ବିଶ୍ୱ ଐତିହ୍ୟ ସପ୍ତାହ, ମାଗଣାରେ କୋଣାର୍କ ବୁଲିଲେ ପର୍ଯ୍ୟଟକ
Published : 4 hours ago
କୋଣାର୍କ: ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ । ଆଜିଠାରୁ ଆରମ୍ଭ ବିଶ୍ୱ ଐତିହ୍ୟ ସପ୍ତାହ । ଏହାକୁ ସାରା ରାଜ୍ୟରେ ପାଳନ କରାଯାଉଥିବା ବେଳେ ଆଜି କୋଣାର୍କ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିବା ନେଇ ASI ପକ୍ଷରୁ ସୂଚନା ମିଳିଛି । ଯାହାକୁ ନେଇ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧୯ ତାରିଖରୁ ଏକ ସପ୍ତାହ ଧରି ବିଶ୍ୱ ଐତିହ୍ୟ ସପ୍ତାହ ପାଳନ କରାଯାଏ । ଏହି ଆବସରରେ ଆଜି ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥାଏ । ବିଶ୍ବରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ସ୍ବତନ୍ତ୍ର ପରିଚୟ ରହିଛି ।ଏହାକୁ ଦେଖିବା ପାଇଁ ପ୍ରତି ବର୍ଷ ଦେଶବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।
ଏହା ମଧ୍ୟ ପଢନ୍ତୁ ...କୋଣାର୍କ ସୂର୍ଯ୍ୟ ମନ୍ଦିର ଆଗରେ ଧାରଣା, ବିଭିନ୍ନ ଦାବି ନେଇ ପ୍ରତିବାଦ
ଇଟିଭି ଭାରତ, କୋଣାର୍କ