ଓଡିଶା

odisha

ETV Bharat / videos

କୋଲକାତା କାଣ୍ଡ; ରାତିରେ MKCG ମେଡିକାଲରେ କେତେ ସୁରକ୍ଷିତ ମହିଳା ଡାକ୍ତର ? ‘ଇଟିଭି ଭାରତ’ର Reality Check - MKCG MEDICAL MIDNIGHT Reality Check - MKCG MEDICAL MIDNIGHT REALITY CHECK

By ETV Bharat Odisha Team

Published : Aug 20, 2024, 10:46 PM IST

ବ୍ରହ୍ମପୁର: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଜୁନିୟର ମହିଳା ଡାକ୍ତରଙ୍କ ପ୍ରତି ହୋଇଥିବା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହାକୁ ନେଇ ରାଜ୍ୟ ଠାରୁ ଆରମ୍ଭ କରି ଦେଶର ସମସ୍ତ ସ୍ଥାନରେ ମହିଳା ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଉଠିଛି । ଏଭଳି ସ୍ଥଳେ ଦକ୍ଷିଣଓଡିଶାବାସୀ ସ୍ୱାସ୍ଥସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ସହରର କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ମଧ୍ୟ ଏଠାକାର ସୁରକ୍ଷା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଦାବି କରି ବିଦ୍ୟୀର୍ଥୀଙ୍କ ପକ୍ଷରୁ ମେଡିକାଲର ଓପିଡି ସମୁଖରେ ଜାରି ରହିଛି ପ୍ରତିବାଦ । ଏଭଳି ସମୟରେ ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ କଲେଜରେ ମଧ୍ୟରାତ୍ରରେ ନିୟମିତ ଭାବରେ ନିଜର କର୍ତ୍ତବ୍ୟ ତୁଲାଇ ଆସୁଥିବା ମହିଳା ଡାକ୍ତରଙ୍କ ସୁରକ୍ଷା କିପରି ରହିଛି ତାହାକୁ ନେଇ ସ୍ଥିତି ପରକ୍ଷିଛି ଇଟିଭି ଭାରତ । 

ମଧ୍ୟରାତ୍ରରେ ରୋଗୀ ସେବା ପାଇଁ ମେଡିକାଲ ପରିସରରେ ରହୁଥିବା ଛାତ୍ରୀ ନିବାସ ମଧ୍ୟରୁ କିପରି ମହିଳା ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀମାନେ ମେଡିକାଲ ପରିସରକୁ ଆସିଥାନ୍ତି । ନିଜର କର୍ତ୍ତବ୍ୟ ସମ୍ପାଦନା କରିବା ସହିତ ରୋଗୀ ସେବା କରିବା ପାଇଁ ଏବଂ ନିଜର ଡ୍ୟୁଟି ସରିବା ପରେ କିପରି ସେମାନେ ଅନ୍ଧାର ରାତିରେ ପୁଣିଥରେ ଫେରିଥାନ୍ତି ତାହାର ସ୍ଥିତିକୁ ଅନୁଧ୍ୟାନ କରାଯାଇଛି । ଏପରିକି ରାତ୍ର ସମୟରେ ଜରୁରୀକାଳୀନ ଚିକିତ୍ସା ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଦାୟିତ୍ୱରେ ରହି କାର୍ଯ୍ୟ କରୁଥିବା ଏବଂ ଏକାକୀ ଯାଉଥିବା ମହିଳା ଡାକ୍ତରମାନଙ୍କ ପାଇଁ ଯାତାୟତ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା , ସିସିଟିଭି ବ୍ୟବସ୍ଥା , ସିକ୍ୟୁରିଟି ଗାର୍ଡର ପର୍ଯ୍ୟାପ୍ତ ଯୋଗାଇବା ବ୍ୟବସ୍ଥା ଯୋଗାଇଦେବା ପାଇଁ ଦାବି କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ମଧ୍ୟରାତ୍ରରେ କିଭଳି ରହିଛି ସୁରକ୍ଷା ବ୍ୟବସ୍ଥା ସେନେଇ ବାସ୍ତବ ସ୍ଥିତି ପରକ୍ଷିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା  ।

ଏହା ମଧ୍ୟ ପଢ଼ନ୍ତୁ...କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟ ଖପ୍ପା, ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ, ବୁଧବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବ CBI - National Task Force Of Doctors

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details