST

ହାଇଦ୍ରାବାଦ: ଡିସେମ୍ବର ମାସରେ ଏକ ପାୱାରଫୁଲ କାର ଲଞ୍ଚ ହେବାକୁ ଯାଉଛି । ଏହା ମଧ୍ୟରେ Honda Amaze, Toyota Camry ଓ Kia Syros ଏସୟୁଭି କାର ଲଞ୍ଚ ହୋଇଛି । ହୋଣ୍ଡା ଆମେଜ ଏସୟୁଭି ଆସନ୍ତା ଡିସେମ୍ବର 4 ତାରିଖରେ ଲଞ୍ଚ ହେବ । ସେପଟେ ଟୋୟୋଟା କ୍ୟାମରି ଡିସେମ୍ବର 11 ଓ କିଆ ସାଇରସ୍‌ ଡିସେମ୍ବର 19 ତାରିଖରେ ଲଞ୍ଚ ହେବ । ତେବେ ଏହି କାରରେ କଣ ଖାସ ଓ ଏହାର ଦାମ କେତେ ରହିବ ସେ ବିଷୟରେ ଜାଣିବା ।

1. New Honda Amaze

ହୋଣ୍ଡା ଆମେଜ ଆସନ୍ତା ଡିସେମ୍ବର 4 ତାରିଖରେ ଲଞ୍ଚ ହେବାକୁ ଯାଉଛି । ଲଞ୍ଚ ହେବା ପୂର୍ବରୁ ଏହି କାର ହୋଣ୍ଡା ଡିଲରସିପଙ୍କ ନିକଟରେ ପହଞ୍ଚୁଛି । ଏହି ତୃତୀୟ ପିଢି Amaze କମ୍ପାକ୍ଟ ସେଡାନ ସେଗମେଣ୍ଟରେ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ହେବାକୁ ଯାଉଛି । ଏହା ନିକଟରେ ଲଞ୍ଚ ହୋଇଥିବା ମାରୁତି ଡିଜାୟାର ଏବଂ ହୁଣ୍ଡାଇ ଅରା ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।

ଡିଜାଇନ: ନ୍ୟୁ ହୋଣ୍ଡା ଆମେଜରେ ଏକ ବୋଲ୍ଡ ଡିଜାଇନ୍ ରହିଛି ଯାହା ଏହାର ପୂର୍ବ ମଡେଲ ହୋଣ୍ଡା ସିଟି ଏବଂ ହୋଣ୍ଡା ଏଲିଭେଟରକୁ ଅପଗ୍ରେଡ କରିଛି । କାରର ଆଗ ଏହାର ପୂର୍ବ ମଡେଲ ତୁଳନାରେ ମହୁଫେଣା ଭଳି ଏକ ଡିଜାଇନ୍ ସହିତ ବଡ ଗ୍ରୀଲ୍ ରହିଛି । ଏହି ଭର୍ସନଟି DRL ସହିତ ହାଲୁକା ଏଲଇଡି ହେଡଲ୍ୟାମ୍ପ ଏବଂ ଏହାର ପ୍ରିମିୟମ୍ ଅନୁଭବ ଲାଗି ଏକ ସମାନ କ୍ଲାମ୍ପ ସେଲ୍ ବୋନେଟ୍ ସହିତ ଆସିଛି । ପଛରେ ଏକ ରିଡିଜାଇନ ବମ୍ପର, ସାର୍କ ଫିନ ଆଣ୍ଟିନା ଓ ରିଭର୍ସ ପାର୍କିଂ କ୍ୟାମେରା ରହିଛି ।

ଇଣ୍ଟିରିଅର: କାରର ଭିତର ଡିଜାଇନ କଥା କହିଲେ AMzeରେ ସଂପୂର୍ଣ୍ଣ ରୂପେ ଇଣ୍ଟିରିଅରକୁ ରିଡିଜାଇନ କରାଯାଇଛି । ଏଥିରେ ଏକ ଡ୍ୟାସବୋର୍ଡ ଲେଆଉଟ୍ ଅଛି ଯାହାକି ହୋଣ୍ଡା ଏଲିଭେଟ୍ ପରି । ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ ସହିତ ସଜ୍ଜିତ ଏକ 8-ଇଞ୍ଚ୍ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଅଛି । ଏଥିରେ ସେମି ଡିଜିଟାଲ କ୍ଲଷ୍ଟର, ଡୁଆଲ ଟୋନ୍‌ ଇଣ୍ଟିରିଅର, ୱେୟାରଲେସ ଚାର୍ଜିଂ ପ୍ୟାଡ୍‌, ସନରୁଫ୍‌, ରିଅର ଏସି ଭେଣ୍ଟ ରହିଛି ।

ପାୱାର ଟ୍ରେନ ଓ ସେଫ୍ଟି ଫିଚର: ଏଥିରେ 1.2 ଲିଟର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି, ଯାହାକି 90bhp ଓ 110nm ଟର୍କ ପ୍ରଦାନ କରେ । ସୁରକ୍ଷା ଫିଚର କଥା କହିଲେ ଏଥିରେ 6ଟି ଏୟାରବ୍ୟାଗ୍‌ । ରିଭର୍ସ ପାର୍କିଂ ଲାଗି ସେନ୍ସର, ADAS, ସ୍ବୟଂଚାଳିତ ଏମରଜେନ୍ସି ବ୍ରେକିଂ ଆଦି ଅତ୍ୟାଧୁନିକ ଫିଚର ରହିଛି ।

ଦାମ: ଏହାର ଦାମ 7.3 ଲକ୍ଷରୁ 10 ଲକ୍ଷ (ଏକ୍ସ-ଶୋ'ରୁମ) ମଧ୍ୟରେ ରହିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ
  1. ବଜାରକୁ ଆସୁଛି ନୂଆ Honda Amaze କାର; ଜାଣନ୍ତୁ କିପରି ରହିବ ଡିଜାଇନ
  2. ଡିସେମ୍ବରରେ ଲଞ୍ଚ ହେଉଛି ଏହି ସ୍ମାର୍ଟଫୋନ; ତାଲିକାରେ କିଏ ଜାଣନ୍ତୁ..

2. Toyota Camry

ଜାପାନିଜ କାର ନିର୍ମାତା କମ୍ପାନୀ Toyota ଡିସେମ୍ବର 11 ତାରିଖରେ ଏହାର ନୂଆ Camryକୁ ଲଞ୍ଚ କରିବାକୁ ଯାଉଛି । Toyota Camryର ନୂଆ ଭର୍ସନ ସମ୍ପୂର୍ଣ୍ଣ ନୂଆ ଇଣ୍ଟିରିଅର ଡିଜାଇନ ସହିତ ଆସିବ । ଏହା ଭାରତର ହାଇବ୍ରିଡ କାର ସେଗମେଣ୍ଟରେ ବଡ଼ ପ୍ରତିଦ୍ବନ୍ଦ୍ବିତା କରିବ ।

ସେଫ୍ଟି ଫିଚର: ନୂତନ ଟୟୋଟା କ୍ୟାମ୍ରିରେ ଏକ ନୂତନ ଡ୍ୟାସବୋର୍ଡ ଡିଜାଇନ ସହିତ ଏକ ନୂତନ ଟଚ୍ ସ୍କ୍ରିନ୍ ମଧ୍ୟ ରହିବ । ୱେୟାରଲେସ ଆପଲ୍ କାରପ୍ଲେ ଫିଚର ସହିତ ADAS ଫିଚର ମଧ୍ୟ ଉପଲବ୍ଧ ହେବ ବୋଲି ଆଶା କରାଯାଏ । ଏହା ସହିତ କ୍ୟାମ୍ରିରେ ଷ୍ଟିଅରିଂ ଆସିଷ୍ଟ, ଡାଇନାମିକ୍ ରାଡାର କ୍ରୁଜ୍ କଣ୍ଟ୍ରୋଲ୍, ଲେନ୍ ଡିପାର୍ଟମେଣ୍ଟ ଆଲର୍ଟ ଏବଂ ଧକ୍କା ପୂର୍ବରୁ ବ୍ରେକିଂ ସିଷ୍ଟମ୍ ଭଳି ଫିଚର ଅନ୍ତର୍ଭୁକ୍ତ ।

ପାୱାରଟ୍ରେନ: ଅତ୍ୟାଧୁନିକ ଟୟୋଟା କ୍ୟାମ୍ରିର ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ବର୍ତ୍ତମାନର ମଡେଲରେ 2.5 ଲିଟର ହାଇବ୍ରିଡ୍ ଇଞ୍ଜିନ୍ ଅଛି । ସେହିଭଳି ନୂତନ କ୍ୟାମ୍ରିକୁ 2.5 ଲିଟର ହାଇବ୍ରିଡ୍ ଇଞ୍ଜିନ ମିଳିବ । ନୂତନ ଟୟୋଟା କ୍ୟାମ୍ରିର ହାଇବ୍ରିଡ୍ ଇଞ୍ଜିନ୍ 222 ବିଏଚପି ଉତ୍ପାଦନ କରିବ ଯାହା ବର୍ତ୍ତମାନର ମଡେଲ ତୁଳନାରେ 9 ଗୁଣ ଅଧିକ ।

3. Kia Syros

ଦକ୍ଷିଣ କୋରିଆ କାର ନିର୍ମାତା କମ୍ପାନୀ କିଆ ଭାରତୀୟ ବଜାରରେ ଅନେକ ଭଲ ଏସୟୁଭି କାର ପ୍ରଦାନ କରିଛି । କମ୍ପାନୀ କିଆ Syrosକୁ ଖୁବଶୀଘ୍ର ଏକ ନୂତନ ଏସୟୁଭି ଭାବରେ ଲଞ୍ଚ କରିବାକୁ ଯାଉଛି । ଲଞ୍ଚ ପୂର୍ବରୁ ସୋସିଆଲ ମିଡିଆରେ ନୂଆ ଏସୟୁଭିର ଏକ ଟିଜର ରିଲିଜ ହୋଇଛି । କିଆ ଶୀଘ୍ର ନୂଆ କିଆ Syros ଏସୟୁଭି ଭାରତକୁ ଆଣିବ । ସୋସିଆଲ ମିଡିଆରେ ରିଲିଜ ହୋଇଥିବା ଟିଜର ଏସୟୁଭିର ଅନେକ ଫିଚର ବିଷୟରେ କମ୍ପାନୀ ସୂଚନା ଦେଇଛି ।

ଫିଚର: ରିଲିଜ୍ ହୋଇଥିବା ନୂଆ ଟିଜରରେ ଏହି ଏସୟୁଭିର କିଛି ଫିଚର ସମ୍ପର୍କରେ ଜଣାପଡ଼ିଛି । କିଆ ସାଇରୋସ୍ ଏସୟୁଭି ପାନୋରାମିକ୍ ସନରୁଫ୍, ଏଲଇଡି ଲାଇଟ୍, ଏଲଇଡି DRL ଏବଂ ADAS ଭଳି ସୁରକ୍ଷା ଫିଚର ରହିଛି । ତଥାପି ଏହିପରି ଫିଚରଗୁଡିକ କେବଳ ଏହାର ଟପ୍‌ ଭାରିଏଣ୍ଟରେ ପ୍ରଦାନ କରାଯାଇପାରିବ । କମ୍ପାନୀ ବେସ୍ ଭାରିଆଣ୍ଟରେ କମ୍ ଫିଚର ପ୍ରଦାନ କରିବ ।

ଡିଜାଇନ: ଏହାର ଡିଜାଇନ କଥା କହିବାକୁ ଗଲେ SUVର ଆଗ ଭାଗ ନିକଟରେ ଲଞ୍ଚ ହୋଇଥିବା କାର୍ନିଭାଲ୍ ଏବଂ ଇଭି 9 ପରି ରହିଛି । ଏହାର ହେଡଲାଇଟ୍ ଗୁଡିକ ମଧ୍ୟ କାର୍ନିଭାଲ ପରି ରହିଛି । ଏଲଇଡି DRL ସହିତ ଏଲଇଡି ଲାଇଟ୍ ସହିତ ନୂତନ ଏସୟୁଭି ଉପଲବ୍ଧ ହେବ । କମ୍ପାନୀ ପକ୍ଷରୁ ରିଲିଜ ହୋଇଥିବା 50 ସେକେଣ୍ଡ ଟିଜରରେ ଭେହିକଲ ନାଁ ଓ ଫ୍ରଣ୍ଟ ଲୁକ୍‌ ଦେଖିବାକୁ ମିଳିଛି । ଏହି ନୂଆ ଏସୟୁଭିକୁ ଫ୍ୟୁଚରିଷ୍ଟିକ ଡିଜାଇନ ସହିତ ଲଞ୍ଚ କରାଯାଇଛି । ବିଶେଷ କରି ଅତ୍ୟାଧୁନିକ ଡିଜାଇନ ଓ ଟେକ୍ନୋଲୋଜି ଏଥିରେ ବ୍ୟବହାର କରାଯାଇଛି ।

  • କେବେ ଲଞ୍ଚ୍‌ ? : କମ୍ପାନୀ ଏହି ନୂଆ ଏସୟୁଭିର ଲଞ୍ଚ ତାରିଖ ଘୋଷଣା କରିନାହିଁ । ଏହା ସମ୍ଭବତଃ ଭାରତୀୟ ବଜାରରେ ଡିସେମ୍ବର 19 ତାରିଖରେ ଲଞ୍ଚ ହୋଇପାରେ । ଏହାର ଦାମ ସମ୍ପର୍କରେ ମଧ୍ୟ ଲଞ୍ଚ ଇଭେଣ୍ଟରେ କମ୍ପାନୀ ଖୁଲାସା କରିବ । ଆକଳନ କରାୟାଉଛି ଯେ Syros SUVର ମୂଲ୍ୟ 10ଲକ୍ଷ (ଏକ୍ସ-ଶୋ'ରୁମ) ପାଖାପାଖି ରହିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.