ହୁତୁ ହୁତୁ ହୋଇ ଜଳିଲା ଚଳନ୍ତା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ - Bus fire Tragedy - BUS FIRE TRAGEDY
Published : Apr 26, 2024, 2:35 PM IST
Fire breaks out in Bus ଢେଙ୍କାନାଳ: ଚଳନ୍ତା ବସରେ ଅଗ୍ନିକାଣ୍ଡ । ରାଜପଥରେ ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଢେଙ୍କାନାଳ ଜିଲ୍ଲା ଆନନ୍ଦ ନଗର ନିକଟରେ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପେକ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ
୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗରଠାରେ ପ୍ରିୟାଂଶୁ ନାମକ ଏକ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି । ଧୂଆଁ ଦେଖି ଡ୍ରାଇଭର ଗାଡିକୁ ତୁରନ୍ତ ଅଟକାଇ ଦେଇଥିଲେ । ଫଳରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡିଥିଲେ । ବସରେ ପ୍ରାୟ 50 ରୁ 60 ଜଣ ଯାତ୍ରୀ ଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟପଟେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ଜଣାପଡିନାହିଁ । ଅତ୍ୟଧିକ ଖରା ଓ ଗରମ ଯୋଗୁଁ ବ୍ୟାଟେରୀରୁ ପ୍ରଥମେ ନିଆଁ ଲାଗି ଡିଜେଲ ଟ୍ୟାଙ୍କକୁ ନିଆଁ ଧରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଯାତ୍ରୀବାହୀ ବସଟି ତାଳଚେରରୁ କଟକ ଅଭିମୁଖେ ଯାଉଥିଲା ।
ଇଟିଭି ଭାରତ, ଢେଙ୍କାନାଳ