ଓଡିଶା

odisha

ETV Bharat / videos

ଅନୁଗୋଳକୁ ଫେରିଲେ ୫୦ ଟିକିଆ ହାତୀପଲ, ଲୋକେ ଭୟଭୀତ - Elephant Terror

By ETV Bharat Odisha Team

Published : Mar 16, 2024, 11:11 PM IST

Elephant terror increase in Angul: ଅନୁଗୋଳ: ଜିଲ୍ଲାରେ ପୁଣି ହାତୀ ଆତଙ୍କ । ଅନୁଗୋଳ ବନଖଣ୍ଡର ତାଳଚେର ରେଞ୍ଜର ବଉଳିଗଡ଼ ଓ ରଙ୍କାସିଂହା ଗାଁ ନିକଟରେ ୫୦ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି । ଦୁଇରୁ ତିନି ଦିନ ହେଲା ହାତୀପଲ ସେଠାରେ ଡେରା ପକାଇଛନ୍ତି । ଏହି ହାତୀପଲରେ ବହୁ ସଂଖ୍ୟାରେ ଛୁଆ ହାତୀ ଅଛନ୍ତି । ତେବେ ହାତୀପଲ ଜନବସତି ମୁହାଁ ହେଉଛନ୍ତି । ଫଳରେ ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି । ହାତୀପଲ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି କରିନଥିଲେ ମଧ୍ୟ ଖୁବ ନିକଟରେ ହାତୀପଲ ଦେଖି ଲୋକେ ଛାନିଆ ହୋଇପଡିଛନ୍ତି । ସେପଟେ ବନ ବିଭାଗ କର୍ମଚାରୀ ହାତୀପଲକୁ ଜଗି ରହିଛନ୍ତି ।

କିଛିଦିନ ହେଲା ପ୍ରବଳ ଖରା ହେଉଛି । ବିଭିନ୍ନ ସ୍ଥାନରେ ଜଳାଶୟରେ ପାଣି ଶୁଖି ଗଲାଣି । ତେଣୁ ଗାଁ ନିକଟରେ ପାଣି ପାଇଁ ହାତୀପଲ ଡେରା ପକାଇଛନ୍ତି । ଅନ୍ୟପଟେ ଗାଁ ପାର୍ଶ୍ୱରେ ଲୋକେ କ୍ଷେତରେ ପନିପରିବା ଚାଷ କରିଥିବା ବେଳେ ଏହାକୁ ହାତୀମାନେ ନଷ୍ଟ କରିଦେବେ ବୋଲି ଆଶଙ୍କା କରିଛନ୍ତି । ବିଗତ ଦୁଇ ତିନି ମାସ ତଳେ ଅନୁଗୋଳ ଜିଲ୍ଲାରେ ହାତୀ ବ୍ୟାପକ ଫସଲ ନଷ୍ଟ କରିବା ସହ ଧନଜୀବନ ହାନି ଘଟାଉ ଥିଲେ । ଲଗାତାର ଧାନ ଅମଳ ସମୟରେ ହାତୀଙ୍କ ଆତଙ୍କରେ ଆତଙ୍କିତ ହୋଇ ରହୁଥିଲେ ଲୋକେ । ଯାହା ପାଇଁ କେତେ ଆନ୍ଦୋଳନ, ଧର୍ମଘଟ ପରେ ବିଭାଗ ପକ୍ଷରୁ ଜିଲ୍ଲାର ବନ୍ତଳା ବନାଞ୍ଚଳରେ ଟ୍ରେଞ୍ଝ ଓ ଅଲୋକୀକରଣ ଓ ସୋଲାର ବାଡ଼ ଦିଆ ଯିବା ଫଳରେ ସେ ଅଞ୍ଚଳରେ ହାତୀ ଉପଦ୍ରବ ସାମନ୍ୟ ହ୍ରାସ ପାଇଛି ।ତେବେ ପୁଣି ଡରାଇଲେଣି ହାତୀ ।
ଏହା ମଧ୍ୟ ପଢନ୍ତୁ .....ଆତଙ୍କ ଖେଳାଉଛି ଦନ୍ତା, ଟ୍ରାଙ୍କୁଲାଇଜ କରିବାକୁ DFOଙ୍କ ସୂଚନା

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details