ଓଡିଶା

odisha

ETV Bharat / videos

ମିଶନ ଶକ୍ତି କାଫେରୁ ସିସିଟିଭି-ଏଲଇଡି ଗାଏବ, ଏସି ନେଲାବେଳେ ଧରିଲେ ସ୍ଥାନୀୟ ଲୋକ - Niali Mission Shakti Cafe

By ETV Bharat Odisha Team

Published : Jun 8, 2024, 11:04 PM IST

Niali Mission Shakti Cafe: ନିଆଳି: ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି କାଫେ ପ୍ରତିଷ୍ଠା କରିଥିଲେ । ଯାହା ଫଳରେ ସ୍ଥାନୀୟ ମହିଳା ମାନେ ଦି ପଇସା ରୋଜଗାର କରିବା ସହ ପକେଟକୁ ସୁହାଇଲା ଭଳି ଦରରେ ଲୋକେ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର ଖାଦ୍ୟ ପାଉଥିଲେ । କିନ୍ତୁ ସରକାର ଏବଂ ନିଆଳିରେ ବିଧାୟକ ପରିବର୍ତ୍ତନ ପରେ ନିଆଳିରେ ଥିବା ମିଶନ ଶକ୍ତି କାଫେରୁ ସିସିଟିଭି ଏବଂ ଏଲଇଡି ଟିଭି ଗାୟବ ହୋଇଥିବା ନେଇ ଅଭିଯୋଗ ହୋଇଛି ।  

ଏସି ନେଲାବେଳେ ସ୍ଥାନୀୟ ଲୋକେ ଧରିବା ସହିତ ନିଆଳି ପୋଲିସ ଜିମା ଦେଇଥିବା ନେଇ ସୂଚନା ମିଳିଛି । ଅଭିଯୋଗ ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା ଛକ ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ଏକ ମିଶନ ଶକ୍ତି କାଫେ ଖୋଲାଯାଇଛି । ତେବେ ଶୁକ୍ରବାର ରାତିରେ ଏହି ସ୍ଥାନରୁ ଏସି ନେଲାବେଳେ ସ୍ଥାନୀୟ ଲୋକମାନଙ୍କ ସନ୍ଦେହ ହେବାରୁ ମିଶନ ଶକ୍ତି କାଫେ ସମ୍ମୁଖରେ ହୋ ହାଲ୍ଲା କରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଗେଟରେ ତାଲା ପକାଇ କେୟାର ଟେକରର ଭିତରେ ଥିଲେ । ପୋଲିସ ଡାକି କେୟାରଟେକର ଠାରୁ ଚାବି ଆଣି ଗେଟ ଖୋଲିଥିଲା ।  

ଏହା ମଧ୍ୟ ପଢନ୍ତୁ ...ବିଜୟ ପରେ ନିଆଳି ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଛବି ମଲ୍ଲିକ, ବିଭିନ୍ନ ମନ୍ଦିର କଲେ ପରିଦର୍ଶନ - MLA CHABI MALLICK NIALI VISIT

ତ୍ରିଲୋଚନ ବେହେରାଙ୍କ ଅଭିଯୋଗ ଅନୁସାରେ ସରକାରୀ ମିଶନ ଶକ୍ତି କାଫେରୁ ସରକାରୀ ଜିନିଷ ଚୋରି ହୋଇଛି କେୟାର ଟେକର ଉପରେ ସନ୍ଦେହ ହେଉଛି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ସରକାରୀ ସମ୍ପତ୍ତି ଚୋରି କରିବା ପଛରେ ଅସଲ କାର୍ପଟଦାର କିଏ ବୋଲି କହିଛନ୍ତି । ସେପଟେ କେୟାର ଟେକର କଥାବାର୍ତ୍ତାରେ ତାଳମେଳ ରହୁନଥିବାରୁ ସ୍ଥାନୀୟ ଲୋକେ ନିଆଳି ଥାନାରେ ଫେରାର ହେବା ପରେ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ସରକାରୀ ସଂସ୍ଥାରୁ କାହିଁକି ଏବଂ କିଏ ଚୋରି କରିବା ପାଇଁ ଏଭଳି ସାହାସ କଲା କେୟାରଟେକରକୁ ପୋଲିସ ପଚରା ଉଚୁରା କଲେ ସତ କ'ଣ ବୋଲି ଜଣାପଡିବ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details