ଓଡିଶା

odisha

ETV Bharat / videos

ମା’ ଶାରଳାଙ୍କ ପୀଠରେ ନିମ୍ନମାନର ଘିଅ ! ଅଭିଯୋଗ ପରେ ଫୁଡ଼ ସେଫ୍ଟି ବିଭାଗର ଚଢାଉ - Ghee quality checking

By ETV Bharat Odisha Team

Published : 3 hours ago

ଜଗତସିଂହପୁର: ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ଦୈନଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ମା’ଙ୍କ ନିକଟରେ ହେଉଥିବା ନୀତିକୁ ନେଇ ବଡ଼ ବୟାନ ରଖିଛନ୍ତି ମନ୍ଦିରର ବଡ଼ପଣ୍ଡା । ମା’ଙ୍କ ନୀତି ପାଇଁ ବ୍ୟବହୃତ ହେଉଥିବା ଘିଅ ଅତି ନିମ୍ନମାନର ବୋଲି ସେ ଅଭିଯୋଗ କରିଛନ୍ତି । ମନ୍ଦିର କତ୍ତୃପକ୍ଷ ଏହି ଘିଅ ‘ଓମଫେଡ’ରୁ ଆଣୁଥିବା କଥା ବଡପଣ୍ଡାଙ୍କୁ କହିଥିବା ବେଳେ ତାହାର ଗୁଣବତ୍ତା ଠିକ୍‌ ନୁହେଁ ଓ ଅତି ନିମ୍ନମାନର ବୋଲି ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଶାରଳା ମନ୍ଦିର ବଡ଼ପଣ୍ଡା ରଞ୍ଜନ କୁମାର ପଣ୍ଡା । 

ଅନୁରୂପ ଭାବରେ ଶ୍ରଢାଳୁମାନେ ମଧ୍ୟ ଘିଅ ଦୁର୍ଗନ୍ଧ ହେଉଥିବା ଅଭିଯୋଗ କରିଛନ୍ତି । ଭଣ୍ଡାର ଦାୟିତ୍ୱରେ ଥିବା ଭଣ୍ଡାର ସେବକ ମଧ୍ୟ ଘିଅକୁ ନେଇ ଆପତ୍ତି ଉଠାଇଥିଲେ । ତେବେ ଅଭିଯୋଗ ପରେ ନିମ୍ନମାନର ତଥା ଦୁର୍ଗନ୍ଧଯୁକ୍ତ ଘିଅ ଭୋଗରେ ବ୍ୟବହାରକୁ ଖବର ପ୍ରସାରଣ ପରେ ପ୍ରଶାସନର ନଜର ପଡିଛି । ଶାରଳା ମନ୍ଦିର ଭଣ୍ଡାର ଘର ଉପରେ ଜଗତସିଂହପୁର ଫୁଡ଼ ଇନ୍ସପେକ୍ଟର ଚଢ଼ାଉ କରିଛନ୍ତି । ଘିଅର ମାନ ଯାଞ୍ଚ ଫୁଡ଼ ଇନ୍ସପେକ୍ଟର ସାମ୍ପୁଲ ସଂଗ୍ରହ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details