ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । କାଶ୍ ପଟେଲଙ୍କୁ ଏଫବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ ଟ୍ରମ୍ପ । ଟ୍ରମ୍ପ ନିଜେ ଏହି ଘୋଷଣା କରି କାଶ ପଟେଲକୁ ପ୍ରଂଶସା କରିବା ସହ ତାଙ୍କୁ ଆମେରିକାର ଫାଷ୍ଟ ଫାଇଟର ବୋଲି କହିଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ପଟେଲଙ୍କ ଅବଦାନକୁ ପ୍ରଶଂସା କରି କହିଥିଲେ ଯେ, "ରୁଷିଆ ହୋକ୍ସ" କୁ ପ୍ରକାଶ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ''
FBI ର ବର୍ତ୍ତମାନର ନିର୍ଦ୍ଦେଶକ ରହିଛନ୍ତି ଖ୍ରୀଷ୍ଟୋଫର୍ ରାଇ । 2017 ରେ 10 ବର୍ଷ କାର୍ଯ୍ୟକାଳ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଥିଲା । କାର୍ଯ୍ୟକାଳ ଶେଷ ହୋଇନଥିବା ବେଳେ ବର୍ତ୍ତମାନ ତାଙ୍କୁ ଇସ୍ତଫା ଦେବାକୁ ପଡିବ କିମ୍ବା ତାଙ୍କୁ ବରଖାସ୍ତ କରିବାକୁ ପଡିବ । ଟ୍ରମ୍ପ ଏକ ପୋଷ୍ଟରେ ଲେଖିଛନ୍ତି ଯେ, କାଶ ଜଣେ ଦକ୍ଷ ଆଇନଜୀବୀ, ଅନୁସନ୍ଧାନକାରୀ ଏବଂ 'ଆମେରିକା ଫାଷ୍ଟ ଫାଇଟର' । ଯିଏ କି ନିଜର ଜୀବନରେ ଦୁର୍ନୀତିର ଖୁଲାସା, ନ୍ୟାୟ ରକ୍ଷା ତଥା ଆମେରିକୀୟ ଲୋକଙ୍କ ସୁରକ୍ଷା ପାଇଁ କାମ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଆକ୍ସନ ମୋଡରେ ଟ୍ରମ୍ପ: ଋଷିଆ-ୟୁକ୍ରେନ ଯୁଦ୍ଧ ନେଇ ପୁଟିନଙ୍କ ସହ ଆଲୋଚନା
ଏହା ମଧ୍ୟ ପଢନ୍ତୁ-ଟ୍ରମ୍ପଙ୍କ ଦମଦାର କମବ୍ୟାକ୍, MAGA ଫୋକସ ବଦଳାଇଦେବ ଜିଓପଲିଟିକ୍ସ
ଟ୍ରମ୍ପଙ୍କୁ ପ୍ରଥମ କାର୍ଯ୍ୟକାଳରେ ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଅନେକ ଉଚ୍ଚ ସ୍ତରୀୟ ପଦବୀରେ କାର୍ଯ୍ୟ କରିଥିଲେ । ଯେପରିକି ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ସଚିବଙ୍କ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ଟ୍ରମ୍ପ ଆହୁରି ମଧ କହିଛନ୍ତି, ମୋର ପ୍ରଥମ କାର୍ଯ୍ୟକାଳରେ କାଶ୍ ବହୁତ ଭଲ କାମ କରିଥିଲେ । ଆମେରିକାରେ ବଢୁଥିବା ଅପରାଧକୁ ସମାପ୍ତ କରିବା, ଦେଶ ବାହାର ଅପରାଧୀଙ୍କୁ ଶେଷ କରିବା ଏବଂ ସୀମାରେ ଡ୍ରଗ୍ କାରବାର ଓ ମାନବ ଚାଲାଣ ବନ୍ଦ କରିବାରେ ସେ କାର୍ଯ୍ୟ କରିଥିଲେ ।
କାଶ ପଟେଲ ଟ୍ରମ୍ପଙ୍କ ବିଶ୍ବସ୍ତ । ସେ ଗୁଜୁରାଟର ମୂଳ ବାସିନ୍ଦା ହୋଇଥିବା ବେଳେ 1980ରେ ନ୍ୟୁୟର୍କର ଗାର୍ଡେନ ସିଟିରେ ଜନ୍ମଗ୍ରହଣ କରିଥିଲେ । ଦ ଆଟଲାଣ୍ଟିକରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପଟେଲଙ୍କ ପିତାମାତା ପୂର୍ବ ଆଫ୍ରିକାରେ ରହୁଥିଲେ । କାଶ ପଟେଲ ରିଚମଣ୍ଡ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସମାପ୍ତ କରିଥିଲେ । ଏହା ପରେ ସେ ନ୍ୟୁୟର୍କକୁ ଫେରି ଆଇନରେ ଡିଗ୍ରୀ ହାସଲ କରିଥିଲେ । ସେ ବ୍ରିଟେନର ୟୁନିଭରସିଟି କଲେଜ ଲଣ୍ଡନ ଫାକଲଟିରୁ ଆନ୍ତର୍ଜାତୀୟ ଆଇନରେ ଏକ ସାର୍ଟିଫିକେଟ୍ ମଧ୍ୟ ରଖିଛନ୍ତି । ନ୍ୟୁୟର୍କର କିଛି ଧନୀ ଏବଂ ଶକ୍ତିଶାଳୀ ଲୋକଙ୍କ ପାଇଁ କାମ କରିବା ପରେ ପଟେଲ ଜଣେ ଦକ୍ଷ ଓକିଲ ହୋଇପାରିଥିଲେ ।