ଓଡିଶା

odisha

ETV Bharat / videos

ବାଲୁକା କଳାରେ ଦେବୀ ଦୁର୍ଗା, ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା - Sand Sculpture On Maa Durga

By ETV Bharat Odisha Team

Published : 5 hours ago

କୋଣାର୍କ/ନିମାପଡା: ବର୍ତ୍ତମାନ ଜାରି ରହିଛି ନବରାତ୍ରି ପୂଜା । ଆଉ ଦିନ କେଇଟା ପରେ ଦଶହରା । ଜଗତଜନନୀ ମା' ଦୁର୍ଗାଙ୍କ ଆଗମନକୁ ନେଇ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । ଦଶହରା ପୂର୍ବରୁ ବାଲୁକଳାରେ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଓ ଶିଳ୍ପା ଗୋଚ୍ଛାୟତ । କୋଣାର୍କ ଚନ୍ଦ୍ରଭଗା ବେଳାଭୂମିରେ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ସହ ବିଶ୍ୱଶାନ୍ତି ବାର୍ତ୍ତା ଦେଇଛନ୍ତି ଉଭୟ । ଏହା ବାଲୁକା କଳା ଦେଖିବାକୁ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ ଜମିଛି ।  

ଏହା ମଧ୍ୟ ପଢନ୍ତୁ-ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା - Sharadiya Navaratri

ଏହା ମଧ୍ୟ ପଢନ୍ତୁ-ଅକ୍ଟୋବରରେ ଛୁଟି ହିଁ ଛୁଟି, ସ୍କୁଲ-କଲେଜ ବନ୍ଦ, ଦଶହରା ଓ ଦୀପାବଳି ମଜା ଉଠାଇବେ ଛାତ୍ରଛାତ୍ରୀ - October Month Holidays

ବାଲୁକା ଶିଳ୍ପୀ ସରିତା  କହିଛନ୍ତି," ଆମେ  10ରୁ 11 ବର୍ଷ ହେଲା କୋଣାର୍କ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ଦେବାକୁ ପ୍ରୟାସ ଜାରି ରଖିଛୁ ।  କଳା ସଂସ୍କୃତି ଐତିହ୍ୟକୁ ବାଲୁକା କଳା ମାଧ୍ୟମରେ ଆଗକୁ ନେବାକୁ ପ୍ରୟାସ କରୁ । ଆଜି ଆମେ ବାଲୁକା କଳା ମାଧ୍ୟମରେ ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ । ଏଥିସହ ଯେଉଁ ଭଳି ଭାବେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି ଓ ଧନ ଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି ସେଥି ପାଇଁ ବାର୍ତ୍ତା ଦେଉଛୁ କିଭଳି ବିଶ୍ୱରେ ଶାନ୍ତି ଫେରି ଆସିବ । ଆଗକୁ ଯେପରି ଯୁଦ୍ଧ ନ ହେଉ ମା" ଦୂର୍ଗାଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ । ବାଲୁକା କଳା ମାଧ୍ୟମରେ ଆମେ ଦେଖାଇବାକୁ ଚାହୁଁଛୁ ଯେ ଆମେ ସବୁ ବେଳେ ଶାନ୍ତିରେ ରହିବା । ''

ଇଟିଭି ଭାରତ,  ନିମାପଡା

ABOUT THE AUTHOR

...view details