ଓଡିଶା

odisha

ETV Bharat / videos

ପ୍ରଚାରରେ କମ୍ପୁଛି ପିପିଲି ଗଳିକନ୍ଦି, ଭୋଟ ମାଗୁଛନ୍ତି ବିଜେଡ଼ି ଓ ବିଜେପି ପ୍ରାର୍ଥୀ - Election Campaign - ELECTION CAMPAIGN

By ETV Bharat Odisha Team

Published : Apr 12, 2024, 4:11 PM IST

BJD and BJP Campaign: ନିମାପଡ଼ା: ପିପିଲିରେ ଜୋର ଧରିଲାଣି ନିର୍ବାଚନ ପ୍ରଚାର । ଆଜି ବିଜେଡି ଓ ବିଜେପିର ପ୍ରାର୍ଥୀ ବିଭିନ୍ନ ପଞ୍ଚାୟତରେ ପ୍ରଚାର କରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ପିପିଲିରେ ବାଇକ ଶୋଭାଯାତ୍ରା କଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଡେଲାଙ୍ଗର ସିଙ୍ଗବରମପୁର, ମୁନିନ୍ଦା ପଞ୍ଚାୟତରେ ଘର ଘର ବୁଲି ଜନ ଆର୍ଶୀବାଦ ଯାତ୍ରା କରି ଭୋଟରଙ୍କ ନିକଟତର ହୋଇ ଭୋଟ ଭିକ୍ଷା କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ରାଇରଙ୍ଗପୁରରେ ଜମୁଛି ବିଜେଡି ପ୍ରଚାର, ମୈଦାନରେ ଚାଲିଛି ଭୋଟ ଭିକ୍ଷା - BJD Campaign

ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ଭୋଟରଙ୍କୁ ବିଜେଡ଼ି ପ୍ରାର୍ଥୀ କହୁଥିବା ବେଳେ ମୋଦୀ ଗ୍ୟାରେଣ୍ଟି କାର୍ଡ ଦେଇ ଭୋଟର ମାନଙ୍କୁ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ କହୁଛନ୍ତି ଆଶ୍ରିତ। ଡେଲାଙ୍ଗ ଅରିଶଲ ଓ ରେଞ୍ଚ ପଞ୍ଚାୟତରେ ବାଇକ ଶୋଭାଯାତ୍ରା କରି ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ପିପିଲି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଟକର ହେବ ବୋଲି ଚର୍ଚ୍ଚା ଜୋର ଧରିଲାଣି। ତେବେ ସ୍ବର୍ଗତ ପ୍ରଦୀପ ମହାରଥୀ ଲଗାତର ୫ଥର ବିଜୟ ହାସଲ କରିଥିବା ବେଳେ ଏଥର ଜନତା କାହାକୁ ଭୋଟ ଦେଇ ଆସନରେ ବସାଇବେ ଦେଖିବା ବାକି ରହିଲା।  

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details