ଓଡିଶା

odisha

ETV Bharat / videos

ମହାଷ୍ଟମୀରେ ସନ୍ଧି ପୂଜା, ମା'ଙ୍କୁ ଶାଢ଼ୀ ଓ ସିନ୍ଦୁର ଲାଗି କଲେ ସଧବା ନାରୀ

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ଆଜି ମହାମାୟୀଙ୍କ ପବିତ୍ର ମହାଷ୍ଟମୀ । ସନ୍ଧି ପୂଜା ସହ ଶାଢ଼ୀ ଓ ସିନ୍ଦୁର ପୂଜା କଲେ ସଧବା ନାରୀ । ଜଗତ ଜନନୀ ମା' ଦୁର୍ଗାଙ୍କର ଆଜି ମହାଷ୍ଟମୀ । ଏହି ମହାଷ୍ଟମୀରେ ଭୁବନେଶ୍ୱର ବିଭିନ୍ନ ପୂଜା ମଣ୍ଡପରେ ଦର୍ଶନ ସହ ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ । ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ପାଇଁ ଭକ୍ତଙ୍କ ଭିଡ ଲାଗିଛି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତମାନେ ଆସି ଦର୍ଶନ ଦେଉଛନ୍ତି । 

ଏହା ବି ପଢନ୍ତୁ...ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହା ବି ପଢନ୍ତୁ...ମହାଷ୍ଟମୀରେ ମା'ଙ୍କ ଦର୍ଶନ କଲେ ନବୀନ, ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଏହାମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

ଆଜି ଅଷ୍ଟମୀରେ ସନ୍ଧି ପୂଜା ଥିବାରୁ ଶ୍ରଦ୍ଧାଳୁମାନେ ସନ୍ଧିପୂଜା କରୁଥିବାବେଳେ ସଧବା ନାରୀମାନେ ମା'ଙ୍କୁ ଶାଢ଼ୀ ଓ ସିନ୍ଦୁର ଦେଇ ପୂଜା କରିବାର ପରମ୍ପରା ରହିଛି । ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହାସହ ମହାଷ୍ଟମୀରେ ମହାମୟୀଙ୍କ ଦର୍ଶନ କରି ଭକ୍ତମାନେ ଖୁସି ବ୍ୟକ୍ତ କରିଛନ୍ତି । ରସୁଲଗଡ ପୂଜା ମଣ୍ଡପରେ ଖୁବ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details