ଓଡିଶା

odisha

ETV Bharat / videos

ବାଲେଶ୍ୱରରେ ଭାରତ ବନ୍ଦକୁ ସମର୍ଥନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - ଭାରତ ବନ୍ଦ

By ETV Bharat Odisha Team

Published : Feb 16, 2024, 8:07 PM IST

Bharat Bandh Impact In Balasore: ବାଲେଶ୍ଵର: ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ଓ ଏଆଇଏସ୍ଏଫ୍ ପକ୍ଷରୁ ମିଳିତ ଭାବେ ଆଜି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରମିକ ସ୍ଵାର୍ଥ ବିରୋଧୀ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ଘୋଷଣା, ସ୍କିମ୍ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ୟତା, ଗ୍ରାଚ୍ୟୁଇଟି, ପେନସନ ସମେତ ସାମାଜିକ ସୁରକ୍ଷା, ଇପିଏଫ୍ ସର୍ବନିମ୍ନ ପେନସନ ୯ହଜାର ଘୋଷଣା, ପୁରୁଣା ପେନସନ ସ୍କିମ୍, କୃଷକ ସମାଜକୁ କୃଷି ଉତ୍ପାଦନର ସହାୟକ ମୂଲ୍ୟ ପ୍ରଦାନ ପାଇଁ ଏମ୍ଏସପି କେନ୍ଦ୍ରୀୟ ଆଇନ ପ୍ରଣୟନ, ମନରେଗା ଶ୍ରମିକଙ୍କୁ ଵାର୍ଷିକ ୨୫୦ଦିନର କାମ ଗ୍ୟାରେଣ୍ଟି ସହ ଦୈନିକ ମନରେଗା ମଜୁରୀ 750 ଟଙ୍କା ଘୋଷଣା, ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର, ଦରଦାମ ବୃଦ୍ଧି କମାଇବା ପାଇଁ ସାର୍ଵଜନୀନ ସାଧାରଣ ବଣ୍ଟନ ବ୍ୟଵସ୍ଥାକୁ ସୁଦୃଢ କରିଵା, ଶ୍ରମିକ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଶ୍ରମ ବିଭାଗକୁ ସକ୍ରୀୟ କରିଵା, ସାମ୍ପ୍ରଦାୟିକ ଉତ୍ତେଜନା ଵନ୍ଦ ସମେତ ୨୧ଦଫା ଦାବି ଉପସ୍ଥାପନ କରାଯାଇଥିଲା ।

ଏଥିରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ପଞ୍ଜାବରୁ ଦିଲ୍ଲୀ ଆସୁଥିବା କୃଷକଙ୍କୁ ବିଦେଶୀ ଶତୃ ଭଳି ଆଚରଣକୁ ନିନ୍ଦା କରିଵା ସହ ମାନ୍ୟବର ସୁପ୍ରିମକୋର୍ଟ ଇଲେକ୍ଟୋରାଲ ଵଣ୍ଡକୁ ବେଆଇନ ଘୋଷଣାକୁ ଅଭିନନ୍ଦନ ଜଣାଇଛନ୍ତି । ଇଲେକ୍ଟୋରାଲ ଵଣ୍ଡ ମାଧ୍ୟମରେ ମୋଦି ସରକାରଙ୍କ ଭାରତ ବିକ୍ରୟ ଯୋଜନା ଓ ଜନ ସ୍ଵାର୍ଥ ଵିରୋଧୀ ସବୁ ପଦକ୍ଷେପକୁ ନେଇ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ଵାନ ଦେଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ....ଢେଙ୍କାନାଳରେ ଭାରତ ବନ୍ଦକୁ ସମର୍ଥନ, ଆନ୍ଦୋଳନରେ ସାମିଲ ହେଲେ ଅଙ୍ଗନବାଡି ଓ କଂଗ୍ରେସ କର୍ମୀ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details