ଓଡିଶା

odisha

ଗଣେଶ ମୂର୍ତ୍ତିକୁ ଶୁଣ୍ଢରେ ଭାଙ୍ଗି କଚାଡି ଦେଲା ହାତୀ, ଚିନ୍ତାରେ କାରିଗର - elephant breaks ganesh idol

By ETV Bharat Odisha Team

Published : Sep 5, 2024, 1:01 PM IST

ELEPHANT BREAKS GANESH IDOL (ETV BHARAT ODISHA)

ଢେଙ୍କାନାଳ: ଆଉ ଦିନକ ପରେ ଗଣେଶ ପୂଜା । ଏଥି ପାଇଁ ସବୁଠି ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଏହାରି ମଧ୍ୟରେ ଗଣେଶ ମୂର୍ତ୍ତିକୁ ହାତୀ ଭାଙ୍ଗି ଦେଇଥିବା ଖବର ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଗାଲପଡ଼ା ଗ୍ରାମରେ ।  ଗାଲପଡା ଗ୍ରାମର ମୂର୍ତ୍ତିକାର ଶଙ୍କର ନାଏକ ଏବଂ ଚିନ୍ତାମଣି ନାଏକ ଗଣେଶ ମୂର୍ତ୍ତି ତିଆରିକରି ବିକ୍ରି ଉଦେଶ୍ୟରେ ରଖିଥିଲେ । ଗତକାଲି  ବିଳମ୍ବିତ ରାତିରେ ଗାଲପଡ଼ା ଗ୍ରାମରେ ୧୫ଟିକିଆ ହାତୀପଲ ପଶି ଗଣେଶ ମୂର୍ତ୍ତି ଗୁଡିକ ଭାଙ୍ଗି ନଷ୍ଟ କରିଦେଇଛି । ୧୫ରୁ ଅଧିକ ମୂର୍ତ୍ତିକୁ ହାତୀ ଶୁଣ୍ଢରେ ଭାଙ୍ଗି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଏଥିସହ ଗ୍ରାମବାସୀଙ୍କ ପନିପରିବା ଚାଷକୁ ହାତୀ ପାଦରେ ଦଳିଦେଇଛି । ଗ୍ରାମବାସୀଙ୍କ କହିବା କଥା, ହାତୀ ଘଉଡ଼ାଇବା ପାଇଁ ବନବିଭାଗର କର୍ମଚାରୀମାନେ କୌଣସି ପଦକ୍ଷେପ ନେଉନହାତୀ ମାନଙ୍କର ଉପଦ୍ରଵ ବଢିବାରେ ଲାଗିଛି । ମୂର୍ତ୍ତି ଗୁଡିକ ହାତୀ ଭାଙ୍ଗି ଦେଇଥିବାରୁ ବର୍ତ୍ତମାନ ମୂର୍ତ୍ତିକାର ଚିନ୍ତାରେ ରହିବା ସହ କ୍ଷତିପୂରଣ ଦାବି କରିଛନ୍ତି I ଏହି ହାତୀ ପଲ ସ୍ଥାନୀୟ ରଗଡ଼ାରେ ରହିଥିବାରୁ ଲୋକମାନେ ନିଜ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି। ସେପଟେ ଏହି ହାତୀ ପଲଙ୍କ ଏପରି ଉପଦ୍ରଵ ଯୋଗୁଁ ଗାଲପଡା ସହିତ ନିମବାହାଳି , ଝାରପଡା , ପାଇକ ପୁରୁଣାକୋଟ, କଡଲା ଆଦି ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। 

ଏହା ମଧ୍ୟ ପଢନ୍ତୁ-ପାଟି ଫିଟୁନି କଥା କହୁଛି ତାଙ୍କ ହାତ କାରିଗରୀ, ଗଢୁଛନ୍ତି ସୁନ୍ଦର ଗଜାନନଙ୍କ ମୂର୍ତ୍ତି - Ganesh Puja 2024

ଏହା ମଧ୍ୟ ପଢନ୍ତୁ-ଏଥର ଫିକା ପଡିବ ଗଣେଶ ପୂଜା ! ବାଜିବନି DJ, ମୁଖ୍ୟରାସ୍ତାରେ ଭସାଣି ମନା - ganesh puja preparation meeting

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details